"ତୁଳସୀ ମୁଣ୍ଡା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Rojalin das (ଆଲୋଚନା | ଅବଦାନ) No edit summary |
|||
୧୫ କ ଧାଡ଼ି:
}}
'''ତୁଳସୀ ମୁଣ୍ଡା''' ଜଣେ ସମାଜସେବୀ। ଦାରିଦ୍ୟ, ଅନାହାର, ନିରକ୍ଷରତାକୁ ଖୁବ୍ ନିକଟରୁ ପରଖୁଥିବା ତୁଳସୀ ଶେଷରେ ନିଅାରା ଜୀବନ ବାଛି ନେଇଥିଲେ। ଅାଉ ସେ ଜୀବନଶୈଳୀରେ କିଛି ନଥିଲା ନିଜ ପାଇଁ। ବରଂ ସମସ୍ତଙ୍କ ମଙ୍ଗଳ ପାଇଁଁ ସମର୍ପିତ ହୋଇଗଲା ସାମଗ୍ରିକ ଜୀବନ। ସମାଜସେବକ ଅାଚାଯ ବିନୋବା ଭାବେଙ୍କ ଦ୍ୱାରା ଅାରମ୍ଭ ହୋଇଥିବା ଭୂଦାନ ଅାନ୍ଦୋଳନରେ ମାତ୍ର ୧୪ ବର୍ଷ ବୟସରେ ନିଜକୁ ସାମିଲ କରିଦେଇଥିଲେ। ଶ୍ରଦ୍ଧାରେ ତାଙ୍କୁ ସମସ୍ତେ ତୁଳସୀ ଅପା ବୋଲି ଡାକନ୍ତି। ଅାଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ପାଇଁଁ ସେ ଉତ୍ସର୍ଗୀକୃତ। ତାଙ୍କ ତତ୍ତ୍ୱାବଧାନରେ ୨୦ରୁ ଉର୍ଦ୍ଧ୍ୱ ଅାବାସିକ ବିଦ୍ୟାଳୟ ରହିଛି। କେନ୍ଦୁଝର ଜିଲ୍ଲା ସେରେଣ୍ଡା ଗ୍ରାମରେ ଭାରତ ସ୍ବାଧୀନତା ପ୍ରାପ୍ତିର ମାତ୍ର ଦିନକୁ ପୂର୍ବରୁ ସେ ଜନ୍ମିତ। ସେ ବିବାହ କରିନଥିଲେ। ସମାଜ ସେବାରେ ନିଜ ପାରିବାରିକ ବନ୍ଧନକୁ ଅାଉ ଏକ ଦାସତ୍ୱ ପରି ସେ ମଣୁଥିଲେ। ଆଦୌ ପାଠ ପଢ଼ିନଥିବା ତୁଳସୀଙ୍କ ତତ୍ତ୍ଵାବଧାନରେ ୨୦ଟି ଆବାସିକ ବିଦ୍ୟାଳୟ ପରିଚାଳିତ। ଯେଉଁ ଥିରେ ହଜାର ହଜାର ଆଦିବାସୀ ପିଲା ପାଠ ପଢିବାର ସୁଯୋଗ ପାଉଛନ୍ତି।
== ପ୍ରାରମ୍ଭିକ ଜୀବନ ==
ଓଡ଼ିଶାର କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ସେରେଣ୍ଡା ଗ୍ରାମରେ ସେ ଜନ୍ମିତ। ବାପାଙ୍କ ନାମ ଚରଣ ମୁଣ୍ଡା। ମାଙ୍କ ନାମ ଘାସ ମୁଣ୍ଡା। ବାପା ଗାଁର ଚଉକିଅା ଥିଲେ। ପିଲାଟି ଦିନରୁ ବାପା ଚାଲିଯାଇଥିଲେ। ସାତ ଭାଇ ଉଭଣୀଙ୍କ ମଧ୍ୟରେ ସେ ସବୁଠାରୁ ସାନ। ବଡ଼ ଭାଇ ଭଉଣୀମାନେ ଖଣି ଖାଦାନରେ କାମ କରୁଥିଲେ। ପେଟ ପୋଷିବା ପାଇଁଁ ତାଙ୍କୁ ଏକ ଖାଦାନରେ କାମ କରିବାକୁ ପଡ଼ିଥିଲା। ତାଙ୍କ ବୟସର ଅନ୍ୟପିଲାମାନେ ଛେଳି ଚରାଉଥିଲାବେଳେ ତୁଳସୀ ପାଠ ପଢ଼ିବାକୁ ଚାହୁଁଥିଲେ। ସେ ପାଠ ପଢ଼ିବାକୁ ଚାହୁଁଥିଲେ ଏଥିପାଇଁଁ ତାଙ୍କୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା। ସମସ୍ତେ ଚାହୁଁ ଥିଲେ ସେ ଘର ସଂସାର କରନ୍ତୁ। କିନ୍ତୁ ତାଙ୍କ ଆତ୍ମବିଶ୍ଵାସ ଓ ଜିଦ ତାଙ୍କୁ ହାର ମାନିବାକୁ ଦେଇନଥିଲା। ଶେଷରେ ତାଙ୍କୁ ମିଳିଲା ସ୍ଵୀକୃତି। ଗ୍ରାମରେ କୌଣସି ବିଦ୍ୟାଳୟ ନଥିବା ଫଳରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପାଠ ପଢ଼ିବାର ଅାଗ୍ରହ ଦେଖି ଖଣି ଖାଦାନର ମ୍ୟାନେଜରଙ୍କଠାରୁ ଇଂରାଜୀ ଶିଖିଥିଲେ।
== ସମାଜସେବା ==
୧୯୬୩ ମସିହାରେ ସନ୍ଥ [[ବିନୋବା ଭାବେ]] ଓଡ଼ିଶା ଅାସିଥିଲେ। ଅସହାୟ ଗରିବଙ୍କ ପାଇଁ ବିନୋଭା ତାଙ୍କର ଜମି ଦାନ କରିଦେଇଥିଲେ। ତାଙ୍କ ଦ୍ୱାରା ତୁଳସୀ ବେଶ ଅନୁପ୍ରେରିତ ହୋଇଥିଲେ। ଭୂଦାନ ଅାନ୍ଦୋଳନ ପାଇଁ ଆୟୋଜିତ ଶାନ୍ତି ସୈନିକ ତାଲିମ ପାଇଁଁ ତୁଳସୀ [[ମଧ୍ୟ ପ୍ରଦେଶ]] ଚାଲିଯାଇଥିଲେ। ସେହିଠାରୁ ଆରମ୍ଭ ହେଲା ତାଙ୍କର ସମାଜସେବା। ସେଠାରେ ଓଡ଼ିଶାର ଅଣ୍ଣପୂର୍ଣ୍ଣା ଦାଶ, ନିର୍ମଳା ଦେଶପାଣ୍ଡେଙ୍କ ସହ କାମ କରିଥିଲେ। ତାଲିମ ନେଇ ନିଜ ଗ୍ରାମକୁ ଫେରିବା ପରେ ଅଞ୍ଚଳର ଖଣି ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କ ପିଲା ଶିକ୍ଷାର ଅାଲୋକରୁ କୋଷେ ଦୂରରେ ଥିବା ସେ ଦେଖିଥିଲେ। ଓଡ଼ିଶା ଫେରିବା ପରେ ସମାଜସେବୀ ମାଳତୀ ଚୌଧୁରୀ, ରମାଦେବୀ, ନିର୍ମଳା ଦେଶପାଣ୍ଡେଙ୍କ ସଂଶ୍ପର୍ଷରେ ଅାସିବା ପରେ ତାଙ୍କ ଜୀବନର ଦିଗରେ ପରିବର୍ତ୍ତନ ହୋଇଥିଲା। ଯୋଡା, ବଡ଼ବିଲ ଅଞ୍ଚଳର ଖଣିରେ କରୁଥିବା ଶ୍ରମିକମାନଙ୍କ ପିଲାମାନେ ଅର୍ଥାଭାବରୁ ପାଠପଢ଼ି ପାରୁନଥିଲେ। ଏହି ପିଲାମାନଙ୍କୁ ନିଃଶୁଳ୍କ ପାଠ ପଢ଼ାଇବା ପାଇଁଁ ସେ ସ୍ଥିର କରିଥିଲେ। ୧୯୬୪ ମସିହୋର ସ୍କୁଲ ଆରମ୍ଭ ହୋଇଥିଲା। ଉତ୍କଳ ନବଜୀବନ ମଣ୍ଡଳ, ଉତ୍କଳ ସବୋଦୟ ମଣ୍ଡଳ, ଗାନ୍ଧୀ ସ୍ମାରକ ନିଧି, ବନବାସୀ ସେବା ସମିତି,ଜନେଚତନା ମଣ୍ଡଳ, ମା ରମାଦେବୀ ଗ୍ରାମ ସଂଗଠନ, ରେଡକ୍ରସ ସଂଗଠନ ସହ ତୁଳସୀ କାମ କରଛନ୍ତି। ଆନ୍ତଜାତୀୟ ସ୍ତରେର ଆମେରିକାର ଇଣ୍ଡିଆ ଲିଟେରାସି ପ୍ରୋଜେକ୍ଟ୍, ଜମାନୀ ଇ.ଜେଡ୍.ଇ ସଂସ୍ଥା ଓ ସୁଇଡେନ୍ ଆଲବମ୍ ସଂସ୍ଥା ସହ ସେ କାମ କରିଛନ୍ତି।
==ଅାଦିବାସୀ ବିକାଶ ମଞ୍ଚ==
