"ଚାର୍ଲ୍ସ ଡିକେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଇଂରେଜୀ ଲେଖକ (1812–1870)
Content deleted Content added
Created by translating the page "Charles Dickens"
(କିଛି ବଦଳିନାହିଁ)

୧୨:୧୩, ୧୫ ଜାନୁଆରୀ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ( 7 ଫେବ୍ରୁଆରି 1812-9 ଜୁନ 1870 ) ଜଣେ ଇଂରେଜୀ ଲେଖକ ଓ ସାମାଜିକ ସମାଲୋଚକ ଥିଲେ । ସେ ବିଶ୍ଵର କେତେକ ସର୍ବାଧିକ ଆଦୃତ କାଳ୍ପନିକ ଚରିତ୍ର ର ସୃଷ୍ଟି କର୍ତା ଥିଲେ ଓ ଅନେକଙ୍କ ମତ ରେ ସେ ଭିକ୍ଟୋରିଆନ ଯୁଗ ର  ସର୍ବଶ୍ରେଷ୍ଠ ଉପନ୍ୟାସକାର ଥିଲେ । ତାଙ୍କ ଉପନ୍ୟାସ ର ଚରିତ୍ର " ଅଲିଭର ଟୁଇସ୍ଟ "ଓ "ଦେଭିଡ କପରଫିଳ୍ଡ "ଭିକ୍ଟୋରିଆ ଯୁଗରୁ ଆରମ୍ଭ କରି ଆଜିଯାଏ ଏକ ଏକ ଆଦରଣୀୟ ଔପନ୍ୟାସୀକ ଚରିତ୍ର ଭାବରେ ଆଦୃତ  ହେଇ ଆସିଛି ।ଅଲିଭର ଜଣେ ଅପାଠୁଆ  ଦରିଦ୍ର ବାଳକ ର ଚରିତ୍ର । ତାହାର ଚରିତ୍ର ଚିତ୍ରଣ ରେ ଡିକେନ୍ସ ଅତ୍ୟନ୍ତ ନିଖୁନତାର ସହ ଇଂଲଣ୍ଡ ର ସାଧାରଣ ଜଣ ଜୀବନ କୁ ଜୀବନ୍ତ ଭାବରେ ପ୍ରତିଫଳନ କରେଇ ଥିଲେ । ଡିକେନ୍ସ ଜୀବନ କାଳ ମଧ୍ୟରେ ସେ ବିରଳ ଜନପ୍ରିୟତା ହାସଲ କରିଥିଲେ ଓ ବିଂଶ ଶତାବ୍ଦୀ ବେଳକୁ ବିଦ୍ଵାନ ଓ ସମାଲୋଚକ ମାନେ ତାଙ୍କୁ ସାହିତ୍ୟିକ କିମ୍ବଦନ୍ତୀ ବ୍ୟକ୍ତି ଭାବରେ ଗ୍ରହଣ କରିଥିଲେ ।ଏବେ ମଧ୍ୟ ତାଙ୍କର ସାହିତ୍ୟିକ କୃତି ସବୁ ବିଶ୍ଵ ସାହିତ୍ୟ ରେ ଶ୍ରେଷ୍ଠ ଓ ବହୁଳ ବିକ୍ରୀତ ପୁସ୍ତକ ତାଲିକା ରେ ରହିଛି । 

ଚାର୍ଲ୍ସ ଡିକେନ୍ସ
Charles Dickens
Dickens in New York, 1867
ଜନ୍ମ ଓ ଜନ୍ମସ୍ଥାନCharles John Huffam Dickens
(1812-02-07)୭ ଫେବୃଆରୀ ୧୮୧୨
Landport, Hampshire, England, United Kingdom
ମୃତ୍ୟୁ୯ ଜୁନ ୧୮୭୦(1870-06-09) (ବୟସ ୫୮)
Higham, Kent, England, United Kingdom
ସମାଧି ସ୍ଥଳPoets' Corner, Westminster Abbey
ବୃତ୍ତିWriter
ଜାତୀୟତାBritish
ସାହିତ୍ୟ କୃତି
ଜୀବନସାଥୀCatherine Thomson Hogarth
ସନ୍ତାନ

ଦସ୍ତଖତ

[୧][୨]

ଡିକେନ୍ସ ଙ୍କ ଜନ୍ମ ଇଂଲଣ୍ଡ ର ପୋର୍ଟ୍ସମାଉଥ ଠାରେ ହେଇଥିଲା । ତାଙ୍କର ଋଣଗ୍ରସ୍ତ ପିତା ଙ୍କୁ ରୁଣ ସୁଝି ନ ପଡ଼ିବାରୁ  ଜେଲ ଦଣ୍ଡ ମିଳିବାରୁ ବାଲ୍ୟ କାଳ ରୁ ସେ ସ୍କୁଲ ଛାଡି ଏକ କାରଖାନା ରେ କାର୍ଯ୍ୟ କରିବାକୁ ହେଇଥିଲା । ସାଧାରଣ ବିଦ୍ୟାଳୟ ଶିକ୍ଷ୍ୟା କମ ପାଇଥିଲେ ମଧ୍ୟ ସେ ଏକ ସାପ୍ତାହିକି ଜର୍ନାଲ 20 ବର୍ଷ ଧରି ସମ୍ପାଦନା କରିଥିଲେ ଓ 15 ଟି କାଳ୍ପନିକ ଉପନ୍ୟାସ ସହ 5 ଟି କ୍ଷୁଦ୍ର ଉପନ୍ୟାସ , ଶତାଧିକ କ୍ଷୁଦ୍ର ଗଳ୍ପ , ଅନେକ ଅଣ –କାଳ୍ପନିକ ଲେଖା ବଳି ରଚନା କରିବା ସହ ବ୍ୟାପକ ଭାବରେ ବକୃତା ଦେଇଥିଲେ । ସେ ନିରନ୍ତର ଭାବରେ ଜଣେ ପତ୍ର ଲେଖକ ଥିଲେ । ସାମାଜିକ କ୍ଷେତ୍ର ରେ ଅବଦାନ ଭାବରେ ସେ ଶିଶୁ ମାନଙ୍କ ଶିକ୍ଷ୍ୟା , ସାମାଜିକ ଅଧିକାର ର ଜଣେ ବଳିଷ୍ଟ ସମର୍ଥକ ଓ ଅଗ୍ରଦୂତ ଭାବରେ ରହିଥିଲେ ।

 ଡିକେନ୍ସ 1836 ମସିହା ରେ “ ଥି ପିକୱିକ ପେପର୍ସ “( The Pickwick Papers ) ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟ ରେ ସେ ତାଙ୍କର ଲେଖା ରେ ସାମାଜିକ ଚରିତ୍ର ଗୁଡିକ ର ନିଖୁଣ ଚିତ୍ରଣ , ଲେଖା ରେ ନାଟକୀୟତା ତଥା ସମାଜ ର ସାଂପ୍ରତିକ ଘଟଣା ବଳି ର ଜୀବନ୍ତ ଭଙ୍ଗି ରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତର ରେ ପରିଚିତ ହେଇ ଗଲେ । ସେହି ସମୟ ରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକା ରେ ଧାରାବାହିକ ହିସାବ ରେ ପ୍ରକାଶିତ ହଉଥିଲା ।ସମୟ କ୍ରମେ ଭିକ୍ଟୋରିଆ ଯୁଗ ରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରା ରେ ପରିଣତ ହେଇଥିଲା । ତାଙ୍କର ଅନନ୍ୟ "ଧାରାବାହିକ ପ୍ରକାଶନ" ମଧ୍ୟମ ଦ୍ଵାରା ସେ ପାଠକ ମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖା ର କାହାଣୀ କୁ ପରିବର୍ତନ କରୁଥିଲେ । ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ “ ଦେଭିଡ କପରଫିଳ୍ଡ ‘ ( David Coppersfield ) ରେ "ମିସ ମିକାୱର" ଙ୍କ ଚରିତ୍ର ଦୁର୍ବଳତା କୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତୀ ଅଧ୍ୟାୟ ରେ ସକାରାତ୍ମକ ଚରିତ୍ର ରେ ପରିବର୍ତନ କରିଥିଲେ । ସେ ସେହି ସମୟ ରେ ଇଂଲଣ୍ଡ ରାସ୍ତା ରେ ବୁଲୁଥିବା ବା କାରଖାନା ରେ ଶ୍ରମିକ ଥିବା ଅଶିକ୍ଷିତ ବାଳକ ମାନଙ୍କୁ ବସେଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢି ଶୁଣାଉଥିଲେ ଓ ତାହା ଦ୍ଵାରା ସେମାନେ ଏକ ନୂତନ ଶ୍ରେଣୀ ର ପାଠକ ହେଇ ଅଣପରମ୍ପରିକ ଶିକ୍ଷ୍ୟା ମଧ୍ୟ ପାଉଥିଲେ । .[୩]

