"ଗୌର ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ର ଓଡ଼ିଆ ସିନେମା +ର ଓଡ଼ିଆ କଥାଚିତ୍ର)
ଟିକେNo edit summary
୨୩ କ ଧାଡ଼ି:
'''ଗୌର ଘୋଷ''' [[ଓଡ଼ିଆ କଥାଚିତ୍ର ଜଗତ]]ର ଜଣେ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ । <ref>{{cite book|title=Indian Literature|url=http://books.google.com/books?id=IZRjAAAAMAAJ|year=1992|publisher=Sahitya Akademi.}}</ref> ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ଗୌର ବାବୁଙ୍କ ଅବଦାନ ରହିଛି ।<ref name="MohantyPatnaik2003">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|coauthors=State Level Vyasakabi Fakir Mohan Smruti Samsad|title=Cultural heritage of &#91;Orissa&#93;|url=http://books.google.com/books?id=e7ZKAQAAIAAJ|year=2003|publisher=State Level Vyasakabi Fakir Mohan Smruti Samsad|isbn=978-81-902761-4-6}}</ref>
== ବ୍ୟକ୍ତିଗତ ଜୀବନ ==
ଗୌର, ୧୯୨୯ ମସିହା ନଭେମ୍ବର ୨୨ତାରିଖରେ [[କଟକ]]ରେର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ନାମ ଥିଲା ରାୟ ଗୌର । ତାଙ୍କ ପୂର୍ବପୁରୁଷମାନେ [[ପଶ୍ଚିମ ବଙ୍ଗ]]ର [[ବର୍ଦ୍ଧମାନ ଜିଲ୍ଲା|ବର୍ଦ୍ଧମାନର]] ମୂଳ ବାସିନ୍ଦା । ୧୯୪୭ମସିହାରେ ସେ କଟକର ପ୍ୟାରୀମୋହନ ଏକାଡେମୀରୁ ମାଟ୍ରିକ ପାସ କରି, ଭାରତୀୟ ରେଳ ବିଭାଗରେ ଯୋଗ ଦେଇଥିଲେ । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ [[ପାର୍ବତୀ ଘୋଷ]] ତାଙ୍କ ଧର୍ମପତ୍ନୀ ।<ref>http://www.orissadiary.com/ShowEntertainmentNews.asp?id=28018</ref> ପାର୍ବତୀ, ଗୌରଙ୍କର ସମସ୍ତ ଚଳଚ୍ଚିତ୍ରରେ ତାଙ୍କ ସହ କାର୍ଯ୍ୟ କରିଥିଲେ । ୧୯୫୩ର ଚଳଚ୍ଚିତ୍ର [[ଆମରି ଗାଁ ଝୁଅ]]ରେ ପ୍ରଥମ ଥର ପାଇଁ ଗୌର-ପାର୍ବତୀ ନାୟକ-ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।<ref>{{cite news|url=http://www.sambadepaper.com/Details.aspx?id=310989&boxid=24922451|accessdate=9 December 2016|newspaper=ସମ୍ବାଦ ୦୯/୧୨/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୧୯}}</ref> ତାଙ୍କ ଝିଅ ରାତ୍ରୀ ଘୋଷ ମଧ୍ୟ ଜଣେ ଅଭିନେତ୍ରୀ ।<ref>{{cite news|title=ସ୍ମୃତି ଅନୁଭୂତି|url=http://sambadepaper.com/Details.aspx?id=216876&boxid=223428733|accessdate=17 December 2015|newspaper=ସିନେ ସମ୍ବାଦ ୧୭/୧୨/୨୦୧୫ ପୃଷ୍ଠା ୨}}</ref>
୧୯୯୪ ମସିହା ଡିସେମ୍ବର ୧୦ ତାରିଖ ସନ୍ଧ୍ୟା ୭ଟ ୧୫ ମିନିଟରେ ଗୌର ବାବୁ ଇହଲିଳା ସମ୍ବରଣ କରିଥିଲେ ।
 
