"ଶ୍ୟାମାଚନ୍ଦ୍ର ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଶ୍ୟାମାଚନ୍ଦ୍ର ତ୍ରିପାଠୀ ଆରମ୍ଭ କରାଗଲା
 
ଟିକେ + ଛବି
୨ କ ଧାଡ଼ି:
{{Infobox person
| name = ଶ୍ୟାମାଚନ୍ଦ୍ର ତ୍ରିପାଠୀ
| image = ଶ୍ୟାମାଚନ୍ଦ୍ର ତ୍ରିପାଠୀ.jpg
| alt =
| caption =
୪୪ କ ଧାଡ଼ି:
}}
 
'''ଶ୍ୟାମାଚନ୍ଦ୍ର ତ୍ରିପାଠୀ''' (୧ ମାର୍ଚ୍ଚ ୧୮୯୩ - ମୃତ୍ୟୁ ୧୮ ଅଗଷ୍ଟ ୧୯୫୧), ଜଣେ ଶିକ୍ଷାବିତ ଓ ପ୍ରଶାସକ ଥିଲେ । ସେ [[ରେଭେନ୍ସା ମହାବିଦ୍ୟାଳୟ]]ର ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ତଥା ଭାରତୀୟ ଅଧ୍ୟକ୍ଷ ଥିଲେ<ref name="Roy1996">{{cite book|author=Girish Chandra Roy|title=Socio-cultural Consequences of Colonial Mode of Education in Orissa|url=https://books.google.com/books?id=UZHkAAAAMAAJ|year=1996|publisher=Ratneswar Publication}}</ref> ଏବଂ ଓଡ଼ିଶା ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । [[ଉତ୍କଳ ବିଶ୍ଵବିଦ୍ୟାଳୟ]] ପ୍ରତିଷ୍ଠା କରିବାରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା ।
 
== ଜୀବନୀ ==
ଶ୍ୟାମାଚନ୍ଦ୍ର, ୧୮୯୩ ମସିହା ମାର୍ଚ୍ଚ ୧ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର [[ଉଦଳା]] ଅନ୍ତର୍ଗତ ମାଧପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଚିନ୍ତାମଣି ତ୍ରିପାଠୀ ଓ ମାତାଙ୍କ ନାମ ସଖୀ ଦେବୀ । ସେ ୧୯୧୦ ମସିହାରେ ବାରିପଦାର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ । ତା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏସ.ସି ଓ [[କଲିକତା]]ର ପ୍ରେସିଡେନସି କଲେଜରୁ ୧୯୧୪ମସିହାରେ [[ପଦାର୍ଥ ବିଜ୍ଞାନ]] ଅନର୍ସ ରଖି ସ୍ନାତକ ବିଜ୍ଞାନ ପାସ କରିଥିଲେ । ଏହି ପରିକ୍ଷାରେ ସେ ସମଗ୍ର କଲିକତା ବିଶ୍ଵବିଦ୍ୟାଳୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । [[ବିହାର]] ଓ ଓଡ଼ିଶା ସରକାରଙ୍କ ତରଫରୁ ବୃତ୍ତି ପାଇ, ସେ [[ଲଣ୍ଡନ]]ର କେମ୍ବ୍ରିଜ ବିଶ୍ଵବିଦ୍ୟାଳୟକୁ ପଢିବାକୁ ଯାଇଥିଲେ । ସେଠାରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର<ref name="Mahapatra2011">{{cite book|author=Justice Harihar Mahapatra|title=My Life, My Work|url=https://books.google.com/books?id=oZ_cWeqBj9YC&pg=PA107|date=15 February 2011|publisher=Allied Publishers|isbn=978-81-8424-640-7|pages=107–}}</ref> ଓ ଟ୍ରାଇପସ ଡିଗ୍ରୀ ହାସଲ କରି ୧୯୧୯ ମସିହାରେ [[ଓଡ଼ିଶା]] ଫେରିଥିଲେ । ଇଂରେଜ ସରକାର ତାଙ୍କୁ [[ରେଭେନ୍‌ସା କଲିଜିଏଟ ସ୍କୁଲ]]ର ପ୍ରଧାନଶିକ୍ଷକ ଭାବରେ ନିଯୁକ୍ତି ଦେଲେ । ୧୯୨୧ରେ ସେ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଦାର୍ଥ ବିଜ୍ଞାନର ପ୍ରଫେସର ଭାବରେ ନିଯୁକ୍ତ ହେଲେ । ୧୯୨୪ମସିହାରେ ବନ୍ଧୁ ତଥା ମୟୁରଭଞ୍ଜରମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କଠାରୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଆଣି ରେଭେନ୍ସା ମହାବିଦ୍ୟାଳୟରେ ଏକ ପାୱର ପ୍ଲାଣ୍ଟ ସ୍ଥାପନ କରି, କଲେଜକୁ ଆଲୋକିତ କରିଥିଲେ । ପ୍ରଫେସର ଭାବରେ ସେ ନ'ବର୍ଷ କାର୍ଯ୍ୟ କରିଥିଲେ । ତାପରେ ସେ ୬ବର୍ଷ କାଳ, ବିହାର ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୧୯୩୬ ମସିହା ଜାନୁଆରୀ ୧୭ତାରିଖରେ ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ । ତାଙ୍କ ପୂର୍ବରୁ ଏହି ପଦବୀରେ କେବଳ ଇଂରେଜମାନେ ହିଁ ଅବସ୍ଥାପିତ ଥିଲେ । ୧୯୩୮ମସିହାରେ ସେ ସ୍ଵାଧୀନ ଓଡ଼ିଶା ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେଲେ ।<ref name="Dāsa2006">{{cite book|author=Śrīdhara Dāsa|title=A Leaf in the Stream: An Autobiography|url=https://books.google.com/books?id=YDadAAAAMAAJ|year=2006|publisher=Rupantar|isbn=978-81-901759-6-8}}</ref> ୧୯୪୮ମସିହାରେ ଏହି ପଦବୀରୁ ଅବସର ନେଇଥିଲେ । ସେହି ବର୍ଷ ତାଙ୍କୁ କେନ୍ଦ୍ର ପବ୍ଲିକ ସର୍ଭିସ କମିଶନର ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଲା । ବର୍ଷେ ପରେ, ରାଜସ୍ଥାନ ପବ୍ଳିକ ସର୍ଭିସ କମିସନ ଭାବରେ ନିଯୁକ୍ତ ପାଇ, ଜୟପୁର ଗଲେ । ସେହି ଜୟପୁରରେ ରହଣି କାଳରେ ୧୯୫୧ମସିହା ଅଗଷ୍ଟ ୧୮ତାରିଖରେ ତାଙ୍କର ପରଲୋକ ଘଟିଥିଲା ।
 
== ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥାପନା ==
୧୯୪୧-୧୯୪୬ମସିହା ପର୍ଯ୍ୟନ୍ତ [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ|କୃଷ୍ଣଚନ୍ଦ୍ର ଗଜପତିଙ୍କଗଜପତି]]ଙ୍କ ନେତୃତ୍ଵ ସରକାରରେ [[ଗୋଦାବରୀଶ ମିଶ୍ର]] ଶିକ୍ଷାମନ୍ତ୍ରୀ ଓ ମୌଲବୀ ଶୋଭନ୍ ଖାନ୍ ଆଇନ ମନ୍ତ୍ରୀ ଥିଲେ । ଏହି ସମୟରେ ଓଡ଼ିରେଓଡ଼ିଶାରେ ଏକ ବିଶ୍ଵବିଦ୍ୟାଳୟରେ ଆବଶ୍ୟକତାକୁ ଅନୁଭବ କରି, ସରକାର ସେତେବେଳର ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶ୍ୟାମାଚନ୍ଦ୍ର ତ୍ରିପାଠୀଙ୍କ ଉପରେ ଉତ୍କଳ ବିଶ୍ଵବିଦ୍ୟାଳୟ ବିଲ ପ୍ରସ୍ତୁତ କରିବାର ଦାୟିତ୍ଵ ନ୍ୟସ୍ତ କଲେ । ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶ୍ୟାମାଚନ୍ଦ୍ର ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟର ରେଜିଷ୍ଟାର ମେକଲିନଙ୍କୁ ଡାକି ଚିଠା ପ୍ରସ୍ତୁତ କରିଥିଲେ । ଶିକ୍ଷାମନ୍ତ୍ରୀ ଗୋଦାବରୀଶ ମିଶ୍ର, ୧୯୪୩ ମସିହା ଜୁନ ୩୦ତାରିଖରେ ବିଧାନସଭା(ରେଭେନ୍ସା ମହାବିଦ୍ୟାଳୟର ଆଜିର ଆସେମ୍ବ୍ଲି ହଲ)ରେ ଏହି ବିଲ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ୬୦ସଭ୍ୟ ବିଶିଷ୍ଟ ବିଧାନସଭାରେ ଏହି ବିଲକୁ ପୂର୍ଣ୍ଣ ସମର୍ଥନ ମିଳିଥିଲା । ରାଜ୍ୟପାଳ ହଥର୍ଣ୍ଣ ଲୁଇସ୍ ବିଲକୁ ଅନୁମୋଦନ କରିବା ପରେ ଏହା ଆଇନରେ ପରିଣିତ ହୋଇଥିଲା । ୧୯୪୩ ମସିହା ଅଗଷ୍ଟ ୨ ତାରିଖରେ ବିଶ୍ୱବିଦ୍ୟାଳୟର ଶୁଭଉଦଘାଟନ କରାଯାଇ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ଭାବେ ନାମିତ କରାଯାଇଥିଲା । ରେଭେନ୍ସା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗରେ ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର କାର୍ଯ୍ୟରମ୍ଭ ହୋଇଥିଲା ।<ref>{{cite news|title=ଯେଉଁମାନେ ଉତ୍କଳ ବିଶ୍ଵବିଦ୍ୟାଳୟ ଗଢିଥିଲେ|url=http://odishanewsnitidin.com/index.php?ID=20&PubId=4&schedule=2016-11-27&PageId=13759&PageNum=8|accessdate=29 November 2016|newspaper=ନିତିଦିନ ୨୭/୧୧/୨୦୧୬ ପୃଷ୍ଠା ୮}}</ref>
 
== ଆଧାର ==