ତାଙ୍କ ସମୟ ରେ ଡିକେନ୍ସ ଜଣେ ପ୍ରବୃଦ୍ଧ ସାହିତ୍ୟିକ ଭାବରେ ଜଣା ଶୁଣା ହେଇ ସାରିଥିଲେ ଓ ୧୯୪୮ ମସିହା ରେ ତାଙ୍କର ଉପନ୍ୟାସ “A Christmas Carol,” ବହୁ ପ୍ରଶଂଷିତ ହେବା ସହ ଅନେକ ନୂତନ ଲେଖକ ଙ୍କ ପାଇଁ ମାର୍ଗଦର୍ଶକ ହେଇଥିଲା । ତାଙ୍କର ଉପନ୍ୟାସ “Oliver Twist “ଓ “ Great Expectations” ଆଦୃତ ହେବା ସହ ଆଦର୍ଶ ମଧ୍ୟ ହେଇଥିଲା । ତାଙ୍କର ଲେଖା ସବୁ କୁ ଭିକ୍କ୍ଟୋରିଆ ଯୁଗ ର ଉପୋନ୍ୟାସ ସାହିତ୍ୟ ର ଏକ ନିଦର୍ଶନ ଭାବରେ ନିଆଯାଇ ଆସୁଛି । ଲଣ୍ଡନ ଓ ପାରିସ ଦୁଇଟି ମୁଖ୍ୟ ଇଉରୋପୀୟ ମହାନଗରୀ ଉପରେ ପରଜ୍ଯବେଶିତ ଡିକେନ୍ସ ଙ୍କ ଉପନ୍ୟାସ “A Tale of Two Cities,” ରେ ସେ ଯୁଗ ର ଏକ ଶ୍ରେଷ୍ଠ ଏଇତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ବୀକୃତି ଦେଇଥିଲା । ଡିକେନ୍ସ ଙ୍କ ଲେଖା ସମୂହ କୁ ବିଶ୍ଵ ର ପ୍ରଖ୍ୟାତନାମା ଲେଖକ ଲିଓ ଟଲଷ୍ଟୟ , ଜର୍ଜ ଅରୱେଲ, ଓ ଜି . କେ . ଚେଷ୍ଟାରଟନ ଲେଖା ସମୂହ ରେ ରହିଥିବା ମାନବୀୟ ମୂଲ୍ୟବୋଧ, ବାସ୍ତବିକତା , ହସ୍ୟରସ , ଗଦ୍ୟ ଶୈଳୀ , ଚରିତ୍ର ଚିତ୍ରଣ ଶୈଳୀ ପାଇଁ ଭୂୟସୀ ପ୍ରସଂଶା କରିଥିଲେ । ଅପର ପକ୍ଷ ରେ ଓସ୍କାର ୱାଇଲ୍ଡ , ହେନେରୀ ଜେମ୍ସ ଓ ଭିର୍ଜିନିଆ ଊଲ୍ଫ ତାଙ୍କର ସାହିତ୍ୟ ରେ ମନସ୍ତାତ୍ଵିକ ଗଭୀରତା ର ଅଭାବ ଓ ହୁଗୁଳା ବିଷୟ ଲେଖୁ ଥିବାର ଅଭିଯୋଗ ମଧ୍ୟ କରିଥିଲେ । ତେବେ ତାଙ୍କର ଲେଖା ର ଶୈଳୀ “ ଡିକେନ୍ସଆନ” ଶୈଳୀ ଭାବରେ ପରିଚିତ ହେଇ ଦରିଦ୍ର ସାମାଜିକ ଅବସ୍ଥା ଓ ହାସ୍ୟ- କାରୁଣ୍ୟ ର ପରିଚୟ ଦେଇଥିଲା ।  [୪]

ପ୍ରାରମ୍ଭିକ ଜୀବନ 

 
ପୋର୍ଟମାଉଥ ଠାରେ ଥିବା ଚାର୍ଲ୍ସ ଡିକେନ୍ସ ଙ୍କ ଜନ୍ମସ୍ଥାନ 
 
1817 ମସିହା ରୁ 1821 ମସିହା ଯାଏ ଡିକେନ୍ସ ରହୁଥିବା ଗୃହ ଚଠାମ ଠାରେ 
[୫]

 ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ୭ ଫେବ୍ରୁଆରି ୧୮୧୨ ମସିହା ରେ ପୋର୍ଟ ସୀ ଦ୍ଵିପ ର , ମାଇଲ ଏଣ୍ଡ ଟେରାସ ( ବର୍ତମାନ ତାହା ୩୯୩ କମରସିଆଲ ରୋଡ )ଠାରେ ଜନ୍ ଡିକେନ୍ସ ଓ ଏଲିଜାବେଥ ଡିକେନ୍ସ ଙ୍କ  ଆଠଟି ସନ୍ତାନ ମଧ୍ୟ ରୁ ଦ୍ଵିତୀୟ ସନ୍ତାନ ଭାବରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ବ୍ରିଟିଶ ନେଭି ର ଜେନ ଅଫିସର ଭାବରେ ସେଠାରେ ଅସ୍ଥାୟୀ ଭାବରେ ସ୍ଥାନିତ ଥିଲେ   ତାଙ୍କ ପିତା ଙ୍କ ବନ୍ଧୁ ତଥା ଏକ କମ୍ପାନୀ ର ମାଲିକ  "ଚୃଷ୍ଟୋଫଫର ହୁଫ୍ଫାମ "ଚାର୍ଲ୍ସ ଙ୍କ ଧରମବାପା ଭାବରେ ଥିଲେ ଓ ପରବର୍ତୀ କାଳ ରେ ଡିକେନ୍ସ ତାଙ୍କ ଉପନ୍ୟାସ " Dombey and Sons"( ୧୮୪୮ ମସିହା ରେ ରଚିତ ) ମକ ଏକ ଉପନ୍ୟାସ ରେ ଜାହାଜ କମ୍ପାନୀ ର ମାଲିକ ଭାବରେ ତାଙ୍କର ଚରିତ୍ର କୁ ହିଁ ଚିତ୍ରଣ କରିଥିବାର ବିଶ୍ଵାସ କରାଯାଇଥାଏ । 

I୧୮୧୫ ମସିହା ରେ ଜନ  ଡିକେନ୍ସ ଙ୍କୁ ଇଂଲଣ୍ଡ ରେ ସ୍ଥାପିତ କରାଗଲା ଓ ସେତେବେଳେ ଚାର୍ଲ୍ସ ଙ୍କୁ ୪ ବର୍ଷ ହେଇଥିଲା । ସେ ୧୧ ବର୍ଷ ହେବା ଯାଏ ସେଠାରେ ଶିର୍ନେସ ଓ କେଣ୍ଟ ଠାରେ ରହିଥିଲେ ।[୬] ତାଙ୍କର ବାଲ୍ୟ କାଳ ଅତ୍ୟନ୍ତ ସାଧାରଣ ଥିଲା ଓ ଏକ ବୃହତ ପରିବାର ରେ ଥିବା ହେତୁ ବିଶେଷ କିଛି ସ୍ଵତନ୍ତ୍ର ଯତ୍ନ ପାଇ ନଥିଲେ । .[୭]

