"ବ୍ୟଞ୍ଜନ ଦ୍ୱାଦଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଓଡ଼ିଆ ପଞ୍ଜିକାରେ ମାର୍ଗଶୀର ଶୁକ୍ଳ ପକ୍ଷ ଦ୍ୱା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
[[ଓଡ଼ିଆ ପଞ୍ଜିକା]]ରେ [[ମାର୍ଗଶୀର]] ଶୁକ୍ଳ ପକ୍ଷ [[ଦ୍ୱାଦଶୀ]] ବ୍ୟଞ୍ଜନ ଦ୍ଵାଦଶୀ ବା ଅଖଣ୍ଡ ଦ୍ଵାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ନିଶ୍ଚିତ ଫଳ ମିଳେ ବୋଲି ଲୋକ ବିଶ୍ବାସ ରହିଛି । ବ୍ୟଞ୍ଜନ ଦ୍ଵାଦଶୀ [[ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟ]]ର ଅନୁଗାମୀମାନଙ୍କର ଏକ ପ୍ରମୁଖ ପର୍ବ । ଦିନଟି କୃଷ୍ଣଙ୍କ ପାଇଁ ସମର୍ପିତ ।<ref>http://www.bhubaneswarbuzz.com/citizen-bloggers/daily-column/odiapost-byanjana-dwadasi-puri-huge-menu-prasad-krishna</ref> <ref>http://www.hindu-blog.com/2010/11/vyanjan-dwadashi-dedicated-to-sri.html?m=1</ref>
 
==କିମ୍ବଦନ୍ତୀ==
ମା’ [[ଯଶୋଦା]] ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି। ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ି ଯାଇଥିବା ଦେଖାଗଲେ । ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ । ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି । ସେଠୁ ଯଶୋଦା କ’ଣ କଲେ ନା ନିଜେ ରୋଷେଇ ଘରକୁ ଯାଇଁ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ ।
ଶ୍ରୀଚୈତନ୍ୟଶ୍ରୀ[[ଚୈତନ୍ୟ]] ମହାପ୍ରଭୁ ମଧ୍ୟ ବାଲ୍ୟକାଳରେ ନିଜ ମା’ଙ୍କ ପରଷା ବହୁବିଧ ଖାଦ୍ୟ ଖାଇଥିବାର ଶୁଣାକଥା ଅଛି । ଏହି ଦୁଇଟି ଶୁଣାକଥାକୁ ମିଶାଇ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ବ୍ୟଞ୍ଜନ ଦ୍ବାଦଶୀ ପାଳନ କରିଥାନ୍ତି ।
==ପାଳନ==
===ମାତାମଠ (ଗୌର ବିହାର ଆଶ୍ରମ), ପୁରୀ===
[[ଦ୍ବାପର ଯୁଗ]]ର କଥା ଯଶୋଦା ଓ [[କୃଷ୍ଣ]]ଙ୍କ କାହାଣୀ [[କୃଷ୍ଣ ଲୀଳା]], [[ପୁରୀ]]ର ବିଭିନ୍ନ ମଠବାଡ଼ିରେ ଅଭିନୀତ ହୁଏ । ବିଶେଷକରି [[ମାତାମଠ]]ରେ । କୃଷ୍ଣ ଓ ଯଶୋଦାଙ୍କର ସେହି କଥା ମନେ ପକାଇବାକୁ ପୁରୀର ମାତା ମଠ ବା [[ଗୌର ବିହାର ଆଶ୍ରମ]]ରେ ଭିନ୍ନ ଭିନ୍ନ ବର୍ଷରେ କେବେ ୫୦୫,<ref>http://puriwaves.nirmalya.in/photo_news/byanjan-dwadashi-at-gour-bihar-puri</ref> କେବେ ୬୦୬ ଆଉ କେବେ ଅନ୍ୟୁନ ୫୫୫ ପ୍ରକାର ବ୍ୟଞ୍ଜନାଦି ଖାଦ୍ୟ ଭୋଗ କରିଥାନ୍ତି । <ref>

http://m.huffingtonpost.in/entry/byanjan-dwadashi-krishna_n_1139264</ref> ପ୍ରତି ବର୍ଷ ଏ ଭୋଗ ସଂଖ୍ୟା ବଦଳିଥାଏ । କୃଷ୍ଣଙ୍କୁ ଏସବୁ ଖାଦ୍ୟ ଅର୍ପଣ କରାଯାଏ । ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ଏହି ଆଶ୍ରମରେ ପ୍ରତିବର୍ଷ ୩୦ରୁ ଅଧିକ ଅନ୍ତେବାସୀ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି । ଏହା ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର [[ଅନ୍ନ]], ୫୦ରୁ ଅଧିକ ପ୍ରକାରର [[ଡାଲି]], ୧୦୦ରୁ ଅଧିକ ପ୍ରକାର [[ତରକାରୀ]], ୫୦ରୁ ଅଧିକ ପ୍ରକାର ଭଜା ଓ ୧୦୦ରୁ ଅଧିକ ପ୍ରକାର ପିଠା ଓ ମିଠା ଇତ୍ୟାଦି । ଆଶ୍ରମବାସୀ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ । ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ଵତନ୍ତ୍ର ଭାବେ ନିର୍ମିତ [[ଖଲିପତ୍ର]] ବ୍ୟବହାର କରାଯାଇଥାଏ । <ref>http://newsdog.today/a/article/584d7f9a1290716b93f261b3/</ref>
===ଶ୍ରୀକ୍ଷେତ୍ର===
ଗୌର ବିହାର ବ୍ୟତୀତ [[ଶ୍ରୀକ୍ଷେତ୍ର]]ରେ [[ଶ୍ରୀମନ୍ଦିର]] ଓ ଅନ୍ୟାନ୍ୟ [[ମଠ]] [[ମନ୍ଦିର]]ରେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଭୋଗ କରାଯାଇଏ । [[ଜଗନ୍ନାଥ]], [[ବଳଭଦ୍ର]] ଓ [[ସୁଭଦ୍ରା]]ଙ୍କୁ ୪୦୦ ରୁ ଅଧିକ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଏ
<ref>http://www.telegraphindia.com/1101221/jsp/orissa/story_13326064.jsp</ref>
==ଆଧାର==