ତୁଳସୀ ଅଶିକ୍ଷିତ ଥିଲେ ମଧ୍ୟ ଅାଦିବାସୀ ପିଲାଙ୍କ ଶିକ୍ଷାର କ୍ଷେତ୍ରରେ ଉନ୍ନତି ଓ ଉଜ୍ୱଳ ଭବିଷ୍ୟତ ପାଇଁଁ ଦୃଢ଼ ପରିକର ଥିଲେ। ଏକ ମହୁଲ ଗଛ ମୂଳରେ ମୁକ୍ତ ଶିକ୍ଷା ଦାନ ଅାରମ୍ଭ କରିଥିଲେ। ଦିନ ବେଳା ପିଲାମାନେ ଖଣି ଖାଦାନରେ କାମ କରୁଥିବାରୁ ସଂଧ୍ୟାରେ ସେ ପାଠ ପଢ଼ାଉଥିଲେ। ପ୍ରଥମେ ୨୨ ଜଣ ତାଙ୍କ ପାଖକୁ ପାଠ ପଢ଼ିବା ପାଇଁଁ ଅାସିଥିଲେ। ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏହାପରେ ସେ ଏକ ସ୍କୁଲ ଗଠନ କରିବା ପାଇଁଁ ସ୍ଥିର କରିଥିଲେ। ଏଥିପାଇଁ ଅର୍ଥ ଦାଉ ସାଜିଥିଲା। ଦିନକୁ ୨ ଟଙ୍କା ମଜୁରିରେ ଏକ ଖାଦାନରେ ସେ କାମ କରିଥିଲେ। ଏଥିରେ ପିଲାମାନଙ୍କ ପାଠପଢ଼ା ପ୍ରତି ଖର୍ଚ୍ଚ କରୁଥିଲେ। ତାଙ୍କ ଉତ୍ସାହ ଦେଖି ଗ୍ରାମବାସୀମାନେ ତାଙ୍କୁ ସହଯୋଗ କରିଥିଲେ। ଏହି ପିଲମାନଙ୍କ ପାଇଁଁ ସେ ଅାଦିବାସୀ ବିକାଶ ମଞ୍ଚ ନାମକ ଏ ସଂଗଠନ ଗଠନ କରିଥିଲେ। ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପଯର୍ୟନ୍ତ ଅାଦିବାସୀ ପିଲାମାନେ ମାଗଣାରେ ପାଠ ପଢ଼ୁଛନ୍ତି। ଅାଜି ଓଡ଼ିଶାର ପ୍ରାୟ ୪ ହଜାରରୁ ୫ ହଜାର ଅାଦିବାସୀ ପିଲା ଏହି ସ୍କୁଲରେ ପାଠ ପଢ଼ୁଛନ୍ତି।
== ପୁରସ୍କାର ==
୧୯୮୧ ମସିହାରେ ସମାଜ ସେବା ପାଇଁଁ ବରପାଲି ମୁନିସିପାଲିଟି ଦ୍ୱାରା ସମ୍ମାନିତ।
[[ଭାରତ ସରକାର]] ତାଙ୍କୁ ୨୦୧୧ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି ।<ref name="Padma Awards">{{cite web | url=http://mha.nic.in/sites/upload_files/mha/files/LST-PDAWD-2013.pdf | title=Padma Awards | publisher=Ministry of Home Affairs, Government of India | date=2015 | accessdate=21 July 2015}}</ref>▼
୧୯୯୭ ମସିହାରେ ସାହିତ୍ୟ ସଂସ୍କୃତି ପରିଷଦ, ଯୋଡ଼ା ଦ୍ୱାରା ସମ୍ମାନିତ।
୧୯୯୮ ମସିହାରେ ଭାରତୀୟ ଅାଦିମଜାତି ସେବ ସଂଘ ଦ୍ୱାରା ସମ୍ମାନିତ।
୧୯୯୯ ମସିହାରେ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଦ୍ୱାରା ସ୍ବାଭିମାନ ସମ୍ମାନ।
୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସାହାସୀ ମହିଳା ସମ୍ମାନ-୨୦୦୦।
୨୦୦୧ ମସିହାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ।
୨୦୦୮ ମସିହାରରେ କାଦମ୍ବିନୀ ସମ୍ମାନ।
୨୦୦୯ ମସିହାରେ ନୂଅାଦିଲ୍ଲୀରେ ଲକ୍ଷ୍ମୀପାଟ ସିଘାଂଣିଅା ନ୍ୟାସନାଲ ଲିଡରସିପ୍ ସମ୍ମାନ।
