"ସ୍ଔରମଣ୍ଡଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଫାଇଲ:Planets2013.svg|thumb|ସୂର୍ଯ୍ୟ ଓ ଗ୍ରହମାନଙ୍କର ଅବସ୍ଥିତି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ ପୂର୍ବରୁ ଥିବା ସୌର ଜଗତ ପ୍ରସଙ୍ଗକୁ ଲେଉଟାଗଲା
 
୧ କ ଧାଡ଼ି:
#ଲେଉଟାଣି[[ସୌର ଜଗତ]]
[[ଫାଇଲ:Planets2013.svg|thumb|ସୂର୍ଯ୍ୟ ଓ ଗ୍ରହମାନଙ୍କର ଅବସ୍ଥିତି (ସ୍କେଲ୍ ହିସାବରେ ନାହିଁ)]]
ସ୍ଔରମଣ୍ଡଳ ହେଉଛି ସୂର୍ଯ୍ୟ କେନ୍ଦ୍ରିତ ତାରକା ମଣ୍ଡଳ। ଏହା ସୂର୍ଯ୍ୟ, ୮ଟି ଗ୍ରହ, ସେମାନଙ୍କ ଉପଗ୍ରହ, କିଛି ବାମନ ଗ୍ରହ ଓ ଅନ୍ୟାନ୍ୟ ମହାକାଶୀୟ ପିଣ୍ଡକୁ ନେଇ ଗଠିତ। ୮ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ ସୂର୍ଯ୍ୟକୁ ଅଣ୍ଡାକାର ପଥରେ ପରିକ୍ରମା କରନ୍ତି। ଆଗରୁ ଗ୍ରହ କୁହାଯାଉଥିବା ପ୍ଲୁଟୋକୁ ଏବେ ଗ୍ରହ ମାନ୍ୟତାରୁ ବାହାର କରି ବାମନ ଗ୍ରହ କୁହାଯାଉଛି। ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।
 
== ଆବିଷ୍କାର ==
ମାନବ ଇତିହାସର ଅଧିକାଂଶ ସମୟ ପୃଥିବୀକୁ ବ୍ରହ୍ମାଣ୍ଡର କେନ୍ଦ୍ର ଭାବେ ବିବେଚିତ କରାଯାଇଛି। ପୁରାତନ ସମୟରେ ସାଧାରଣ ମଣିଷମାନେ ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କୁ ପୃଥିବୀ ଚାରିପାଖେ ଘୂରୁଥିବାର ଦେଖି ଏପରି ଅନୁମାନ କରିବା କିଛି ବିଚିତ୍ର ନଥିଲା। ମଧ୍ୟଯୁଗରେ ପ୍ରମାଣିତ ହେଲା ଯେ ପୃଥିବୀ ବ୍ରହ୍ମାଣ୍ଡର କେନ୍ଦ୍ରରେ ନାହିଁ। ଏହା ଅନ୍ୟ ୮ଟି ଗ୍ରହ (ସେତେବେଳେ ପ୍ଲୁଟୋ ଏକ ଗ୍ରହ ଧରାଯାଉଥିଲା) ପରି ସୂର୍ଯ୍ୟଙ୍କୁ ପରିକ୍ରମା କରୁଛି। ଏଥିପାଇଁ ନିକୋଲାସ୍ କୋପରନିକସ୍, ଗାଲିଲିଓ ଗାଲେଲି, ୟୋହାନସ୍ କେପ୍ଲର୍, ଆଇଜାକ୍ ନ୍ୟୁଟନ୍ ଆଦି ବୈଜ୍ଞାନିକମାନଙ୍କ ଅବଦାନ ସ୍ମରଣୀୟ।
 
== ଗ୍ରହ ==
ସ୍ଔରମଣ୍ଡଳକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ - ଆଭ୍ୟନ୍ତରୀଣ ମଣ୍ଡଳ ଓ ବାହ୍ୟ ସ୍ଔରମଣ୍ଡଳ। ଆଭ୍ୟନ୍ତରୀଣ ସ୍ଔରମଣ୍ଡଳର ଗ୍ରହ ଗୁଡି଼କ ସାଧାରଣତଃ କଠିନ, ଅଧିକାଂଶ ଧାତବ ଓ ବାୟୁମଣ୍ଡଳ ଧାରଣ କରନ୍ତି। ବାୟୁମଣ୍ଡଳର ଉପସ୍ଥିତି ଯୋଗୁ ପାଣିପାଗ ସୃଷ୍ଟି ହେବା ସ୍ଵାଭାବିକ। କଠିନ ଭୂତ୍ଵକ୍ ଯୋଗୁ ଭୂତ୍ଵକ୍ ଚଳନ ଓ ଆଗ୍ନେୟ ଉଦ୍ଗୀରଣ ଏହି ଗ୍ରହମାନଙ୍କରେ ଦେଖାଯାଏ।
 
=== ବୁଧ ===
ବୁଧ ସୂର୍ଯ୍ୟଙ୍କ ନିକଟତମ ଓ ସ୍ଔରମଣ୍ଡଳର କ୍ଷୁଦ୍ରତମ ଗ୍ରହ ଅଟେ। ବୁଧର କ୍ଔଣସି ପ୍ରାକୃତିକ ଉପଗ୍ରହ ନାହିଁ। ଏହାର ବାୟୁମଣ୍ଡଳ ଅତି ପତଳା। ବୁଧର ବସ୍ତୁତ୍ଵ ପୃଥିବୀର ୦.୦୫୫ ଭାଗ।