 ବାଳକ ଚାର୍ଲ୍ସ ବେଶି ସମୟ ବାହାରେ ରହୁଥିଲେ ଓ ଜଣେ ସର୍ବଗ୍ରାସି ପାଠକ ଥିଲେ । ସେ ତାଙ୍କ ସମୟ ରେ ଜନପ୍ରିୟ  ଥିବା "ତୋବିଅସ ସ୍ମଲେଟ" , "ହେନେରୀ ଫିଲଡିଙ୍ଗ"  ଆଦି ଲେଖକ ଙ୍କ ଚିତ୍ରିତ ଉପନ୍ୟାସ ଓ "ରବିନସନ କୃଶୋ " ," ଗିଲ ବ୍ଳାସ " ପରି ଜନପ୍ରିୟ  ଉପନ୍ୟାସ ପଢିବା ସହ " ଆରବିଆନ ନାଇଟ" ଏଲିଜାବେଥ ଇଞ୍ଚବାଲ୍ଡ[୮] ଙ୍କ ହାସ୍ୟ ଲେଖବାଳି ସଂଗ୍ରହ କୁ ବାରମ୍ବାର ପଠନ କରୁଥିଲେ । ତାଙ୍କର ସ୍ମୃତି ଶକ୍ତି ପ୍ରଖର ଥିଲା ଓ ତାହା ତାଙ୍କ ପାଇଁ ପରବର୍ତୀ ଲେଖକ ଜୀବନ ରେ ବହୁ ଉପାଦେୟ ହେଇଥିଲା ।  ସେ ଜନସାଧାରଣ ଙ୍କ ଭିତରେ ଲକ୍ଷ୍ୟ କରୁଥିବା ଘଟଣା  ସବୁ ମନେ ରଖିପାରୁଥିଲେ ଓ ଉପନ୍ୟାସ ରଚନା ବେଳେ ସେହି ଘଟଣା ବଳି କୁ ସୁନ୍ଦର ରୂପ ଦେଇ କାଳ୍ପନିକ ଚରିତ୍ର ସବୁ[୯] ର ଚିତ୍ରଣ କରିପାରୁଥିଲେ ।ସେ କିଛି କାଳ ନୌସେନା ବିଭାଗ  ରେ ତାଙ୍କ ପିତା ଙ୍କ ସ୍ଥାନ ରେ ଦରମା ଅଫିସର ଭାବରେ କାର୍ଯ୍ୟ ପାଇଥିଲେ ଓ ସେହି ସମୟ ରେ କିଛି ବେସରକାରୀ ସ୍କୁଲ ଶିକ୍ଷ୍ୟା ହାସଲ କରିଥିଲେ ।  [୧୦]

 
୧୮୯୨ ମସିହା ରେ ପ୍ରକାଶ ପାଇଥିବା ଚାର୍ଲ୍ସ ଡିକେନ୍ସ ଙ୍କ ଜୀବନୀ ଉପରେ ଫୋର୍ସ୍ତର ଲେଖିଥିବା ପୁସ୍ତକ (Life of Dickens)  ଏକ ଚିତ୍ର ରେ ଜୋତା କାରଖାନା ରେ କାମ କରୁଥିବାର ଏକ ଅଙ୍କିତ  ଚିତ୍ର  
[୧୧]

 ୧୮୨୨ ମସିହା ବେଳକୁ ଚାର୍ଲ୍ସ ଙ୍କ ପରିବାର ଲଣ୍ଡନ ଫେରି ଆସିଲେ ଓ ତାଙ୍କ ପିତା ସେତେବେଳେ ବହୁତ ରୁଣ ଗ୍ରସ୍ତ ହେଇ ସାରିଥିଲେ । ତାଙ୍କୁ ସେଥିପାଇଁ ପରିବାରସହ ସେହି ସମୟ ର ପ୍ରଥା ଅନୁସାରେ ମର୍ଶଲସୀ ଜୈଲ ରେ ରହିବାକୁ ହେଲା । କେବଳ ଚାର୍ଲ୍ସ ଏଲିଜାବେଥ ରୟଲାନ୍ସ ନାମିକା ଜଣେ ପାରିବାରିକ ବନ୍ଧୁ ଙ୍କ ସହ ରହିବାକୁ ହେଲା । ଏଲିଜାବେଥ ବୟସ୍କା ଦରିଦ୍ର ମହିଳା ଥିଲେ ମଧ୍ୟ ଚାର୍ଲ୍ସ ତାଙ୍କ ଠାରୁ ଖୁବ ସ୍ନେହ ଆଦର ପାଇଥିଲେ ଓ ତାଙ୍କ ଚରିତ୍ର ତାଙ୍କ ଉପନ୍ୟାସ " Dombey and Sons " ଉପନ୍ୟାସ ରେ ଜଣେ ଆଦରଣୀୟା ମହିଳା " ମିସେସ ପିପଚିନ " ଭାବରେ ଚିତ୍ରିତ କରି ଥିଲେ । ତାହା ପରେ ସେ କିଛି କାଳ ଜଣେ ବୟସ୍କ ଏଜେଣ୍ଟ " ଆର୍ଚିବାଲ୍ଡ ରସେଲ " ଙ୍କ ଗୃହ ରେ ରହିଥିଲେ । ତାଙ୍କୁ ଡିକେନ୍ସ " ଜଣେ ଖୁସ ମିଜାଜ , ଦୟାଳୁ ଭଦ୍ରବ୍ୟକ୍ତି " ଭାବରେ ତାଙ୍କ ଜୀବନୀ ରେ ଉଲ୍ଲେଖ କରିଥିଲେ ଓ ସେ ହିଁ ଡିକେନ୍ସ ଙ୍କ "  The Old Curiosity Shop." ଉପନ୍ୟାସ ରଚନା ମୂଳ ର ପ୍ରେରଣା ଥିଲେ ।  [୧୨]

ନିଜ ଜେଲ ଗ୍ରସ୍ତ ପରିବାର ପାଇଁ ଅର୍ଥ ଅର୍ଜନ ପାଇଁ ସେ ସ୍କୁଲ ଛାଡି ଏକ ଜୋତା ରଙ୍ଗ କାରଖାନା ରେ ସାମାନ୍ଯ ମଜୁରି ରେ ଦୈନିକ ୧୦- ଘଣ୍ଟା କାମ କରୁଥିଲେ । ଏହି କଠିନ ସମୟ ର ସ୍ମୃତି ଓ ଅନୁଭୂତି ତାଙ୍କ ଉପନ୍ୟାସ ମାନଙ୍କ ରେ ପ୍ରତିଫଳିତ ହେଇଥିଲା । ସେହି ସମୟ ରେ ଅଳ୍ପ ବୟସ ର ଦରିଦ୍ର ବାଳକ ମାନଙ୍କୁ କିପରି ଶୋଷଣ କରାଯାଉଥିଲା ତାହା ଡିକେନ୍ସ ଙ୍କ ନିଜେ ଅଙ୍ଗେ ନିଭେଇଥିବା କଥା ହେଇଥିବାରୁ ପରବର୍ତୀ ଜୀବନ ରେ ତାଙ୍କ ଉପନ୍ୟାସ ମାନଙ୍କୁ ସେହି ଦରିଦ୍ର , ଅର୍ଦ୍ଧ -ପାଠୁଆ ବାଳକ ଚରିତ୍ର କୁ ସେ ଖୁବ ଜୀବନ୍ତ ଭାବରେ ଫୁଟେଇଥିଲେ ଓ ନିଜେ ସେମାନକ ଜୀବନ ର ଉନ୍ନତି ପାଇଁ ଅନେକ ସାମାଜିକ ସେବା କରିଥିଲେ । ( The Life of Charles Dickens):

 
୧୮୯୭ ମସିହା ରେ ମାର୍ଶାଲସି ଜୈଲ , ବନ୍ଦ ହେବା ପରେ 

କିଛି ମାସ ଜୈଲ ରେ ରହିବା ପରେ ଚାର୍ଲ୍ସ ଙ୍କ ପିତାମହୀ ଏଲିଜାବେଥ ଡିକେନ୍ସ ଙ୍କ ପରଲୋକ ଘଟିଲା ଓ ତାଙ୍କର ଦାୟାଦ ଭାବରେ ଚାର୍ଲ୍ସ ଙ୍କ ବାପା ତାଙ୍କ ସମ୍ପତ୍ତି ଉତ୍ତରାଧିକାରୀ ଭାବରେ ପାଇ ରୁଣ ସୁଝି ଜୈଲ ରୁ ମୁକ୍ତ ହେଲେ ।ଓ ତାଙ୍କ ପରିବାର ମିସେସ ରୋଏଲେନ୍ସ ଙ୍କ ବାସ ଭବନ କୁ ଚାଲିଗଲେ । [୧୩] ତେବେ ଚାର୍ଲ୍ସ ଙ୍କ ମାତା ତାଙ୍କୁ ଜୋତା କାରଖାନା ଚାକିରି ନ ଛାଡିବାକୁ ସେଇଠି ରହିଯିବାକୁ କହିଥିଲେ । ତାଙ୍କ ମାତା ଙ୍କ ଏପରି ପକ୍ଷ୍ୟପାତ ମୂଳକ ବ୍ୟବହାର ବ୍ୟବହାର ବାଳକ ଚାର୍ଲ୍ସ ଙ୍କ ମନରେ ଗଭୀର ଆଘାତ ଦେଇଥିଲା । ପରବର୍ତୀ କାଳ ରେ ତାଙ୍କର ଉପନ୍ୟାସ ରେ ସମାଜ ରେ ଥିବା ସେହିପରି ମହିଳା ଙ୍କ ଚିତ୍ରଣ ସେ ନିଖୁଣ ଭାବରେ କରିଥିଲେ । ଓ ତାଙ୍କର ମହିଳା ଙ୍କ ପ୍ରତି ଆଭିମୁଖ୍ୟ ରେ କିଛିଟା ବିତୃଷ୍ଣା ତାଙ୍କ ଲେଖା ରେ ପ୍ରତିଫଳିତ ହେଇଥିଲା ।[୧୪] 


