"ମାଧବୀ ଦାସୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{Infobox writer <!--For more information, see [[:Template:Infobox Writer/doc]].-->
| name =ମାଧବୀ ଦାସୀ
| honorific_prefix =
| honorific_suffix =
| native_name = ମାଧବୀ ଦାସୀ
| native_name_lang =
| image =
| image_size =
| alt =
| caption =
| native_name = ମାଧବୀ ଦାସୀ
| native_name_lang =
| pseudonym =
| birth_name = ମାଧବୀ ପଟ୍ଟନାୟକ
| birth_date = ଷୋଡ଼ଶ ଶତାବ୍ଦୀ <!-- {{birth date and age|YYYY|MM|DD}} -->
| birth_place = ବେଣ୍ଟପୁର, [[ବ୍ରହ୍ମଗିରି]], [[ପୁରୀ]]
| death_date = <!-- {{death date and age|YYYY|MM|DD|YYYY|MM|DD}} -->
| death_place =
୪୧ କ ଧାଡ଼ି:
}}
 
'''ମାଧବୀ ଦାସୀ''' ବା '''ମାଧବୀ ଦେଈ''' (ଜନ୍ମନାମ : ମାଧବୀ ପଟ୍ଟନାୟକ) ଷୋଡ଼ଶ ଶତାବ୍ଦୀର ଭକ୍ତିମାର୍ଗର ଜଣେ କବି ଓ ଓଡ଼ିଆ ଭାଷାର ସର୍ବପ୍ରଥମସବୁଠୁଁ ପ୍ରାଚୀନତମ ମହିଳା କବି ଥିଲେ । ସେ ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି ଭାଷାଗୁଡ଼ିକରେ ବହୁ ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମୂଳକ ରଚନା ଓ ସେଗୁଡ଼ିକ ଜଗନ୍ନାଥଙ୍କ ନିମନ୍ତେ ଲିଖିତ ।<ref>ଡଃ କୃଷ୍ଣଚରଣ ସାହୁ - ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ଯ ଏକାଡ଼େମୀ, ଭୁବନେଶ୍ୱର, ୧୯୮୧</ref>
 
== ଜନ୍ମ ଓ ଜୀବନ ==
ମାଧବୀ ଦାସୀ ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ପୁରୀର ବେଣ୍ଟପୁର ଗ୍ରାମରେ 'ମାଧବୀ ପଟ୍ଟନାୟକ' ଭାବେ ଏକ କରଣ ଘରେ ଜନ୍ମଗ୍ରହଣ କରିଥିଲେ ।<ref name=":0">[http://odisha.gov.in/e-magazine/Srimandir/srimandirenglish/Epdf/Ech10.pdf Hymns to Jagannatha : Madhavi Dasi], Srimandir </ref> ସେ [[ଚୈତନ୍ୟ]]ଙ୍କ ପ୍ରସିଦ୍ଧ ସହଚର ରାୟ ରାମାନନ୍ଦ ପଟ୍ଟନାୟକଙ୍କ ଭଉଣୀ ଥିଲେ । ରାୟ ରାମାନନ୍ଦ ପଟ୍ଟନାୟକ ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବଙ୍କ ସଭାରେ ମନ୍ତ୍ରୀ ଥିଲେ । ବାଲ୍ୟ କାଳରେ ସେ ବିଧବା ହୋଇଥିବାରୁ ନିଜ ଭାଇଙ୍କ ସହ ରାୟ ରାମାନନ୍ଦଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ । ତାଙ୍କ ନିଜ ଭାଇଙ୍କ ନାମ ଶିଖି ମହାନ୍ତି ଥିଲା ।<ref name=":1">Savitri Rout - [https://books.google.co.in/books?id=2SCzRH24LnAC&lpg=PA32&ots=n7JMv_i6Hi&dq=Madhavi%20Dasi&pg=PA32#v=onepage&q=Madhavi%20Dasi&f=false Women Pioneers in Oriya Literature, Page 32]</ref>
 
