"ତୁଳସୀ ମୁଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୧ କ ଧାଡ଼ି:
 
== ସମାଜସେବା ==
୧୯୬୩ ମସିହାରେ ସନ୍ଥ [[ବିନୋବା ଭାବେ]] ଓଡ଼ିଶା ଅାସିଥିଲେ। ଅସହାୟ ଗରିବଙ୍କ ପାଇଁ ବିନୋଭା ତାଙ୍କର ଜମି ଦାନ କରିଦେଇଥିଲେ। ତାଙ୍କ ଦ୍ୱାରା ତୁଳସୀ ବେଶ ଅନୁପ୍ରେରିତ ହୋଇଥିଲେ। ଭୂଦାନ ଅାନ୍ଦୋଳନ ପାଇଁ ଆୟୋଜିତ ଶାନ୍ତି ସୈନିକ ତାଲିମ ପାଇଁଁ ତୁଳସୀ [[ମଧ୍ୟ ପ୍ରଦେଶ]] ଚାଲିଯାଇଥିଲେ। ସେହିଠାରୁ ଆରମ୍ଭ ହେଲା ତାଙ୍କର ସମାଜସେବା। ସେଠାରେ ଓଡ଼ିଶାର ଅଣ୍ଣପୂର୍ଣ୍ଣା ଦାଶ, ନିର୍ମଳା ଦେଶପାଣ୍ଡେଙ୍କ ସହ କାମ କରିଥିଲେ। ତାଲିମ ନେଇ ନିଜ ଗ୍ରାମକୁ ଫେରିବା ପରେ ଅଞ୍ଚଳର ଖଣି ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କ ପିଲା ଶିକ୍ଷାର ଅାଲୋକରୁ କୋଷେ ଦୂରରେ ଥିବା ସେ ଦେଖିଥିଲେ। ଓଡ଼ିଶା ଫେରିବା ପରେ ସମାଜସେବୀ ମାଳତୀ ଚୌଧୁରୀ, ରମାଦେବୀ, ନିର୍ମଳା ଦେଶପାଣ୍ଡେଙ୍କ ସଂଶ୍ପର୍ଷରେ ଅାସିବା ପରେ ତାଙ୍କ ଜୀବନର ଦିଗରେ ପରିବର୍ତ୍ତନ ହୋଇଥିଲା। ଯୋଡା, ବଡ଼ବିଲ ଅଞ୍ଚଳର ଖଣିରେ କରୁଥିବା ଶ୍ରମିକମାନଙ୍କ ପିଲାମାନେ ଅର୍ଥାଭାବରୁ ପାଠପଢ଼ି ପାରୁନଥିଲେ। ଏହି ପିଲାମାନଙ୍କୁ ନିଃଶୁଳ୍କ ପାଠ ପଢ଼ାଇବା ପାଇଁଁ ସେ ସ୍ଥିର କରିଥିଲେ। ୧୯୬୪ ମସିହୋର ସ୍କୁଲ ଆରମ୍ଭ ହୋଇଥିଲା। ଉତ୍କଳ ନବଜୀବନ ମଣ୍ଡଳ, ଉତ୍କଳ ସବୋଦୟ ମଣ୍ଡଳ, ଗାନ୍ଧୀ ସ୍ମାରକ ନିଧି, ବନବାସୀ ସେବା ସମିତି,ଜନେଚତନା ମଣ୍ଡଳ, ମା ରମାଦେବୀ ଗ୍ରାମ ସଂଗଠନ, ରେଡକ୍ରସ ସଂଗଠନ ସହ ତୁଳସୀ କାମ କରଛନ୍ତି। ଆନ୍ତଜାତୀୟ ସ୍ତରେର ଆମେରିକାର ଇଣ୍ଡିଆ ଲିଟେରାସି ପ୍ରୋଜେକ୍ଟ୍, ଜମାନୀ ଇ.ଜେଡ୍‌.ଇ ସଂସ୍ଥା ଓ ସୁଇଡେନ୍‌ ଆଲବମ୍‌ ସଂସ୍ଥା ସହ ସେ କାମ କରିଛନ୍ତି।
 
==ଅାଦିବାସୀ ବିକାଶ ମଞ୍ଚ==