== ବୃତ୍ତିଗତ ଜୀବନ ==
[[ରେଭେନ୍ସା ମହାବିଦ୍ୟାଳୟ]]ରେ ପଢୁଥିବା ବେଳେ, ଗୌର ଘୋଷ ତତକାଳୀନ "ପ୍ରଜା ସୋସାଲିଷ୍ଟ ପାର୍ଟି" ଆନୁକୁଲ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ନାଟକରେ ଅଭିନୟ କରୁଥିଲେ । ଆଇ.ଏ ପଢିବା ବେଳୁ, "ରୂପ ଭାରତୀ" ନାମକ ଫିଲ୍ମ ନିର୍ମାଣ ସଂସ୍ଥାରେ ଯୋଗ ଦେଇଥିଲେ । ଏଥି ସହିତ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ମଧ୍ୟ ନାଟକ କରୁଥିଲେ । [[ମନୋରଞ୍ଜନ ଦାସ]]ଙ୍କ ନାଟକ "ଅଗଷ୍ଟ ୯"ରେ 'ଅମର' ଚରିତ୍ରରେ ଅଭିନୟ କରି, ଗୌର ଖୁବ ଲୋକପ୍ରିୟ ହୋଇ ପାରିଥିଲେ ।<ref name="DasMahānti1998">{{cite book|author1=Manoranjan Das|author2=Aruṇa Kumāra Mahānti|author3=J. K. Nayak|title=August Na|url=http://books.google.com/books?id=IXyDZbF-xzUC&pg=PR6|date=1 January 1998|publisher=Sahitya Akademi|isbn=978-81-260-0484-3|pages=6–}}</ref> ବିଭିନ୍ନ ସମୟରେ ସେ "ଜନ ସଂସ୍କୃତି ସଂଘ", "ଓଡ଼ିଶା ଥିଏଟର" ଓ ମୂମ୍ବାଇର "ପୃଥ୍ଵୀ ଥିଏଟର" ଆନୁକୁଲ୍ୟରେ ନାଟକ କରୁଥିଲେ । ସେ ମୋଟ ୯ଟି [[ଓଡ଼ିଆ ସିନେମା|ଓଡ଼ିଆ]] କଥାଚିତ୍ରରେ ଅଭିନୟ କରିବା ସହ ୨ଟି କଥାଚିତ୍ରର ପ୍ରଯୋଜନା ଓ ଗୋଟିଏ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା [[ଶ୍ରୀ ଜଗନ୍ନାଥ]], ଗୌରଙ୍କ ଅଭିନିତ ପ୍ରଥମ ଚଳଚ୍ଚିତ୍ର । ୧୯୫୫ର ଚଳଚ୍ଚିତ୍ର [[ଭାଇ ଭାଇ]] ଥିଲା ତାଙ୍କ ଦ୍ଵାରା ନିର୍ମିତ ପ୍ରଥମ ଚଳଚ୍ଚିତ୍ର, ସେଥିରେ ସେ ଏକାଧିକ ନୂତନ ପ୍ରତିଭାମାନଙ୍କୁ ସୁଯୋଗ ଦେଇଥିଲେ । "ଭାଇ ଭାଇ" ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ [[ମନୋଜ ଦାସ]] ସଂଳାପ ଲେଖିଥିଲେ । [[ନିତାଇ ପାଲିତ]] ଚିତ୍ରନାଟ୍ୟ ରଚନା କରିଥିଲେ । [[ଭୁବନେଶ୍ଵର ମିଶ୍ର]] ଓ [[ବାଳକୃଷ୍ଣ ଦାସ]] ପ୍ରଥମ ଥର ପାଇଁ ମିଳିତ ଭାବରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଚଳଚ୍ଚିତ୍ର ଲକ୍ଷ୍ମୀ, କା, ସ୍ତ୍ରୀ ଓ ସଂସାର ସଫଳତା ଲାଭ କରିଥିଲା ଓ କଟକରେ ଲଗାତାର ୧୦୦ ଦିନ ଧରି ପ୍ରଦର୍ଶିତ ହୋଇଥିଲା । ପ୍ରଥମ ଓଡ଼ିଆ ପ୍ରଯୋଜକ ଭାବରେ ଗୌର, ଦୂରଦର୍ଶନ ପାଇଁ ହିନ୍ଦୀ ଭାଷାରେ "ସୋପାନ", "ପ୍ରଶ୍ନ", "ଯଶୋଧାରା" ଭଳି ଟେଲିଫିଲ୍ମ ନିର୍ମାଣ କରିଥିଲେ । ଯଶୋଧାରାରେ, ସେ ନିଶାଦ୍ରବ୍ୟ ସେବନ, ସୋପାନରେ ଶ୍ରମିକ ସମସ୍ୟା ଓ ପ୍ରଶ୍ନରେ ନାରୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ସେ "ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ବୋର୍ଡ଼ ଅଫ ପରିଚାଳକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
 
=== ଓଡ଼ିଆ କଥାଚିତ୍ରକୁ ଅବଦାନ ===
"https://or.wikipedia.org/wiki/ଗୌର_ଘୋଷ"ରୁ ଅଣାଯାଇଅଛି