ପରେ ମାଧବୀ ଦାସୀ ଚୈତନ୍ୟଙ୍କ ଠାରୁ ବୈଷ୍ଣବ ଧର୍ମ ଦୀକ୍ଷା ଗ୍ରହଣ କରିଥିଲେ । ଚୈତନ୍ୟଙ୍କ ଅନ୍ୟ ଏକ ଶିଷ୍ୟ ଛୋଟ ହରିଦାସଙ୍କ ସହ ସମ୍ପର୍କ ରଖିବାରୁ ସେ ସାମାଜିକ ଅପଖ୍ୟାତି ପାଇଥିଲେ । ଚେତାବନୀ ପରେ ମଧ୍ୟ ମାଧବୀଙ୍କ ପାଖକୁ ବାରମ୍ବାର ଯିବାରୁ ହରିଦାସ ରାମାନନ୍ଦଙ୍କଠୁଁ ମାଡ଼ ଖାଇଥିଲେ । <ref name=":2">[http://shodhganga.inflibnet.ac.in/bitstream/10603/119345/8/08_chapter%204.pdf ଶୋଧଗଙ୍ଗା]</ref>ଚୈତନ୍ୟ ମହାପ୍ରଭୁ ଏହା ଜାଣିବା ପରେ ଉଭୟ ମାଧବୀ ଓ ହରିଦାସଙ୍କୁ ନିଜ ବୈଷ୍ଣବ ଧର୍ମରୁ ବାସନ୍ଦ କରିଥିଲେ । ଏହା ପରେ କଳଙ୍କିତ ହୋଇ ହରିଦାସ ନିଜ ଜନ୍ମସ୍ଥାନ ବଙ୍ଗାଳକୁ ଫେରିଯାଇ ସେଠାରେ ଗଙ୍ଗା ନଦୀରେ ବୁଡ଼ି ଜୀବନ ତ୍ୟାଗ କରିଥିଲେ ।<ref name=":1" /> କେତେଜଣ ଗବେଷକଙ୍କ ମତରେ ଏହା ଚୈତନ୍ୟ ଓ ଅତିବଡ଼ି ଜଗନ୍ନାଥଙ୍କ ଦାସଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଓ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଥିବା ଶତ୍ରୁତାର ସୂଚକ । <ref name=":2" />
 
== ଧାର୍ମିକ ବିଶ୍ୱାସ ଓ ବୈଷ୍ଣବ ଧର୍ମ ଦୀକ୍ଷା ==
ପିତୃସ୍ଥାନୀୟ ଭବାନନ୍ଦ ରାୟଙ୍କ କହିବାରୁ ମାଧବୀ ଛୋଟବେଳୁଁ ଅନେକ ଧର୍ମଶାସ୍ତ୍ର ପଢ଼ିଥିଲେ । କିନ୍ତୁ ଗଭୀତ ଧର୍ମତତ୍ତ୍ୱ ଓ ଜଟିଳ ଚର୍ଚ୍ଚାରେ ତାଙ୍କ ମନ ଲାଗିନଥିଲା । ତାଙ୍କର ନିଜସ୍ୱ ଧର୍ମ ଥିଲା ଜଗନ୍ନାଥଙ୍କ ପ୍ରତି ନିଃସ୍ୱାର୍ଥ ଭକ୍ତି, ଯାହା ତାଙ୍କ ରଚନାଗୁଡ଼ିକରେ ସ୍ପଷ୍ଟ ଭାବେ ଲକ୍ଷ୍ୟ କରାଯାଇପାରେ । ପରେ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ମାଧବୀ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ, କିନ୍ତୁ ନାରୀ ହୋଇଥିବାରୁ ସେ ଅର୍ଦ୍ଧ-ଶିଷ୍ୟା ବୋଲି ଗୃହୀତ ହେଲେ । ଚୈତନ୍ୟଙ୍କ ସହ ସଂସ୍ପର୍ଶରେ ଆସିବା ଦ୍ୱାରା ତାଙ୍କର ମତବାଦ ଓ ଚର୍ଚ୍ଚା ରହିତ ସରଳ ଭକ୍ତିର ମାନସିକତା ଆହୁରି ଅଧିକ ହୋଇଲା ।
 
ଚୈତନ୍ୟ ମହାପ୍ରଭୁଙ୍କ ଓଡ଼ିଶାରେ ଆଗମନ ପରେ ରାଧାକୃଷ୍ଣ ପ୍ରେମ ତତ୍ତ୍ୱ ପ୍ରଚଳିତ ହେଲା । ଚୈତନ୍ୟ ସନ୍ନ୍ୟାସୀ ହୋଇଥିବାରୁ ନାରୀ ମୁଖ ଦେଖୁନଥିଲେ । ହୋଇଥିବାରୁ ଚୈତନ୍ୟ ତାଙ୍କୁ ସମ୍ପୂର୍ଣ୍ଣ ଶିଷ୍ୟା ଭାବେ ଗ୍ରହଣ କରିଲେ ନାହିଁ । ପରେ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ମାଧବୀ ନିଜ ଭାଇ ଶିଖିଙ୍କ ସଙ୍ଗେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ, କିନ୍ତୁ ନାରୀ ହୋଇଥିବାରୁ ସେ ଅର୍ଦ୍ଧ-ଶିଷ୍ୟା ବୋଲି ଗୃହୀତ ହେଲେ । ଏହି କାରଣରୁ ବୈଷ୍ଣବ ଧର୍ମର ନାରୀ ବିରୋଧରେ ଏହି ଭାବନା ବିଷୟରେ ନିଜ ରଚନାରେ ଲେଖିଛନ୍ତି ଓ ସ୍ଥାନେ ସ୍ଥାନେ ନିଜ ନାରୀ ଜନ୍ମକୁ ଧିକ୍କାର ମଧ୍ୟ କରିଛନ୍ତି । <ref name=":1" /> ଚୈତନ୍ୟଙ୍କ ସହ ସଂସ୍ପର୍ଶରେ ଆସିବା ଦ୍ୱାରା ତାଙ୍କର ମତବାଦ ଓ ଚର୍ଚ୍ଚା ରହିତ ସରଳ ଭକ୍ତିର ମାନସିକତା ଆହୁରି ଦୃଢ଼ ହୋଇଥିଲା ।<ref name=":0" />
 
ବୈଷ୍ଣବ ଧର୍ମରେ ଦୀକ୍ଷାଗ୍ରହଣ କରିବା ପରେ ପରେ ମାଧବୀ ନିଜ କରଣ କୁଳସଜ୍ଞା ପଟ୍ଟନାୟକ ସ୍ଥାନରେ ଦାସୀ ପ୍ରୟୋଗ କରିଥିଲେ । ତାଙ୍କ ପ୍ରସିଦ୍ଧ ରଚନା 'କଲହ କରିୟା ଛଲା'ର ଭଣିତା ପଦରେ ଅଛି- {{Rquote|center|
<poem>
ଅପରୂପ ପ୍ରେମେ ବିଷାଦିତ ଅନ୍ତର
କହତହି ମାଧବୀ ଦାସ ।
</poem>
|[[ମାଧବୀ ଦାସୀ]]}}
 
== ରଚନା ==
ମାଧବୀ ଦାସୀଙ୍କ ରଚନା ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି - ଏହି ତିନିଗୋଟି ଭାଷାରେ ପ୍ରାପ୍ତ ହୋଇଛି । ସେ ପଞ୍ଚସଖାଙ୍କ ସମସାମୟିକ ଥିଲେ ଓ ତାଙ୍କ କାଳରେ ଏମିତି ଏକାଧିକ ଭାଷାରେ ରଚନା କରିବା ପ୍ରଚଳିତ ଥିଲା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମାର୍ଗର ଧାରା ସହ ସାମଞ୍ଜସ୍ୟ ଦେଖାଏ । ମୁଖ୍ୟତଃ ଜଗନ୍ନାଥଙ୍କୁ କେନ୍ଦ୍ରିତ କରି ସେ ଅନେକ ଜଣାଣ ଓ ଭଜନ ରଚନା କରିଥିଲେ । ତାଙ୍କ କବିତାଗୁଡ଼ିକରୁ ପୁରାଣରେ ତାଙ୍କ ଦକ୍ଷତା ଦେଖିହୁଏ । ଏହା ଛଡ଼ା ସେ କେତେଗୋଟି କୀର୍ତ୍ତନ ମଧ୍ୟ ରଚନା କରିଥିବା ଦେଖାଯାଏ । ତାଙ୍କର କେତୋଟି ବଙ୍ଗାଳୀ ରଚନା ପଦ କଳ୍ପତରୁ ନାମକ ଗ୍ରନ୍ଥରେ ସ୍ଥାନିତ ହୋଇଛି । ତାଙ୍କ ରଚନାଗୁଡ଼ି ମୁଖ୍ୟତଃ ଅଲଗା ଅଲଗା ସ୍ୱୟଂସମ୍ପୂର୍ଣ୍ଣ କ୍ଷୁଦ୍ରଗୀତ ଭାବେ ଦେଖାଯାଏ । ଏହା ଛଡ଼ା ତାଙ୍କ ଲିଖିତ କୌଣସି ସମ୍ପୂର୍ଣ୍ଣ କାବ୍ୟ ବା ସଂକଳନ ଏଯାବତ୍ ମିଳିନାହିଁ ।<ref name=":0" />
 
ଚୈତନ୍ୟ ମହାପ୍ରଭୁଙ୍କ ଶିଷ୍ୟା ହୋଇଥିବାରୁ ମାଧବୀଙ୍କ ରଚନାରେ ତାଙ୍କ ବିଷୟରେ ଅନେକ ତଥ୍ୟ ମିଳେ । ସେ ଚୈତନ୍ୟ ମହାପ୍ରଭୁଙ୍କୁ ଶ୍ରୀକୃଷ୍ଣଙ୍କ ମାନବ ଅବତାର ଭାବେ ଦେଖୁଥିଲେ ଏହାର ମଧ୍ୟ ପ୍ରମାଣ ମିଳେ, ଯେପରି-
 
ସଙ୍ଗୀତ ଦୃଷ୍ଟିରୁ ମାଧବୀଙ୍କ ରଚନାରେ ବରାଡ଼ି, ବିହଗଡ଼ା ଇତ୍ଯାଦୀ ରାଗଗୁଡ଼ିକର ଉଲ୍ଲେଖ ରହିଛି ।<ref>ଡଃ ଜାଙ୍କୀବଲ୍ଲଭ ମହାନ୍ତି, ବୈଷ୍ଣବ ପଦାବଳୀ - ଓଡ଼ିଶା ବୁକ୍ ଷ୍ଟୋର, ୧୯୮୦</ref>
* ଚକାନୟନ ହେ ଜଗୁଜୀବନ ଶ୍ରୀହରି
* ଶ୍ରୀନନ୍ଦନନ୍ଦନ ସେ ଜଗବନ୍ଦନ