"ପର୍ଶୁରାମେଶ୍ୱର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
ପର୍ଶୁରାମେଶ୍ଵର ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁ ମନ୍ଦିର, ଯାହା ଓଡ଼ିଶାର ସବୁଠୁ ପୁରୁଣା ମନ୍ଦିର ମଧ୍ୟରୁ ଗୋଟିଏ । ଏହା ସବୁଠୁ ଭଲ ଭାବେ ସରଂକ୍ଷିତ ହୋଇଥିବା ଏକ ପୁରୁଣା ଉତ୍କଳୀୟ ମନ୍ଦିର ଏବଂ ଏହାର ନିର୍ମାଣ ଖ୍ରୀ.ଅ.୭ମ ରୁ ୮ମ ଶତାବ୍ଦୀ ମଧ୍ୟରେ ଶୈଳୋଦଭବ କାଳ ରେ ହୋଇଥିଲା । ଏହି ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । ନଗର ଶୈଳୀର ଏହି ମନ୍ଦିର ଟି ଖ୍ରୀ.ଅ. ୬୫୦ ରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ, ତଥା ଏହି ମନ୍ଦିର ୧୦ମ ଶତାବ୍ଦୀ ପୂର୍ବରୁ ଓଡିଶାରେ ହୋଇଥିବା ମନ୍ଦିର ସମୂହର ସମସ୍ତ ବିଶେଷତ୍ୱ ବହନ କରେ ।
 
ପର୍ଶୁରାମେଶ୍ୱର ମନ୍ଦିରରେ ବିମାନ, ଗର୍ଭଗୃହ ବ୍ୟତୀତ ଏକ ବାଡ଼ ରହିଛି । ଏହି ମନ୍ଦିରରେ ଜଗମୋହନ କୁହାଯାଉଥିବା ଏକ ବିଶେଷ ଅଂଶ ଦେଖିବାକୁ ମିଳେ, ଯାହା ପୂର୍ବବର୍ତ୍ତୀ ମନ୍ଦିର ସମୂହ ରେ ନଥିଲା । ଶୈବ ମନ୍ଦିର ହୋଇଥିବା ସତ୍ତ୍ୱେ ଏଠାରେ ସାଧାରଣତଃ ଶାକ୍ତ ମନ୍ଦିର ମାନଙ୍କରେ ଦେଖିବାକୁ ମିଳୁଥିବା ଅନେକ ମୂର୍ତ୍ତୀ ରହିଛି । ସପ୍ତମାତୃକାଙ୍କ ମୂର୍ତ୍ତି ସ୍ଥାନ ପାଇବାରେ ଏହା ହେଉଛି ଭୁବନେଶ୍ୱରରେ ଥିବା ପ୍ରଥମ ମନ୍ଦିର । ଏହି ମନ୍ଦିର ଟି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ଵାରା ସରଂକ୍ଷିତ । ଜୁନ-ଜୁଲାଇ ମାସରେ ପାଳିତ ପର୍ଶୁରାମାଷ୍ଟମୀ ଏହି ମନ୍ଦିରରେ ହେଉଥିବା ସର୍ବ ପ୍ରଧାନ ପର୍ବ । ଏହା ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚିତ ହୁଏ।ହୁଏ । <ref>{{cite book|title=India through the ages|last=Gopal|first=Madan|year= 1990| page= 175|editor=K.S. Gautam|publisher=Publication Division, Ministry of Information and Broadcasting, Government of India}}</ref>
 
== ଇତିହାସ ==
[[File:Parasuramesvara Temple - Lingam.jpg|upright 0.6|thumb|left|The [[lingam]] of the temple]]
ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ସମୂହ ମାନଙ୍କ ମଧ୍ୟରୁ ଗୋଟିଏ ଏବଂ ଭୁବନେଶ୍ୱର ଥିବା ଏକ ସର୍ବ ପୁରାତନ ମନ୍ଦିର । <ref name="temple"/><ref name="bengal57">[[#O'Malley|O'Malley]] 1908, p. 57</ref><ref>{{cite book|title=A dictionary of architecture and building: biographical, historical, and descriptive, Volume 2|url=https://books.google.com/books?id=dAgFAAAAYAAJ&pg=PA473|year=1901|publisher=The Macmillan Company|last=Sturgis|first=Russell|pages=473–474}}</ref> କେତେକ ଐତିହାସିକଙ୍କ ଅନୁସାରେ ଏହା ଶତ୍ରୁଘନେଶ୍ୱର, ଭରତେଶ୍ବର ଓ ଲକ୍ଷ୍ମଣେଶ୍ବର ମନ୍ଦିର ନିର୍ମାଣ ପରେ ୮ମ ଶତାବ୍ଦୀର ପ୍ରଥମ ଭାଗ ରେ ନିର୍ମିତ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାକୁ ଖ୍ରୀ.ଅ ୬୫୦ ର ବୋଲି କହନ୍ତି । <ref name="temple">{{cite journal|last=Pradhan |first=Dr. Baman Charan |title=Saktism at Bhubaneswar Through Ages |journal=Orissa Review |date=September 2009 |url=http://orissa.gov.in/e-magazine/Orissareview/2009/September/engpdf/101-105.pdf |format=PDF |accessdate=23 March 2013 |publisher=Government of Orissa e-Magazine |pages=10–102 |deadurl=yes |archiveurl=https://web.archive.org/web/20140309214746/http://orissa.gov.in/e-magazine/Orissareview/2009/September/engpdf/101-105.pdf |archivedate=9 March 2014 }}</ref> ଫରଗୁସନ୍ ଙ୍କ ଅନୁସାରେ ଏହା ଖ୍ରୀ.ଅ.୫୦୦ ରେ ତିଆରି । ଅଧିକାଂଶ ଗବେଷକ ଏହାକୁ ୭ମ ଶତାବ୍ଦୀର ମଧ୍ୟବର୍ତ୍ତୀ କାଳର ବୋଲି ଦର୍ଶାନ୍ତି ।
 
ଏହି ମନ୍ଦିର ଟି ଶୈଳୋଦଭବ ବଂଶ ଦ୍ୱାରା ନିର୍ମିତ । ଏହି ବଂଶ ଶୈବ ଧର୍ମୀ ଥିଲେ । ଏମାନେ ଶାକ୍ତ ଉପାସନା ମଧ୍ୟ କରୁଥିବାରୁ ଏହି ମନ୍ଦିରରେ ଅନେକ ଶାକ୍ତ ମୂର୍ତ୍ତି ଦେଖିବାକୁ ମିଳେ ।
 
== ଆଧାର ==
{{ଆଧାର}}