"ଧରଣୀଧର ଭୂୟାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ପ୍ରଜାମେଳି ଓ ବିଦ୍ରୋହ: ଫିକ୍ସଡ଼ ବନାନ, ବ୍ୟାକରଣ ସଜାଡ଼ିଲେ, ଲିଙ୍କ ଯୋଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୧ କ ଧାଡ଼ି:
କେନ୍ଦୁଝରରେ ଥିବା [[ମାଛକାନ୍ଦଣା ନଦୀ]]କୁ ବନ୍ଧାଇ କେନ୍ଦୁଝର ଆଡକୁ ନେବାର ଯୋଜନା କରାଯାଇଥିଲା । ସେଥିପାଇଁ ଗରିବ ଆଦିବାସୀମାନଙ୍କୁ ମଜୁରୀ ନ ଦେଇ ବେଠି ବେଗାରିରେ କାମ କରିବାକୁ ବାଧ୍ୟ କରାଗଲା । ସେତେବେଳେ କେନ୍ଦୁଝର ଗଡ଼ର ଦେବାନ୍ ଥା’ନ୍ତି ବ୍ୟାସକବି [[ଫକୀରମୋହନ ସେନାପତି]], ଏବଂ ଏହି କେନାଲ ଖୋଳାର ତଦାରଖ ଦାୟିତ୍ଵରେ ଥା’ନ୍ତି ସହକାରୀ ଦେବାନ୍ ବିଚିତ୍ରାନନ୍ଦ ଦାସ । ଧୂର୍ତ୍ତ ବିଚିତ୍ରାନନ୍ଦଙ୍କର କ୍ରୂର ବ୍ୟବହାର ଓ ନିର୍ମମ ଅତ୍ୟାଚାର ନିରୀହ [[ଆଦିବାସୀ]]ମାନଙ୍କୁ ଆହୁରି ଉତ୍ୟକ୍ତ କଲା । ରାଜାଙ୍କଠାରେ ଅଭିଯୋଗ କରି ନିରାଶ ହେଲା ପରେ ଉତ୍ୟକ୍ତ ଆଦିବାସୀମାନେ ରାଜାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କଲେ । ସେମାନଙ୍କ ମଧ୍ୟରେ ଧରଣୀଧରଙ୍କ ଭାଇ ଗୋପାଳ ନାୟକ ମଧ୍ୟ ଥାନ୍ତି । ରାଜାଙ୍କ ଆଦେଶରେ ଗୋପାଳଙ୍କ ସମେତ ୨୦ଜଣ ଭୂୟାଁ ସର୍ଦ୍ଦାରଙ୍କୁ ବନ୍ଦୀ କରାଗଲା । ଏସବୁ ଘଟଣାରେ ଖୁବ୍ ମର୍ମାହତ ଓ ଉତ୍ତ୍ୟକ୍ତ ହୋଇ ଧରଣୀଧର ସମଗ୍ର ଭୂୟାଁ ସମ୍ପ୍ରଦାୟକୁ ରାଜାଙ୍କର ଏପରି ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ବିପ୍ଳବ କରିବାକୁ ଆହ୍ଵାନ କଲେ । ଏଥିରେ କେନ୍ଦୁଝର, ବଣାଇ, ସିଂହଭୂମ ଅଞ୍ଚଳର ହଜାର ହଜାର ଆଦିବାସୀ ଆସି ଯୋଗଦେଲେ ।
 
ଧରଣୀଧର ନିଜ ମେଳି ସହାୟତାରେ ସଶସ୍ତ୍ର ଲଢେଇ କରି, ରାଜାଙ୍କୁ ଗାଦିରୁ ହଟେଇ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବାକୁ ଏବଂ ତା ସହିତ ବିଚିତ୍ରାନନ୍ଦଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ । ବିଦ୍ରୋହ ପୂର୍ବରୁ ଧରଣୀଧର କଟକରେ ଥିବା କମିଶନର, କଲିକତାର ଇଂରେଜ କର୍ତୃପକ୍ଷ ଏବଂ [[ମୟୂରଭଞ୍ଜ]]ର ମ୍ୟାନେଜରଙ୍କୁ ରାଜାଙ୍କର ଅତ୍ୟାଚାର ବିଷୟରେ ଜଣାଇଥିଲେ । ସେଥିପାଇଁ, ବିଦ୍ରୋହ ଆରମ୍ଭ ହେଲା ପରେ ଇଂରେଜ ସରକାର ରାଜାଙ୍କୁ ସାହାଯ୍ୟ କରିବାକୁ ପଥମେ ମନା କରିଦେଲେ, କିନ୍ତୁ ଚତୁର ଦେବାନ୍ ଫକୀରମୋହନଙ୍କ ବିଚକ୍ଷଣତା ଯୋଗୁଁ ପରେ ସହାୟତା କରିଥିଲେ । କ୍ରମେ ବିଦ୍ରୋହ ଭୀଷଣ ରୂପ ଧାରଣ କଲା । ବିଦ୍ରୋହୀମାନେ ରାଜବାଟୀ ଆକ୍ରମଣ କରିବା ଆଗରୁ ରାଜା ଓ ବିଚିତ୍ରାନନ୍ଦ [[ଆନନ୍ଦପୁର]]କୁ ଲୁଚି ପଳାଇଲେ । ବିଦ୍ରୋହୀମାନେ ମଧ୍ୟ ରାଜ ନଅର ଅକ୍ତିଆର କରି ପାରିଲେ ନାହିଁ ।ସି
 
== ବିଦ୍ରୋହ ଦମନ ଓ ବନ୍ଦୀ ==