୨୦୧୧ ମସିହାରେ ସମାଜସେବା ଉତ୍କୃଷ୍ଟତା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଓଡ଼ିଶା ଲିଭିଂ ଲେଜେଣ୍ଡ୍ ସମ୍ମାନ।
୨୦୧୪ ମସିହାରେ ସିଏନ୍ଏନ୍ ଆଇବିଏନ୍ଠାରୁ ସିନିୟର ସିଟିଜେନ୍ ଆଓ୍ବାର୍ଡ।
==ପ୍ରାମାଣିକ ଚଳଚ୍ଚିତ୍ର==
ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ଦ୍ବାରା ନିର୍ଦ୍ଦେଶିତ ଓଡ଼ିଶାର ପ୍ରଥମ ଜୀବନୀ ଚଳଚ୍ଚିତ୍ର ତୁଳସୀ ଅପା। ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଏହା ପର୍ଯବେସିତ। ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ସିନେମାର ମୁଖ୍ୟ ଚରିତ୍ର ତୁଳସୀ ମୁଣ୍ଡାଙ୍କ ଭୂମିକାରେ ବର୍ଷା ନାୟକ ଅଭିନୟ କରିଛନ୍ତି। ଅନ୍ୟ ଭୂମିକାରେ ମଧୁସ୍ମିତା, ଲୋଛନୀ ବାଗ, ପ୍ରେମାଞ୍ଜନା ପରିଡ଼ା, ମମତା ପଣ୍ଡା ଅଭିନୟ କରିଛନ୍ତି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ ହୋଇଛି। ୨୦୧୬ ମସିହା ଅକ୍ଟୋବର ୩୦ ତାରିଖରେ ଇରାନ୍ ରାମସରଠୋର ତେହରାନ ଜସ୍ମିନ୍ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ତୁଳସୀ ଅପା ପ୍ରର୍ଦଶିତ ହୋଇଥିଲା। ଓଡ଼ିଶାର ଏକମାତ୍ର ଚଳଚ୍ଚିତ୍ର ଭୋବ ତୁଳସୀ ଅପା ଏହି ସମ୍ମାନଜନକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା। ୨୦୧୬ ମସିହା ଅକ୍ଟୋବରରେ ଅନୁଷ୍ଠିତ ସିମ୍ଲା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ତୁଳସୀ ଅପାକୁ ଶ୍ରେଷ୍ଠ ଫିଚର ଫିଲ୍ମର ସମ୍ମାନ ମିଳିଥିଲା। ହରିଆନାର ଅନୁଷ୍ଠିତ ହରିଆନା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ତୁଳସୀ ଅପା ଗୌରବ ଅର୍ଜନ କରିଥିଲା। ଏହି ଚଳଚ୍ଚିତ୍ରର ତୁଳସୀ ଅପା ମୁଖ୍ୟ ଭୂମିକୋର ନବାଗତା ଅଭିେନତ୍ରୀ ବର୍ଷା ନାୟକ ଅଭିନୟ କରିଥଲେ। ଏହି ଚଳଚ୍ଚିତ୍ର ପାଇଁ ବର୍ଷାଙ୍କୁ ହରିଆନା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। ଏହା ପୂର୍ବରୁ କୋଲକାତା, ବେଙ୍ଗାଲୁରୁ ଓ ନାସିକଠାରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇ ବେଶ ପ୍ରଶଂସିତ ହୋଇଛି। ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରେର ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି।
▲
== ଆଧାର ==
|