"କଙ୍ଗ୍ ଫୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
କଙ୍ଗ୍ ଫୁ ବା ଗଙ୍ଗ୍ ଫୁ ଏକ ଚୀନୀୟ ଶବ୍ଦ । ଏହାର ଅର୍ଥ ଏକ ବିଦ୍ୟା ବା ଅଭ୍ୟାସ ଯାହା ଆୟତ କରିବା ପାଇଁ ଧୈର୍ଯ୍ୟ, ଶକ୍ତି ଓ ସମୟ ଆବଶ୍ୟକ । ଏହି ଶବ୍ଦର ମୂଳ ଅର୍ଥ ଅନୁସାରେ ଏହା ଅଭ୍ୟାସ ଦ୍ଵାରା ଆୟତ କରା ଯାଇଥିବା ଯେକୌଣସି ଶୃଙ୍ଖଳା ବା କଳା କୁ ବୁଝାଏ ଏବଂ କେବଳ ସାମରିକ କଳା ବିଶେଷକୁ ବୁଝାଏ ନାହିଁ । ଚୀନୀୟ ସମାଜରେ ସାମରିକ କଳା ଭାବେ ଏହି ଶବ୍ଦର ପ୍ରୟୋଗ ବିଂଶ ଶତାବ୍ଦୀର ଶେଷ ଆଡକୁ ହେଲା । {{Cite book | last1 = Lorge | first1 = Peter | title = Chinese Martial Arts From Antiquity to the Twenty-First Century | year =2012 | publisher = Cambridge University Press | location = Cambridge | isbn = 9780521878814 | pages = }}</ref> ପାଶ୍ଚାତ୍ୟରେ ଏହି ଶବ୍ଦ ସାଧାରଣତ ଚୀନୀୟ ସାମରିକ କଳାକୁ ବୁଝାଏ, ଯଦିଓ ଏହା ସମ୍ପୂର୍ଣ୍ଣ ଠିକ ନୁହେଁ । ଅକ୍ସଫୋର୍ଡ ଇଂରାଜୀ ଅଭିଧାନ ଏହି ଶବ୍ଦ କୁ "କରାଟେ ପରି ଏକ ନିଶସ୍ତ୍ର ସାମରିକ କଳା" ଭାବେ ବର୍ଣ୍ଣନା କରିଛି । <ref>{{cite news|title= Dictionary|work=Oxford Dictionaries Online |date=2011-02-26|url=http://oxforddictionaries.com/definition/kung%2Bfu?region=us&q=kung+fu}}</ref> ଏଥିରୁ ବୁଝାପଡେ ଏହି ଶବ୍ଦର ଅର୍ଥ କିପରି ଅନ୍ୟ ଭାଷାରେ ବଦଳିଛି ।
 
== ଶବ୍ଦର ଉତ୍ପତି ==
ଚିନୀୟ ଭାଷାରେ "ଗଙ୍ଗଫୁ", "ଗଙ୍ଗ" ଓ "ଫୁ" କୁ ନେଇ ଗଠିତ ଏକ ଯୌଗିକ ଶବ୍ଦ । ଏହା କଠିନ ପରିଶ୍ରମ ଦ୍ୱାରା ଆୟତ କରଯାଇଥିବା ଏକ ସଫଳତାକୁ ବୁଝାଏ ।
 
ମୂଳତଃ କଙ୍ଗ୍ ଫୁ ଅଭ୍ୟାସ କେବଳ ମାତ୍ର ସାମରିକ କଳା କୁ ବୁଝାଉ ନଥିଲା । <ref>[http://www.fiveimmortals.com/wudang-kung-fu/ article on kung fu]</ref> ଏହା ଏକ ବ୍ୟକ୍ତିର ତାଲିମ ପ୍ରକ୍ରିୟାକୁ ବୁଝାଉଥିଲା । ତାଲିମ କହିଲେ ଶାରିରୀକ ଓ ମାନସିକ ଭାବରେ ଶକ୍ତିଶାଳୀ ହେବା ଏବଂ ଏକ ଦକ୍ଷତା ଶିଖିବା ଓ ବିକଶିତ କରିବା । ଏହା ଦୀର୍ଘ କାଳ ଅଭ୍ୟାସ ଓ ଚେଷ୍ଟା ଦ୍ୱାରା ପ୍ରାପ୍ତ ଦକ୍ଷତା କୁ ବୁଝାଏ । ଏହି ଅର୍ଥ ପୁରୁଣା ରଚନା ବଳୀରୁ, ବିଶେଷ କରି ନବ୍ୟ କନଫୁସିଅସ ଚିନ୍ତାଧାରା ଯାହା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରେ, ସେଥିରୁ ଆସିଛି ।
 
ଲୋକଭାଷାରେ ଏହା ସାଧାରଣ ଦୈନନ୍ଦିନ କଳା ଯଥା ରୋଷେଇ ଓ ଲେଖିବା ଶୈଳୀ ଭଳି କାର୍ଯ୍ୟ ରେ ଦକ୍ଷତା କୁ ବୁଝାଇ ପାରେ । ଏହାର ଅର୍ଥ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଦକ୍ଷତା ହାସଲ ପାଇଁ ଶୃଙ୍ଖଳା ର ସହ ପରିଶ୍ରମ କରିଛି । ତେଣୁ ଲୋକ ଭାଷା ରେ ଏହା ଏହି ଶବ୍ଦର ମୂଳ ଅର୍ଥ କୁ ବୁଝାଏ ।
 
== ଆଧାର ==
{{ଆଧାର}}
"https://or.wikipedia.org/wiki/କଙ୍ଗ୍_ଫୁ"ରୁ ଅଣାଯାଇଅଛି