 ତାଙ୍କର "David Copperfield "[୧୫] ଉପନ୍ୟାସ ରେ ଥିବା ସେହି ସଦୃଶ ଅବହେଳିତ ବାଳକ ଚରିତ୍ର ଡାଭିଡ ପ୍ରକୃତ ରେ ତାଙ୍କ ନିଜ ବାଲ୍ୟାବସ୍ଥା ର ଘରଣାବଳୀ ଦ୍ଵାରା ପ୍ରେରିତ ହେଇଥିଲା ।ସେ ଲେଖିଥିଲେ , 

" ମୁ କାହା ଠାରୁ ଉତଶାହ ପାଇ ନାହିଁ , ଶାନ୍ତନା ପାଇ ନାହିଁ , ସାହାଯ୍ୟ ପାଇ ନାହିଁ, ଦୟା ପାଇ ନାହିଁ , ଓ ଏହି ହିସାବ ରେ ମୁ ସ୍ଵର୍ଗ କୁ ଯିବାର ଆଶା ରଖିଛି । "  "I had no advice, no counsel, no encouragement, no consolation, no assistance, no support, of any kind, from anyone, that I can call to mind, as I hope to go to heaven!"

ପରିଶେଷ ରେ ୧୮୨୭ ମସିହା ରେ ଡିକେନ୍ସ ୱେଲିଂଟନ ଏକାଡେମି ନାମକ ସ୍କୁଲ ରେ ଦୁଇବର୍ଷ ପଢିଥିଲେ ।ମାତ୍ର ତାହା ଏକ ଅତ୍ୟନ୍ତ ନିମ୍ମ ମନର ସ୍କୁଲ ଥିଲା । ସେଠାରେ ହେଡ ମାଷ୍ଟର ପିଲା ମାନଙ୍କୁ ବଡ ନିର୍ଦୟ ଭାବରେ ବ୍ୟବହାର  କରୁଥିଲେ ।ତାଙ୍କ ଚରିତ୍ର କୁ ଡିକେନ୍ସ ପରେ  "David Copperfield " ଉପନ୍ୟାସ ରେ ମିଷ୍ଟର କ୍ରୀକୀଳ ଙ୍କ ସ୍କୁଲ ଶିକ୍ଷକ ଭାବରେ ଚିତ୍ରଣ କରିଥିଲେ ।  [୧୬]

୧୮୨୭ ମେ ରୁ ୧୮୨୮ ନଭେମ୍ବର ଯାଏ ଏକ ଲ - ପ୍ରତିଷ୍ଠାନ ରେ କିରାଣୀ ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟ ରେ ପ୍ରତ୍ୟହ ଥିଏଟର କୁ ମଞ୍ଚ ନାଟକ ଦେଖିବାକୁ ଯାଉଥିଲେ । ସେ ସେହି ସମୟ ରେ ଶର୍ଟ-ହାଣ୍ଡ[୧୭] ଲେଖିବା ଅଭ୍ୟାସ କରି ପରବର୍ତୀ କାଳ ରେ ସମ୍ପାଦକ ହିସାବ ରେ କାର୍ଯ୍ୟ କଳା ବେଳେ ତାହାର ପ୍ରୟୋଗ କରିଥିଲେ । ପ୍ରଥମ କାଳ ରେ " Doctors Commons" ନାମକ ପତ୍ରିକା ରେ ବିଚାର ବିଭାଗୀୟ ରିପୋର୍ଟ ସବୁ ୪ ବର୍ଷ ପାଇଁ ଲେଖୁଥିଲେ ।  [୧୮][୧୯]

୧୮୩୦ ମସିହା ରେ ଚାର୍ଲ୍ସ ମାରୀଆ ବିଡନେଲ ନାମକ ଝିଅ ଙ୍କ ପ୍ରେମ ରେ ପଡିଥିଲେ ମଧ୍ୟ ମାରୀଆ ଙ୍କ ପରିବାର ଏହାକୁ ସ୍ବୀକୃତି ନ ଦେଇ ମାରୀଆ ଙ୍କୁ ପଢିବା ପାଇଁ ପାରିସ ପଠେଇ ଦେଇଥିଲେ ଓ ଏଥିରେ ଚାର୍ଲ୍ସ ଙ୍କ ପ୍ରେମ ସମ୍ପର୍କ ରେ ଜବନିକା ପଡିଥିଲା । .[୨୦]

ସମ୍ବାଦିକତା ଓ ପ୍ରାରମ୍ଭିକ ଉପନ୍ୟାସ ସବୁ 

 ୧୮୩୨ ମସିହା ରେ ମାତ୍ର ୨୦ ବର୍ଷ ବୟସ୍କ ଚାର୍ଲ୍ସ ଜୀବନ ର ଅନୁଭୂତି ରେ ସମ୍ବରୁଧ ହେଇ ସାରିଥିଲେ । ଦିଗହରା ଅନୁଭବ କରୁଥ୍ଯିଲେ ମଧ୍ୟ ସେ ଉଚ୍ଛାଭିଲାଶ ରଖିଥିଲେ । ସେ ଥିଏଟର ରେ ପ୍ରବେଶ କରି ସେଠାରେ ମିମିକ୍ରୀ ବା ଅନନ୍ୟ ଚରିତ୍ର ମାନଙ୍କ ହାସ୍ୟାଭିନୟ ର ନକଲ ପ୍ରଦର୍ଶନ କଲେ ।ତାହା ପରେ ସେ ଲେଖକ ହିସାବ ରେ ତାଙ୍କର ଅଧ୍ୟାୟ ଆରମ୍ଭ କରିଥିଲେ । ୧୯୩୩ ମସିହା ରେ ସେ ତାଙ୍କର ପ୍ରଥମ ଗଳ୍ପ " "A Dinner at Poplar Walk",ଲଣ୍ଡନ ର ପତ୍ରିକା l "Monthly Magazine" କୁ ପ୍ରେରଣା କଲେ । ଏହା ପରେ ତାଙ୍କର ମାମୁଁ ତାଙ୍କୁ   The "Mirror of Parliament " ନାମକ ବ୍ରିଟିଶ ପାର୍ଲାମେଣ୍ଟ ର ଜର୍ନାଲ ରେ ରେ ରିପୋର୍ଟର ଭାବରେ କାର୍ଯ୍ୟ ନିର୍ବାହ କଲେ ।ଏଥିରେ ସେ ପାର୍ଲିଆମେଣ୍ଟ ର ବିତର୍କ ର ବିବରଣୀ ପ୍ରକାଶ କରୁଥିଲେ । ଏହି ସମୟ କାଳ ମଧ୍ୟ ରେ ସେ ତାଙ୍କର ପ୍ରଥମ ପ୍ରବନ୍ଧ ସଂଗ୍ରହ " : Sketches by Boz" ପ୍ରକାଶ କରିଥିଲେ । ଏଥିରେ ନିଜ କଲମ-ନାମ "Boz" ଭାବରେ ଉଲ୍ଲେଖ କରୁଥିଲେ । ୧୯୩୫ ମସିହା ରେ ସେ ପ୍ରସିଦ୍ଧ ସମ୍ପାଦକ ହୋଗର୍ଥ ଙ୍କ ସଂଶର୍ଷ ରେ ଆସି ତାଙ୍କ ପ୍ରକାଶିତ "Morning Chronicle"ରେ ଲେଖା ମନ ଦେବା ସହ ତାଙ୍କ ପରିବାର ର ନିକଟତର ହେଇଥିଲେ ଓ ହୋଗର୍ଥ ଙ୍କ ସାନ ଝିଅ କାଥେରିନ ଙ୍କ ସହ ନିବିଡତା ସୃଷ୍ଟି କରିଥିଲେ ।ସେ ତାଙ୍କୁ ୧୮୩୬ ମସିହା ରେ ବିବାହ କରିଥିଲେ । [୨୧] .[୨୨]

