"ଚାର୍ଲ୍ସ ଡିକେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬ କ ଧାଡ଼ି:
 ଡିକେନ୍ସ 1836 ମସିହା ରେ “ ଦି ପିକୱିକ ପେପର୍ସ “( [http://The%20Pickwick%20Papers The Pickwick Papers] ) ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟ ରେ ସେ ତାଙ୍କର ଲେଖା ରେ ସାମାଜିକ ଚରିତ୍ର ଗୁଡିକ ର ନିଖୁଣ ଚିତ୍ରଣ , ଲେଖା ରେ ନାଟକୀୟତା ତଥା ସମାଜ ର ସାଂପ୍ରତିକ ଘଟଣା ବଳି ର ଜୀବନ୍ତ ଭଙ୍ଗି ରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତର ରେ ପରିଚିତ ହେଇ ଗଲେ । ସେହି ସମୟ ରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକା ରେ ଧାରାବାହିକ ହିସାବ ରେ ପ୍ରକାଶିତ ହଉଥିଲା ।ସମୟ କ୍ରମେ ଭିକ୍ଟୋରିଆ ଯୁଗ ରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରା ରେ ପରିଣତ ହେଇଥିଲା । ତାଙ୍କର ଅନନ୍ୟ "ଧାରାବାହିକ ପ୍ରକାଶନ" ମଧ୍ୟମ ଦ୍ଵାରା ସେ ପାଠକ ମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖା ର କାହାଣୀ କୁ ପରିବର୍ତନ କରୁଥିଲେ । ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ “ ଦେଭିଡ କପରଫିଳ୍ଡ ‘ ( [http://David%20Coppersfield David Coppersfield] ) ରେ "ମିସ ମିକାୱର" ଙ୍କ ଚରିତ୍ର ଦୁର୍ବଳତା କୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତୀ ଅଧ୍ୟାୟ ରେ ସକାରାତ୍ମକ ଚରିତ୍ର ରେ ପରିବର୍ତନ କରିଥିଲେ । ସେ ସେହି ସମୟ ରେ ଇଂଲଣ୍ଡ ରାସ୍ତା ରେ ବୁଲୁଥିବା ବା କାରଖାନା ରେ ଶ୍ରମିକ ଥିବା ଅଶିକ୍ଷିତ ବାଳକ ମାନଙ୍କୁ ବସେଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢି ଶୁଣାଉଥିଲେ ଓ ତାହା ଦ୍ଵାରା ସେମାନେ ଏକ ନୂତନ ଶ୍ରେଣୀ ର ପାଠକ ହେଇ ଅଣପରମ୍ପରିକ ଶିକ୍ଷ୍ୟା ମଧ୍ୟ ପାଉଥିଲେ । .<ref>{{harvnb|Hauser|1999|p=116}}.</ref>
 
ତାଙ୍କ ସମୟ ରେ ଡିକେନ୍ସ ଜଣେ ପ୍ରବୃଦ୍ଧ ସାହିତ୍ୟିକ ଭାବରେ ଜଣା ଶୁଣା ହେଇ ସାରିଥିଲେ ଓ ୧୯୪୮ ମସିହା ରେ ତାଙ୍କର ଉପନ୍ୟାସ “A Christmas Carol,” ବହୁ ପ୍ରଶଂଷିତ ହେବା ସହ ଅନେକ ନୂତନ ଲେଖକ ଙ୍କ ପାଇଁ ମାର୍ଗଦର୍ଶକ ହେଇଥିଲା । ତାଙ୍କର ଉପନ୍ୟାସ “''Oliver Twist ''“ଓ “ ''[http://Great%20Expectations Great Expectations]''” ଆଦୃତ ହେବା ସହ ଆଦର୍ଶ ମଧ୍ୟ ହେଇଥିଲା । ତାଙ୍କର ଲେଖା ସବୁ କୁ ଭିକ୍କ୍ଟୋରିଆ ଯୁଗ ର ଉପୋନ୍ୟାସ ସାହିତ୍ୟ ର ଏକ ନିଦର୍ଶନ ଭାବରେ ନିଆଯାଇ ଆସୁଛି । ଲଣ୍ଡନ ଓ ପାରିସ ଦୁଇଟି ମୁଖ୍ୟ ଇଉରୋପୀୟ ମହାନଗରୀ ଉପରେ ପରଜ୍ଯବେଶିତ ଡିକେନ୍ସ ଙ୍କ ଉପନ୍ୟାସ “[http://A%20Tale%20of%20Two%20Cities, A Tale of Two Cities,]” ରେ ସେ ଯୁଗ ର ଏକ ଶ୍ରେଷ୍ଠ ଏଇତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ବୀକୃତି ଦେଇଥିଲା । ଡିକେନ୍ସ ଙ୍କ ଲେଖା ସମୂହ କୁ ବିଶ୍ଵ ର ପ୍ରଖ୍ୟାତନାମା ଲେଖକ ଲିଓ ଟଲଷ୍ଟୟ , ଜର୍ଜ ଅରୱେଲ, ଓ ଜି . କେ . ଚେଷ୍ଟାରଟନ ଲେଖା ସମୂହ ରେ ରହିଥିବା ମାନବୀୟ ମୂଲ୍ୟବୋଧ, ବାସ୍ତବିକତା , ହସ୍ୟରସ , ଗଦ୍ୟ ଶୈଳୀ , ଚରିତ୍ର ଚିତ୍ରଣ ଶୈଳୀ ପାଇଁ ଭୂୟସୀ ପ୍ରସଂଶା କରିଥିଲେ । ଅପର ପକ୍ଷ ରେ ଓସ୍କାର ୱାଇଲ୍ଡ , ହେନେରୀ ଜେମ୍ସ ଓ ଭିର୍ଜିନିଆ ଊଲ୍ଫ ତାଙ୍କର ସାହିତ୍ୟ ରେ ମନସ୍ତାତ୍ଵିକ ଗଭୀରତା ର ଅଭାବ ଓ ହୁଗୁଳା ବିଷୟ ଲେଖୁ ଥିବାର ଅଭିଯୋଗ ମଧ୍ୟ କରିଥିଲେ । ତେବେ ତାଙ୍କର ଲେଖା ର ଶୈଳୀ “ ଡିକେନ୍ସଆନ” ଶୈଳୀ ଭାବରେ ପରିଚିତ ହେଇ ଦରିଦ୍ର ସାମାଜିକ ଅବସ୍ଥା ଓ ହାସ୍ୟ- କାରୁଣ୍ୟ ର ପରିଚୟ ଦେଇଥିଲା । 
<ref>[http://www.oxforddictionaries.com/definition/english/Dickensian "Oxford Dictionaries&nbsp;– Dickensian"]. </ref>