"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୮ କ ଧାଡ଼ି:
==ରଜିୟା ସୁଲତାନଙ୍କ ଜୀବନୀ==
 
ରଜିୟା ସୁଲତାନ / Razia Sultan [[ଭାରତ]]ର ପ୍ରଥମ ଶାସିକା ଥିଲେ । ସେ ପାଖା-ପାଖି ୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ସ୍ଲତନତକୁସୁଲତାନଙ୍କୁ ସମ୍ଭାଳି ଥିଲେ । ତାଙ୍କର ପୁରା କାର୍ଯ୍ୟକାଳ ସଂଘର୍ଷରେ ବିତିଥିଲା । ରଜିୟା ଗୁଲାମ ବଂଶର ସୁଲତାନ "ଇଲତୁତମିଶ"ଙ୍କ [[ପୁତ୍ରୀ]] ଥିଲେ । ଯେଉଁ ସମୟରେ ରଜିୟା ଗାଦ୍ଦୀରେ ବସିିଲେ , ତାଙ୍କର ଚତୁର୍ପାଶ୍ୱରେ ଘୋର ସଂକଟର ଛାୟା ଘେରିଥିଲା । ଦିଲ୍ଲୀ ସଲ୍ଲନତର ଅମୀର ଏବଂ ଦରବାରୀ ନିଜ ଉପରେ ଏକ ସ୍ତ୍ରୀର ଶାସନକୁ ସହ୍ୟ କରିପାରୁନଥିଲେ । ସେଥିପାଇଁ ସେମାନେ ଲଗାତାର ରଜିୟାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଥିଲେ । ରଜିୟା ଜଣେ ସାହସୀ , ବ୍ୟବହାର କୁଶଳୀ ଏବଂ ଦୂରଦର୍ଶୀ ମହିଳା ଥିଲେ । ସେଥିପାଇଁ ସେ ଧୀରେ-ଧୀରେ ସରଦାର ମାନଙ୍କୁ ନିଜ ଆଡକୁ ମିଳାଇବାକୁ ଆରମ୍ଭ କରିଥିଲେ । ପ୍ରସିଦ୍ଧ [[ଇତିହାସକାର]] "ମିନ୍ହାଜ-ଉସ-ମିରାଜ" ଲେଖିଥିଲେ କି , "ରଜିୟା ଜଣେ ମହଣ ଶାସକ , କୁଶାଗ୍ର ବୁଦ୍ଧି , ନ୍ୟାୟପ୍ରିୟ , ହିତକାରୀ , ବିଦ୍ୱାନ ମାନଙ୍କ ଆଶ୍ରୟଦାତା , ପ୍ରଜାଙ୍କର କଲ୍ୟାଣକାରୀ ଏବଂ ସାମରିକ ଗୁଣଧାରୀ ସ୍ତ୍ରୀ ଶାସକ ଅଟନ୍ତି ।" ଗାଦ୍ଦୀରେ ବସିବା ପରେ ରଜିୟା ନିଜ ମୁଖ ପର୍ଦା କାଢି ଫୋପାଡ଼ି ଦେଇଥିଲେ ଏବଂ ପୁରୁଷ ମାନଙ୍କ ପରି ବସ୍ତ୍ର ଏବଂ ଚୋଗା ଧାରଣ କରିଥିଲେ । ସେ ବହୁ ପ୍ରଭାବଶାଳୀ ଢଙ୍ଗରେ ନିଜ ଦରବାର ଚଳାଉଥିଲେ । ପଞ୍ଜାବ , ବଙ୍ଗଳା , ବିହାର ସହିତ ଦେଶର ଅଧିକାଂଶ ଭାଗରେ ତାଙ୍କ ଅଧିକାରକୁ ଚାଲିଆସିଥିଲା । [[ଦିଲ୍ଲୀ]]ରେ ''ଗୁରୁଦ୍ଦିନ''ଙ୍କ ବିଦ୍ରୋହକୁ ଯେତେବେଳେ ତାଙ୍କ ସେନା ଦବେଇ ଦେଇଥିଲେ , ସେତେବେଳେ ଭୟଭୀତ ହୋଇ ବହୁ ବିରୋଧୀ ତାଙ୍କ ଆଡକୁ ଚାଲି ଆସିଥିଲେ । ରଜିୟାଙ୍କ ପତନର ଦୁଇ ପ୍ରମୁଖ କାରଣ ଜଣାଯାଏ । ପ୍ରଥମ , ସେ ଜଣେ ମହିଳା ହେବା ଏବଂ ଦ୍ବିତୀୟ , ଏକ ଏବୀସୀନିୟା ନିବାସୀ ଦାସ "ଜଲାଲୁୁଦ୍ଦିନ ୟାକୁତ"ଙ୍କ ପ୍ରତି ତାଙ୍କର ଅତ୍ୟଧିକ ନିକଟତା । ଏହି କଥାକୁ ନେଇ ଇନ୍ୱବତୂତା ଏବଂ ଫରିସ୍ତା ପରି ଇତିହାସକାର ସେଥିରେ ମର୍ଯ୍ୟାଦା ଭଙ୍ଗ କରିବାର ଆରୋପ ଲଗାଇଥିଲେ । ୟାକୁତ ଉପରେ ରଜିୟାଙ୍କ ବିଶେଷ କୃପା ଦୃଷ୍ଟି ଥିଲା । ଏହା ଫଳରେ ତୁର୍କୀ ସର୍ଦାର ଦୁହିଁଙ୍କୁ ଘୃଣାରେ ଦେଖିବାକୁ ଲାଗିଲେ ଏବଂ ଅବସର ପାଇବା ପରେ ସେମାନେ ଲୋକମାନଙ୍କୁ ଭଡକାଇ ବିଦ୍ରୋହ କରିଥିଲେ । ସବୁଠାରୁ ପ୍ରଥମେ ''ଲାହୋର'' , ପରେ ''ଭଟିଣ୍ଡା''ରେ ବିଦ୍ରୋହ ହୋଇଥିଲା । ରଜିୟା ''ଲାହୋର''ର ବିଦ୍ରୋହକୁ ସଫଳ ପୂର୍ବକ ଦବାଇଦେଇଥିଲେ । କିନ୍ତୁ ଯେତେବେଳେ ଭଟିଣ୍ଡାର ପ୍ରଶାସନ ଅଲ୍ତୁନିୟା ସହ ଯୁଦ୍ଧ କରି [[ଦିଲ୍ଲୀ]] ଫେରୁଥିଲେ , ସେତେବେଳେ ୧୪ ଅକ୍ଟୋବର ୧୨୪୦ ମାର୍ଗରେ ତାଙ୍କର ହତ୍ୟା କରିଦିଆ ଗଲା । ଏକ ସ୍ତ୍ରୀ ହୋଇ ମଧ୍ୟ ରଜିୟା ଯେଉଁ ନିଡରତା ସହ ସଂକଟରେ ସାମ୍ନା କରିଥିଲେ , ସେହି କାରଣରୁ ହିଁ ସମସ୍ତ ଆଧୁନିକ ଇତିହାସକାର ତାଙ୍କର ପ୍ରଶଂସା କରୁଥିଲେ । ଜଣେ ଇତିହାସକାର ଏହା ମଧ୍ୟ ଲେଖିଛନ୍ତି କି , "ସେ ସ୍ତ୍ରୀ ହୋଇକରି ମଧ୍ୟ ପୁରୁଷର ମସ୍ତିଷ୍କ ରଖିଥିଲେ ଏବଂ ୨୦ ପୁତ୍ରରୁ ମଧ୍ୟ ବଢିକରି ଥିଲେ" । ଏଠାରେ ଏହିପରି ଏକ ଦିଲେର ଏବଂ ମହାନ ମହିଳାଙ୍କ ସତ୍ୟ କାହାଣୀ ଅଛି ଯିଏ ନିଜ ହକ୍ ପାଇଁ ଅନବରତ ଲଢ଼ିଥିଲେ । ଏହି ଜଂଗ କେବଳ ରିସାୟତ କୁ ନେଇକରି ମଇଦାନରେ ଲଢେ଼ଇ କରାଯାଉଥିବା ଯୁଦ୍ଧ ନଥିଲା , ଏହି ଜଂଗ ବନ୍ଧନ ଏବଂ ନିଜ ଅଧିକାରର ମଧ୍ୟ ଥିଲା । ଆଜାଦୀର ବହୁ ସମୟ ପୂର୍ବେ ଅଖଣ୍ଡ [[ଭାରତ]]ରେ ଏହିପରି ଏକ ମୁସଲିମ ସମ୍ରାଜ୍ଞୀ ଜନ୍ମ ନେଇଥିଲେ ଯେପରି [[ହିନ୍ଦୁସ୍ଥାନ]]ର ପ୍ରଥମ ମହିଳା ଶାସକ ହେବାର ଗୌରବ ଥିଲା , ସେ ଥିଲେ "ସଲତନତ-ଏ-ହିନ୍ଦ ରଜିୟା ସୁଲତାନ" ।
 
===ପ୍ରାଚୀନ ଯୁଗର ମହାନ ସୁଲତାନ===
 
୧୨୩୬ - ୧୨୪୦ ଭିତରେ ରଜିୟା ସୁଲତାନ [[ହିନ୍ଦୁସ୍ତାନ]]ରେ ଦିଲ୍ଲୀର ତଖ୍ତର ତାଜ ଥିଲେ । ଏହି ୪ ବର୍ଷ ଭିତରେ ସେ ନିଜ ବିରତା ଏବଂ ବଲ ଦ୍ବାରା ଇତିହାସରେ ନିଜ ଉଚ୍ଚ ସ୍ଥାନ ଅଙ୍କିତ କରିଥିଲେ । ଜଣେ ମହିଳା ହୋଇ ସୁଲତାନ ହେବା ସେଥିପାଇଁ ମଧ୍ୟ ବହୁ ଜରୁରୀ ଅଟେ କି ସେ ହିନ୍ଦୁସ୍ଥାନର ପ୍ରଥମ ଏବଂ ଶେଷ ମହିଳା ସୁଲତାନ ଥିଲେ । ମହିଳା ହେବହେବା କାରଣରୁ ହିଁ ସୁଲତାନ ସ୍ଥାନରେ ତାଙ୍କୁ ସୁଲତାନା ଡକା ଯାଉଥିଲା । କିନ୍ତୁ ଏହି ସୁଲତାନା କୌଣସି ପ୍ରକାରେ ହିନ୍ଦୁସ୍ଥାନର ସୁଲତାନ ମାନଙ୍କ ମଧ୍ୟରେ କାମ ନଥିଲେ । ରଜିୟା ନ କେବଳ ମୁଗଲ ଶାସନ ବ୍ୟତୀତ କୌଣସି ପ୍ରକାର ବ୍ୟବସ୍ଥାରେ ହିନ୍ଦୁସ୍ଥାନ ଉପରେ ଶାସନ କରୁଥିବା ଏକ ମାତ୍ର ମହିଳା ଥିଲେ । ହେଲାକି ଇତିହାସର ପୃଷ୍ଠାରେ କିଛି ଏହି ପ୍ରକାର ମହିଳା ମାନଙ୍କ ଉଦ୍ଦେଶ୍ୟରେ ମିଳିଥାଏ ଯେଉଁମାନେ ନିଜ ରିୟାସତର ଗାଦ୍ଦୀକୁଗାଦୀକୁ ସମ୍ଭାଳିଥିଲେ । କିନ୍ତୁ ପୁରୁଷ ପ୍ରଧାନ ସମାଜ ଏବଂ ଇତିହାସର କଲମକାର ମାନେ ସେମାନଙ୍କ ନାମ କୌଣସି ସ୍ଥାନରେ ଲୁଚାଇଦେଲେ , କିମ୍ବା ସେମାନଙ୍କୁ କୌଣସି ରାଜ କିମ୍ବା ସୁଲତାନଙ୍କ ପତ୍ନୀ ରୂପେ ଦେଖାଯାଇଥିଲା । କିନ୍ତୁ ରାଜିୟା ସୁଲତାନା ନିଜ ସାହସ ଏବଂ ଶକ୍ତି ବଳରେ ଏହି ଉପାଧି କମେଇଥିଲେ , ''"ସୁଲତାନା"ଙ୍କ ଉପାଧି'' ।
 
[[file:Coin of Razia Sultana.jpg|thumb|250px|ରଜିୟା ସୁଲତାନଙ୍କ ପଇସା]]