 
କାଠେରିନ ହୋଗର୍ଥ ଡିକେନ୍ସ , ୧୮୩୮ ର ଅଙ୍କିତ ଚିତ୍ର ରେ 

 ଏହା ପରେ ତାଙ୍କର ଧାରାବାହିକ ଲେଖା "  The Pickwick Papers" ବହୁଳ ଭାବରେ ଆଦୃତ ହେବାରେ ଲାଗିଲା । ଅଙ୍କିତ ଚିତ୍ର ସହ ପ୍ରକାଶିତ ହଉଥିବା ଏହି ଧାରାବାହିକ ଯୋଗୁଁ ମେଗାଜିନ ର ବିକ୍ରୟ କ୍ରମଶଃ ୪୦,୦୦୦ ରୁ ଅଧିକ ହେଇଯାଇଥିଲା ଓ ପତ୍ରିକା ର ଜନପ୍ରିୟତା ଏଥିଯୋଗୁ ବହୁଳ ଭାବରେ ବର୍ଦ୍ଧନ ହେଇଥିଲା [୨୩]। ୧୮୩୬ ମସିହା ରେ ଡିକେନ୍ସ "Bentley's Miscellany" ନାମକ ପତ୍ରିକା ର ସମ୍ପାଦକ ପଦ ଗ୍ରହଣ କରି ପରବର୍ତୀ ୩ ବର୍ଷ ଏଥିରେ ଧାରାବାହିକ ପ୍ରକାଶନ କରିଥିଲେ । ଏହା ସହ ସେ " Oliver Twist " କୁ ଧାରାବାହିକ ଭାବରେ ଆରମ୍ଭ କରିଥିଲେ । ଏକ ବାଳକ ର କାହାଣୀ କୁ ନେଇ ଉପନ୍ୟାସ ଭାବରେ ଏହା ଭିକ୍ଟୋରିଆ ଯୁଗ ର ପ୍ରଥମ ଉପନ୍ୟାସ ଥିଲା ।[୨୪] 

 
୧୮୩୯ ମସିହା ରେ ତରୁଣ ଚାର୍ଲ୍ସ ଙ୍କ ଚିତ୍ର 

 ୧୮୩୭ ମସିହା ରେ ଡିକେନ୍ସ ଓ କାଥେରିନ ଙ୍କ ଔରସ ରୁ ପୁତ୍ର ଚାର୍ଲି ଜନ୍ମ ହେଇଥିଲା । ଡିକେନ୍ସ ଙ୍କ ପରିବାର ସେହି ସମୟ ରେ ତାଙ୍କ ଭାଇ ଫ୍ରେଡରିକ ଓ କାଥେରୀନ ଙ୍କ ଭଉଣୀ ମାରି ଙ୍କ ସହ ଏକାଠି ରହୁଥିଲେ । କିନ୍ତୁ ମାରି ହଠାତ ବ୍ୟାଧି ଗ୍ରସ୍ତ ହେଇ ମୃତ୍ୟୁ ବାରାଁ କରିବା ଘଟଣା ଚାର୍ଲ୍ସ ଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା ଓ ସେ କିଛି କାଳ ଲେଖା ବନ୍ଦ କରିଦେଇଥିଲେ । ମାରି ଙ୍କୁ ଏ ଖୁବ ସ୍ନେହା କରୁଥିଲେ ଓ ତାଙ୍କୁ ତାଙ୍କର ଏକ ଉପନ୍ୟାସ ରେ " Rose Maylie" ଚରିତ୍ର ଭାବରେ ଆଦର ର ସହ ଚିତ୍ରଣ କରିଥିଲେ । ସେହି ସମୟ ରେ ତାଙ୍କର ପ୍ରସିଦ୍ଧ ଲେଖକ ଜନ  ଫୋଷ୍ଟର ଙ୍କ ସହ ବନ୍ଧୁତା ହେଇଥିଲା । ଜନ ପରେ ତାଙ୍କର ବନ୍ଧୁ , ମେନେଜର ଓ ଆତ୍ମଜୀବନୀ ରଚୟିତା ଭାବରେ ପରିଚିତ ହେଇ ନିଜେ ଜଣେ  ସ୍ବନାମଧନ୍ୟ ଲେଖକ ହେଇପାରିଥିଲେ ।  .[୨୫]

ଇଏହି ସମୟ ରେ ସାହିତ୍ୟ କୃତି ସବୁ  "Nicholas Nickleby"(୧୮୩୮-୩୯ ), "The Old Curiosity Shop" (୧୮୪୧) ପ୍ରଥମ ଏଇତିହାସିକ ଉପନ୍ୟାସ " Barnaby Rudge: A Tale of the Riots of 'Eighty,"  "Master Humphrey's Clock " (୧୮୪୦-୪୧ ), ଧାରାବାହିକ ଭାବେ ପ୍ରକାଶ ହେଇ ପରେ ପୁସ୍ତକ ଆକାର ରେ ପ୍ରକାଶିତ ହେଇଥିଲା । .[୨୬]


ପ୍ରଥମ ଆମେରିକା ଭ୍ରମଣ 

 ୧୮୪୨ ମସିହା ରେ ସେ ସପତ୍ନୀକ ଆମେରିକା ଯାତ୍ରା କରିଥିଲେ [୨୭]। ସେହି ସମୟ ରେ କାଥେରୀନ ଙ୍କ ଭଗିନୀ ଜର୍ଜିନା [୨୮]ତାଙ୍କର ପରିବାର ର ଦେଖଣା କାର୍ଯ୍ୟ କରିଥିଲେ ଓ ସେ ୧୮୭୦ ମସିହା ରେ ଡିକେନ୍ସ ଙ୍କ ମୃତ୍ୟୁ ଯାଏ ପରିବାର ସହ ରହିଥିଲେ । ତାଙ୍କ ଚରିତ୍ର ଚିତ୍ରଣ ଡିକେନ୍ସ ତାଙ୍କ  "Agnes Wickfielda" ଚରିତ୍ର ରେ ଚିତ୍ରଣ କରିଥିଲେ । .[୨୯]

 
Sketch of Dickens in 1842 during American Tour. Sketch of Dickens's sister Fanny, bottom left

 ଡିଏନ୍ସ ତାଙ୍କର ଆମେରିକା ଭ୍ରମଣ ର ଅନୁଭୂତି ସବୁ କୁ "  American Notes for General Circulation " ନାମକ ଭ୍ରମଣ ପୁସ୍ତକ ରେ ଲିପିବଦ୍ଧ କରିଛନ୍ତି । ସେଥିରେ ସେ ଆମେରିକା ରେ ଥିବା କୃଷ୍ଣକାୟ ମାନଙ୍କୁ କ୍ରୀତଦାସ[୩୦] ଭାବରେ ରଖିବା ପ୍ରଥା କୁ ଗଭୀର ସମାଲୋଚନା କରିଥିଲେ । କିନ୍ତୁ ଆମେରିକା ର କେତେକ ସମାଲୋଚକ ତାଙ୍କୁ ବର୍ଣ ବିଦ୍ବେଷବାଦୀ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ । ସେ ନିଉ ୟର୍କ ସହର ରେ ମାସେ କାଳ ଅବସ୍ଥାନ କରିଥିଲେ । ସେହି ସମୟ ରେ ସେ ବ୍ୟାପକ ଭାବରେ ବକୃତା ମାନ ଦେଇଥିଲେ ଆମେରିକା ରେ ତାଙ୍କ ର ଲେଖା ଗୁଡିକ ର ସତ୍ଵବାଦୀ ଅଧିକାର[୩୧][୩୨][୩୩] ର ଉଲ୍ଲଘନ ହେଇଥିବାର ଅଭିଯୋଗ କରିଥିଲେ । ତେବେ ଆମେରିକାନ ସାମ୍ବାଦିକ ମନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତଥାପି ସେ ଆମେରିକା ରେ ତାଙ୍କର ଉତ୍କୃଷ୍ଟ ଲେଖା ପାଇଁ ବହୁଳ ପ୍ରଶଂଷିତ ହେଇଥିଲେ । 

During his American visit, Dickens spent a month in New York City, giving lectures, raising the question of international copyright laws and the pirating of his work in America.[୩୪][୩୫] He persuaded a group of twenty-five writers, headed by Washington Irving, to sign a petition for him to take to Congress, but the press were generally hostile to this, saying that he should be grateful for his popularity and that it was mercenary to complain about his work being pirated.[୩୬]

ତାଙ୍କର [ ଆମେରିକା] ଅନୁଭୂତି ରୁ ସେ ଅନେକ ନୂତନ ଚରିତ୍ର ଚିତ୍ରଣ ପାଇଁ କଥାବସ୍ତୁ ପାଇଥିଲେ ଓ ତାହାର ସଦୁପଯୋଗ ତାଙ୍କର ପରବର୍ତୀ ଲେଖା ମାନଙ୍କରେ ତାହା ସ୍ଥାନିତ କରିଥିଲେ । .

