"ଶିଳ୍ପୀ , ତାମିଲ ଚିତ୍ରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ତାମିଲ ଚିତ୍ରକର
Content deleted Content added
Created by translating the page "Silpi"
(କିଛି ବଦଳିନାହିଁ)

୨୨:୪୮, ୯ ନଭେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ପି .ଏମ . ଶ୍ରୀନିଭାସନ ( ୧୯୧୯-୧୯୮୩) , ଯିଏ " ଶିଳ୍ପୀ " ନାମ ଗ୍ରହଣ କରିଥିଲେ , ଜଣେ ତାମିଲ ଚିତ୍ରକର । ସେ ତାମିଲ କଳା ଓ ସ୍ଥପତ୍ୟ ର ରେଖା ଚିତ୍ରାଙ୍କନ ସବୁ ଆନନ୍ଦ ଭିକାତନ ମେଗାଜିନ ଦେଇ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେ ତାମିଲନାଡୁ ରାଜ୍ୟ ରେ ଜଣେ ସର୍ବାଧିକ ଲୋକପ୍ରିୟ ବ୍ୟକ୍ତି ଥିଲେ ।  

ଜୀବନୀ ଓ ଜୀବିକା 

ଶ୍ରୀନିଭାସନ ପ୍ରଥମେ ମାଦ୍ରାସ ସ୍କୁଲ ଅଫ ଆର୍ଟସ ରେ ଶିକ୍ଷ୍ୟା ପ୍ରାପ୍ତ ହେଇ ପରେ ଚେନ୍ନଇ ସ୍ଥିତ  ସରକାରୀ ସୂକ୍ଷ୍ମ କଳା ମହାବିଦ୍ୟାଳୟ ସେ କାଳି ଓ କଲମ ଦ୍ଵାରା ଅଙ୍କନ ରେ ଦକ୍ଷ୍ୟତା ହାସଲ କରିଥିଲେ । [୧]

ଆନନ୍ଦ ଭିକାତନ ମେଗାଜିନ ରେ ଶ୍ରୀନିଭାସନ ରାଜନୈତିକ ଓ ସାମାଜିକ ବିଷୟବସ୍ତୁ କୁ ନେଇ ଅଙ୍କନ ମାନ ପ୍ରକାଶ କରୁଥିଲେ । ତତ୍ କାଳୀନ ବରିଷ୍ଠ ଚିତ୍ରକାର ମାଳୀ ଙ୍କ ତତ୍ବାବଧାନ ରେ ସେ ଅଙ୍କନ କରୁଥିଲେ ଓ ମାଳୀ ହିଁ ତାଙ୍କୁ " ଶିଳ୍ପୀ" ନାମ ଦେଇଥିଲେ । ସେ ନିଜେ ଜଣେ ନିଷ୍ଠାପର ଭକ୍ତ ହେଇଥିବାରୁ ହିନ୍ଦୁ ମନ୍ଦିର ତଥା ଦେବାଦେବୀ ଙ୍କ ଚିତ୍ର ଅଙ୍କନ ରେ ଖୁବ ମନ ଦଉଥିଲେ । 

ସେ 'ଆନନ୍ଦ ଭିକାତନ ' ମେଗାଜିନ ପାଇଁ ୧୯୪୫ ରୁ ୧୯୬୭ ଯାଏ କର୍ଜୟା କଳା ପରେ ଭବନ ' ଙ୍କ ପତ୍ରିକା , କଳାଇ ମାଗଳ , ଥିନାମଣି କାଠିର , ଅମୁଥୁସୁରଭି ଆଦି ପ୍ରକାଶନ ରେ କାର୍ଯ୍ୟ କରିଥିଲେ ଓ ପରେ ଜଣା ଶୁଣା ଚିତ୍ରକର ପଦ୍ମଭାଷନ ଙ୍କୁ ସେ ଦିଗଦର୍ଶନ ଦେଇଥିଲେ । 

ଦକ୍ଷିଣ ଭାରତ ର ସମସ୍ତ ପ୍ରାଚୀନ ମନ୍ଦିର ମାନଙ୍କୁ ସେ ଭ୍ରମଣ କରି ସେଠାରେ ଥିବା ପ୍ରାଚୀନ କଳାକୃତି ମାନଙ୍କୁ ଅନୁଧ୍ୟାନ କରିଥିଲେ । ସେଠାରେ ସେ ରାତ୍ର କାଳ ରେ ମନ୍ଦିର ଖାଲି ହେଲା ପରେ ବସି ମନ୍ଦିର ର ଭାସ୍କାର୍ଜୀ ର ପ୍ରତିକୃତି ଅଙ୍କନ କରୁଥିଲେ । ସେ ତାଙ୍କର ଅଙ୍କନ ସବୁ ଜରିଆ ରେ ତାଙ୍କର ପ୍ରଶଂଶକ ମାନଙ୍କୁ ମନ୍ଦିର ଗାତ୍ରା ରେ ଥିବା ସୁନ୍ଦର କଳା କୁ ପ୍ରଦର୍ଶନ କରାଉଥିଲେ । ସେ ଦେବାଦେବୀ ଙ୍କ ପ୍ରତିକୃତି ରେ ଥିବା ଅଳଙ୍କାର ସବୁ କୁ ମଧ୍ୟ ନିଖୁଣ ଭାବରେ ଅଙ୍କନ ଚିତ୍ର ରେ ସ୍ଥାନିତ କରୁଥିଲେ । ଭକ୍ତ ମାନେ ତାଙ୍କର ଅଙ୍କିତା ଚିତ୍ର କୁ ସେମାନଙ୍କ ପ୍ରାର୍ଥନା ଗୃହ ରେ ରଖି ପୂଜା ମଧ୍ୟ କରୁଥିବାର ଦେଖା ଯାଇଥାଏ । 

ଆହାର ସମୂହ 

  1. {{cite web}}: Empty citation (help)

ବାହ୍ୟ ସଂଯୋଗ ସବୁ