୧୮୪୪ ମସିହା ରେ ଡିକେନ୍ସ ଇଟାଲୀ ରେ କିଛି କାଳ ଅବସ୍ଥାନ କରି ସେଠାରୁ ସ୍ଵିଜର୍ଲାଣ୍ଡ ଯାତ୍ରା କରିଥିଲେ । ଏହି ସମୟ ମଧ୍ୟ ରେ ରଚନା କରିଥିବା  "Dombey and Son" (୧୮୪୬-48) ଓ  "David Copperfield" (୧୮୪୯-୫୦ ) ଉପନ୍ୟାସ ର ବିଷୟବସ୍ତୁ ଅଧିକ ଗଭୀରତା ର ସହିତ ସାବଧାନତା ସହ ଯୋଜନା କରି ଲେଖା ଯାଇଥିବାର  ଦେଖାଯାଇଥାଏ । 

ଦାତବ୍ୟତା 

୧୮୪୬ ମସିହା ରେ ଡିକେନ୍ସ ଆଙ୍ଗେଲା ବରଦେତ୍  କଉତ୍ ନାମକ ଜେନ ଧନିକ ମହିଳା ଙ୍କ ଆର୍ଥିକ ସହାୟତା ରେ ଇଂଲଣ୍ଡ ର ଦରିଦ୍ର ଓ ଅସହାୟ ବସ୍ତା ରେ ଥିବା ପତିତା ମହିଳା ଙ୍କ ପୁନର୍ବାସ ବ୍ୟବସ୍ଥା ପାଇଁ  " Urinaa cottege " ନାମକ ଏକ ଅବାସ ସ୍ଥାପନ କରି ତାହାକୁ ୧୦ ବର୍ଷ [୩୭]କାଳ ନୀତି ନିର୍ଧାରଣ , ଆବାସୀ ଚୟନ କାର୍ଯ୍ୟ ସହ ପରିଚାଳନା କରିଥିଲେ ।[୩୮] ଏଥିରେ ସେ ସେହି ପତିତା ମହିଳା ମନକୁ ସମାଜ ରେ ପୁନର-ସଂସ୍ଥାପନା ପାଇଁ ଶିକ୍ଷା ଦାନ ର ମଧ୍ୟ ବ୍ୟବସ୍ଥା ରଖିଥିଲେ । ତାଙ୍କ ସମୟ କାଳ ମଧ୍ୟ ରେ ସେଠାରୁ ପ୍ରାୟ ୧୦୦ ଜଣ ମହିଳା ଗ୍ରାଜୁଏଟ ହେଇ ପାରିଥିଲେ । [୩୯]

ଧାର୍ମିକ ଦୃଷ୍ଟିକୋଣ 

ସାଙ୍ଗଠନିକ ଧର୍ମ ପାଇଁ ଡିକେନ୍ସ ଙ୍କ ସୃହା ନ ଥିଲା । ବାଧ୍ୟ ବଧକତା ରେ ଲୋକଙ୍କୁ ରବିବାର ଦିନ ଚର୍ଚ ଭିତରେ ରଖିବା ପରମ୍ପରା ର ସେ ବିରୋଧୀ ଥିଲେ ଓ ନିଜେ ରବିବାର ଦିନ ଚର୍ଚ ସଭା କୁ ଯାଉନଥିଲେ ।[୪୦] କିନ୍ତୁ ତାଙ୍କର ଖ୍ରୀଷ୍ଟ ଙ୍କ[୪୧] ପ୍ରତି ଅଗାଢ ଭକ୍ତି ରହିଥିଲା । ସେ ନିଜକୁ ନୈଷ୍ଠିକ ଖ୍ରୀଷ୍ଟିୟାନ[୪୨][୪୩] ବୋଲି କହୁଥିଲେ ।ସେ " The Life of Our Lord (୧୮୪୯) " ନାମକ ଏକ ଧର୍ମ ସମ୍ବନ୍ଧିତ ପୁସ୍ତକ ମଧ୍ୟ ରଚନା କରିଥିଲେ । [୪୪][୪୫]  [୪୬]


ମାଧ୍ୟମ କାଳ 

 
"Little Dorrit" 1856

୧୮୪୯-୫୦ ମସିହା ରେ ତାଙ୍କ ରଚିତ " David Copperfield " ତାଙ୍କ ନିଜର ପ୍ରିୟା ଉପନ୍ୟାସ ଭାବରେ ସେ କହିଥାନ୍ତି । ପରେ ସେ ୧୮୫୨-୫୩ ରେ "Bleak House " ୧୮୫୪ ମସିହା ରେ " Hard Times" ଓ ୧୮୫୬ ମସିହା ରେ " Little Dorrit" ରଚନା କରିଥିଲେ ।[୪୭]   


 
୧୮୫୮ ମସିହା ଅଙ୍କିତ ଚିତ୍ର ରେ ଏଲେନ ତେରନାନ 

୧୮୫୭ ମସିହା ରେ ଡିକେନ୍ସ ପେଶଗତ ଅଭିନେତ୍ରୀ ଆଣି ତାଙ୍କ ରଚିତ " The Frozen   Deep "ର ମଞ୍ଚସ୍ଥ କରେଇଥିଲେ । ସେହି ନାଟକ ର ଅଭିନେତ୍ରୀ ଏଲେନ ତେରନାନ ଙ୍କ ସହ ତାଙ୍କର ପ୍ରେମ ସମ୍ବନ୍ଧ ମଧ୍ୟ ସ୍ଥାପିତ ହେଇଥିଲା ଓ ଏହା ତାଙ୍କ ଜୀବନ ର ଶେଷ କାଳ ଯାଏ ରହିଥିଲା । ଏହା ଦ୍ଵାରା ତାଙ୍କର ପତ୍ନୀ ତାଙ୍କୁ ଛାଡପତ୍ର ଦେଇଥିଲେ ଓ ନିଜେ ଜେନ ସନ୍ତାନ କୁ ନେଇ ଭିନ୍ନ ହେଇ ରହିଥିଲେ । [୪୮]

 
୧୮୫୮ ରେ ଡିକେନ୍ସ 

ତାଙ୍କର ପରବର୍ତୀ କାର୍ଯ୍ୟ ସବୁ "A Tale of Two Cities" (୧୮୫୯ ) and "Great Expectations" (୧୮୬୧ ),ଅତ୍ୟନ୍ତ ସଫଳତା ପ୍ରାପ୍ତ ହେଇଥିଲା ଓ ସେ ଦୁଇଟି ଜର୍ନାଲ " Household Words "ଓ " All the Year Round"ମୁଖ୍ୟ ଲେଖକ ଥିଲେ । .[୪୯]

୧୮୫୯In early September 1860, in a field behind Gad's Hill, Dickens made a bonfire of most of his correspondence—only those letters on business matters were spared. Since Ellen Ternan also destroyed all of his letters to her,[୫୦] the extent of the affair between the two remains speculative.[୫୧] In the 1930s, Thomas Wright recounted that Ternan had unburdened herself with a Canon Benham, and gave currency to rumours they had been lovers.[୫୨] That the two had a son who died in infancy was alleged by Dickens's daughter, Kate Perugini, whom Gladys Storey had interviewed before her death in 1929. Storey published her account in Dickens and Daughter,[୫୩][୫୪] but no contemporary evidence exists. On his death, Dickens settled an annuity on Ternan which made her a financially independent woman. Claire Tomalin's book, The Invisible Woman, argues that Ternan lived with Dickens secretly for the last 13 years of his life. The book was subsequently turned into a play, Little Nell, by Simon Gray, and a 2013 film.

ଅନ୍ତିମ ଜୀବନକାଳ 

 
ସ୍ତେପେଲହର୍ଷ ରେଳ ଦୁର୍ଘଟଣା ସମୟରେ 

୧୮୬୫ ଜୁନ ୯ ତାରିଖ ରେ ଡିକେନ୍ସ ପାରିସ ରୁ ଫେରୁଥିବା ବେଳେ ରେଳ ଦୁର୍ଘଟଣା ର ସମ୍ମୁଖୀନ ହେଇଥିଲେ । ସୌଭାଗ୍ୟ ଯୋଗୁ କେବଳ ସେ ବସିଥିବା ବଗି ସେତୁ ଉପରୁ ଖସି ପଡିବାରୁ ବର୍ତି ଯାଇଥିଲା ଓ ସେ ନିଶ୍ଚିତ ମୃତ୍ୟୁ ରୁ ବଞ୍ଚିଯାଇଥିଲେ । ସିଗନ୍ଯାଲ ମେନ ର ତ୍ରୁଟି ଯୋଗୁଁ ଏହା ଘଟିଥିଲା । .[୫୫].[୫୬]

ଆମେରିକା କୁ ଦ୍ଵିତୀୟ ଭ୍ରମଣ 

ବିଦାୟକାଳୀନ ବକୃତା 

୧୮୬୮-୬୯ ବେଳକୁ ଡିକେନ୍ସ ଙ୍କ ଶ୍ଵାସ୍ୟ ଅବସ୍ଥା ଖରାପ ଆଡକୁ ଯାଇଥିଲା । ସେ ହୃଦଘାତ ରେ ମଧ୍ୟ ପଡିଥିଲେ । ତେବେ ସେ ସେହି ସମୟ ମଧ୍ୟ ରେ ପରି ୧୦୦ ଟି ବକୃତା ବିଭିନ୍ନ ସ୍ଥାନ ରେ ଦେଇଥିଲେ ଯାହାକୁ " farewell readings" ବା " ବିଦାୟକାଳୀନ ବକୃତ ମାଳ " କୁହାଯାଇଥାଏ । ଏହି ସମୟ ରେ ସେ ତାଙ୍କର ଶେଷ ଉପନ୍ୟାସ  " The Mystery of Edwin Drood." ରଚନା କରିଥିଲେ । ଏହା ସାଂପ୍ରତିକ ସମୟ ରେ ଇଂଲଣ୍ଡ ରେ ଭୟଙ୍କର ରୂପ ନେଇଥିବା " ନିଶା " ପ୍ରଚଳନ ଉପରେ ପର୍ଜ୍ୟବେଶିତ ଥିଲା । .[୫୭]

ମୃତ୍ୟୁ 

 
Samuel Luke Fildes—The Empty Chair. Fildes was illustrating "Edwin Drood" at the time of Charles Dickens's death. The engraving shows Dickens's empty chair in his study at Gads Hill Place. It appeared in the Christmas 1870 edition of The Graphic and thousands of prints of it were sold.[୫୮]

୧୮୭୦ ଜୁନ ୮ ତାରିଖ ରେ ସେ ସରାଦିନ କାର୍ଯ୍ୟ କଳା ପରେ ପୁଣି ହୃଦଘାତ ର ଶିକାର ହେଇ ତାହା ପରଦିନ ପ୍ରାଣତ୍ୟାଗ କରିଥିଲେ । ଡିକେନ୍ସ ତାଙ୍କୁ ଏକ ସାଧାରଣ କବରଖାନା ରେ ନିରାଡମ୍ବର ଭାବରେ କବର ଦେବାକୁ ଆଗରୁ ଇଚ୍ଛା[୫୯] ପ୍ରକଟ ଟ କରିଥିଲେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ସମ୍ମାନ ର ସହିତ ଇଂଲଣ୍ଡ ର ସମ୍ଭ୍ରାନ୍ତ ୱେଷ୍ଟମିନଷ୍ଟ ଠାରେ " Poets' Corner" ଠାରେ କବର ଦିଆଯାଇଥିଲା । ତାଙ୍କ ମୃତ୍ୟୁ ରେ ଇଂଲଣ୍ଡ ର ଦଳିତ , ଅବହେଳିତ , ନିଷ୍ପେସିତ ଲୋକ ମନେ ଜଣେ ସାହାଯ୍ୟକର୍ତା , ସହାନୁଭୂତିଶିଳ ମହାନ ବ୍ୟକ୍ତି ଙ୍କୁ ହରେଇଥିଲେ ।  [୬୦][Charles_Dickens#cite_note-120 [nb 1]][nb ୧]

ସାହିତ୍ୟିକ ଶୈଳୀ 

[୬୧]ଚାର୍ଲ୍ସ ଡିଲେନ୍ସ ତାଙ୍କର ଲେଖା ରେ ପୁରାତନ ୧୮ ଶ ଶତାବ୍ଦୀ ର ଚିତ୍ରମୟ ଶୈଳୀ କୁ ଗ୍ରହଣ କରିଥିଲେ । ଲୋକ କଥା " The Arabian   Night ' ର ଶୈଳୀ  ଦ୍ଵାରା ତାଙ୍କର  ଲେଖା ବହୁଳ ଭାବରେ ପ୍ରଭାବିତ ରହିଥିଲା । ତାଙ୍କ ଲେଖା ରେ ସୃଜନଶୀଳତା , ଚରିତ୍ର ର ନିଖୁଣ ବର୍ଣନା ଅତି ପ୍ରାକୃତିକ ଭାବରେ ରହୁଥିଲା । ଏହି ସବୁ ଲେଖା ରେ ସେ ନାଟକୀୟତା କିଛି ମାତ୍ରା ରେ ରଖୁଥିଲେ ମଧ୍ୟ ତାହା ବାସ୍ତବିକତା ସହ ଖାପ ଖାଇ ରହୁଥିଲା ।[୬୨] [୬୩]

 
Dickens's Dream by Robert William Buss, portraying Dickens at his desk at Gads Hill Place surrounded by many of his characters

 ଚରିତ୍ର ଚିତ୍ରଣ 

ଡିକେନ୍ସ ଙ୍କ ଅନ୍ୟ ଜଣେ ଆତ୍ମଜୀବନିକାର କ୍ଲାୟରେ ତୋମାଳୀନ ଙ୍କ ଅନୁସାରେ ଡିକେନ୍ସ ସେକସପିଆର ଙ୍କ ପରେ ଇଂରାଜୀ ଭାଷା ସାହିତ୍ୟ ସବଶ୍ରେଷ୍ଠ ଚରିତ୍ର ସୃଷ୍ଟିକାରୀ ଥିଲେ । ତାଙ୍କ ଉପନ୍ୟାସ ରେ ଚରିତ୍ରା ଗୁଡିକ ର ନାମକରଣ ( ଓଲିଭର ଟୁଇସ୍ଟ , ଡେଭିଡ କପରଫିଳ୍ଡ , ଜକବ ମାର୍ଲେ , ପିପ, ମିକାୱର ଆଦି )  ମଧ୍ୟ ସେ ଅତି ସୁନ୍ଦର ଗ୍ରହଣୀୟ ହେବା ପରି ଦେଇଥିଲେ । ସେମଧ୍ୟ ରୁ କେତେକ ବହୁ ଆଦୃତ ନାମ ହିସାବ ରେ ଲୋକେ ସବୁଦିନେ ମନେ ରଖିଥାନ୍ତି । 

ଆତ୍ମଜୀବନୀ ମୂଳକ ଚରିତ୍ର 

 
An original illustration by Phiz from the novel "David Copperfield", widely regarded as Dickens's most autobiographical work

 ତାଙ୍କର ସବୁ ଚରିତ୍ର ର ଆଧାର ବାସ୍ତବ ଜୀବନ ରୁ ଆଣିଥିବା ବେଳେ " David copperfield " ଉପନ୍ୟାସ ର ମୁଖ୍ୟ ଚରିତ୍ର ଭାବରେ ଡାଭିଡ ତାଙ୍କ ନିଜ ଜୀବନ ଅନୁଭୂତି ରୁ ଆଣିଥିବା ଲକ୍ଷ୍ୟ କରାଯାଇଥାଏ । ଏପରିକି " BleakHouse " ଉପନ୍ୟାସ ର କୋଟ ରୁମ ଘଟଣା ବଳି ତାଙ୍କ ନିଜସ୍ଵ କେସ ର ଘଟଣା ବଳି ସହ ସାମଞ୍ଜସ୍ଯ ରହିଛି ।[୬୪] [୬୫]

 
ଡିକେନ୍ସ ଙ୍କ ୧୮୬୭ ମସିହା ର ଏକ ଫୋଟୋ 

ସାମାଜିକ ବକ୍ତବ୍ୟ 

ଫିଲ୍ମ ଓ ଟିଭି ସିରିୟାଲ ରେ ଡିକେନ୍ସ 

ଡିକେନ୍ସ ଙ୍କ ଉପନ୍ୟାସ ଓ ଅନନ୍ୟ ଲେଖା ଗୁଡିକ ତାଙ୍କ ସମୟ ରୁ ଆଜିଯାଏ ବହୁଳ ବିକ୍ରି ହେଇଚାଲିଥିବା ବେଳେ ଅନେକ ଗଳ୍ପ କୁ ନେଇ ଫିଲ୍ମ , ଟିଭି ସିରିୟାଲ ନିର୍ମିତ ହେଇଛି । ତାଙ୍କ ଜୀବଦ୍ଦଶା ରେ " The Pickwick Papers' ର କାହାଣୀ କୁ ନେଇ ଏକ ନୀରବ ଚଳଚିତ୍ର ନିର୍ମିତ ହେଇଥିଲା । [୬୬][୬୭]

 
ବ୍ଲିକ ହାଉସ , ଯେଉଠାରେ ଡିକେନ୍ସ କେତେକ ଉପନ୍ୟାସ ରଚନା କରିଥିଲେ । 

ପରବର୍ତୀ କଳା ରେ ପ୍ରଭାବ 

 
ଆମେରିକା ର ଫିଲାଡେଲଫିଆ ଠାରେ ଡିକେନ୍ସ ଙ୍କ ପ୍ରତିମୂର୍ତି 

Museums and festivals celebrating Dickens's life and works exist in many places with which Dickens was associated, such as the Charles Dickens Birthplace Museum in Portsmouth, the house in which he was born. The original manuscripts of many of his novels, as well as printers' proofs, first editions, and illustrations from the collection of Dickens's friend John Forster are held at the Victoria and Albert Museum.[୬୮] Dickens's will stipulated that no memorial be erected in his honour; nonetheless, a life-size bronze statue of Dickens entitled Dickens and Little Nell, cast in 1891 by Francis Edwin Elwell, stands in Clark Park in the Spruce Hill neighbourhood of Philadelphia, Pennsylvania. Another life-size statue of Dickens is located at Centennial Park, Sydney, Australia.[୬୯] In 2014, a life-size statue was unveiled near his birthplace in Portsmouth on the 202nd anniversary of his birth; this was supported by the author's great-great grandsons, Ian and Gerald Dickens.[୭୦][୭୧]

ମୁଖ୍ୟ ସାହିତ୍ୟିକ କୃତି ସମୂହ 

ଡିକେନ୍ସ ଙ୍କ ସର୍ବଶ୍ରେଷ୍ଠ କୃତି ମଧ୍ୟ ରୁ ଏହି ଗୁଡିକ ମୁଖ୍ୟ । ଏଠି ମଧ୍ୟ ରୁ ଅନେକ ପ୍ରଥମେ ମାସିକ ବା ସାପ୍ତାହିକ ଧାରାବାହିକ ଭାବରେ ପତ୍ରିକା ରେ ପ୍ରକାଶିତ ହେଇ ପରେ ପୁସ୍ତକ ଭାବରେ ପ୍ରକାଶ ପାଇଥିଲା । 

  • The Posthumous Papers of the Pickwick Club  
  • The Adventures of Oliver Twist
  • The Life and Adventures of Nicholas Nickleby 
  • The Old Curiosity Shop
  • Barnaby Rudge: A Tale of the Riots of Eighty
  • A Christmas Carol (1843)
  • The Life and Adventures of Martin Chuzzlewit 
  • Dombey and Son
  • David Copperfield 
  • Bleak House 
  • Hard Times: For These Times
  • Little Dorrit 
  • A Tale of Two Cities 
  • Great Expectations 
  • Our Mutual Friend 

ଆଧାର ସମୂହ 

ଫୁଟ ନୋଟ 

  1. A contemporary obituary in The Times, alleged that Dickens's last words were: "Be natural my children. For the writer that is natural has fulfilled all the rules of Art." reprinted from The Times, London, August 1870 in Bidwell 1870, p. 223.

Notes

  1. Mazzeno 2008, p. 76.
  2. Chesterton 2005, pp. 100–126.
  3. Hauser 1999, p. 116.
  4. "Oxford Dictionaries – Dickensian".
  5. Simon Callow, Charles Dickens and the Great Theatre of the World, p.9
  6. Charles Dickens and the Great Theatre of the World, Simon Callow, p.5
  7. Forster 2006, p. 13.
  8. Simon Callow, Charles Dickens and the Great Theatre of the World, p.7
  9. Ackroyd 1990, pp. 22–24:29–30.
  10. Ackroyd 1990, p. 41.
  11. Schlicke 1999, p. 158.
  12. Ackroyd 1990, p. 76.
  13. Schlicke 1999, p. 157.
  14. Wilson 1972, p. 58.
  15. Cain 2008, p. 91.
  16. Wilson 1972, p. 61.
  17. Callow, p.34, 36
  18. Pope-Hennessy 1945, p. 18.
  19. Wilson 1972, p. 64.
  20. Davis 1998, p. 23.
  21. Ackroyd 1990, pp. 201, 278–279.
  22. Callow p.54
  23. Simon Callow, Charles Dickens and the Great theatre of the World, p.60
  24. Smiley 2002, pp. 12–14.
  25. Simon Callow, p.77, 78 'Charles Dickens and the Great Theatre of the World'
  26. Schlicke 1999, p. 514.
  27. Simon Callow, Charles Dickens and the Great Theatre of the World, p 98
  28. Jones 2004, p. 7
  29. Ackroyed 1990
  30. Moore 2004, pp. 44–45
  31. Tomalin 2011, pp. 128–132.
  32. Ackroyd 1990, pp. 345–346.
  33. Tomalin 2011, p. 127.
  34. Ackroyd 1990, pp. 345–346.
  35. Tomalin 2011, p. 127.
  36. Tomalin 2011, pp. 128–132.
  37. Nayder 2011, p. 148.
  38. Ackroyd 1990, pp. 249, 530–538, 549–550, 575
  39. Hartley 2009, pp. ?
  40. Simon Callow, Charles Dickens and the Great Theatre of the World p.63 sunday under three heads Archived 25 September 2014 at the Wayback Machine.
  41. Simon Callow, 'Charles Dickens'. p.159
  42. Gary Colledge (2012), God and Charles Dickens: Recovering the Christian Voice of a Classic Author, p. 24.
  43. Rost, Stephen. "The Faith Behind the Famous: Charles Dickens". Christian History. Christianity Today. Retrieved 20 December 2016.
  44. Stephen Skelton, Reclaiming 'A Christmas Carol'.
  45. The Life Of Our Lord
  46. Simon Callow, Charles Dickens and the Great Theatre of the World p.63 sunday under three heads Archived 25 September 2014 at the Wayback Machine.
  47. Ackroyd 1990, pp. 628, 634–638.
  48. Smith 2001, pp. 10–11.
  49. Ackroyd 1990, pp. 589–95, 848–852.
  50. Tomalin 2011, pp. 332.
  51. Ackroyd 1990, pp. 881–883.
  52. Ackroyd 1990, pp. 914–917.
  53. Nisbet 1952, p. 37.
  54. Tomalin 1992, pp. 142–143.
  55. Ackroyd 1990, pp. 959–961.
  56. "The Staplehurst Disaster". Retrieved 28 February 2015.
  57. Foxcroft 2007, p. 53.
  58. "Luke Fildes". TheFamousArtists.com.
  59. Forster 2006, p. 628.
  60. Ackroyd 1990, pp. 1077–1078.
  61. Vlock 1998, p. 30.
  62. Vlock 1998, p. 30.
  63. Ackroyd 1990, pp. 44–45.
  64. Polloczek 1999, p. 133.
  65. Ackroyd 1990, p. 653.
  66. Flom, Eric L. (5 March 2009). Silent Film Stars on the Stages of Seattle: A History of Performances by Hollywood Notables. McFarland. p. 119. ISBN 9780786439089.
  67. ଆଧାର ଭୁଲ: ଅଚଳ <ref> ଚିହ୍ନ; autogenerated1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  68. Jones 2004, p. 104.
  69. "Down Under with Dickens".
  70. Kennedy, Maev (6 February 2014). "Portsmouth erects Britain's first full-size statue of Charles Dickens". The Guardian. Retrieved 26 February 2014.
  71. "Charles Dickens statue unveiled in Portsmouth". BBC. Retrieved 14 February 2014.

ପୁନଶ୍ଚ ପଠନ 

ବାହ୍ୟ ସଂଯୋଗ ସବୁ 

Works