"ସାକ୍ଷୀଗୋପାଳ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: → (189) using AWB
୫୨ କ ଧାଡ଼ି:
== ରାଧା ପାଦଦର୍ଶନ ==
କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧା ପାଦଦର୍ଶନ ଯାତ୍ରା ରୂପେ ସୁପରିଚିତ ।
ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ମାନବୀ ରାଧାଙ୍କର ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି । ଏଥିପାଇଁ ଏହା ଏହି ଦିବସ ରାଧାପାଦ ଦର୍ଶନ ନାମରେ ବିଦିତ । ସାକ୍ଷୀଗୋପାଳର ଏହି ଯାତ୍ରା ପୁରୀ [[ରଥଯାତ୍ରା]] ପରେ ଦ୍ଵିତୀୟ ବଡ଼ ଯାତ୍ରା ।କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହୁଏ
 
ଅଁଳା ନବମୀ-୦୯/୧୧/୨୦୧୬
ଏକାଦଶୀ -୧୧/୧୧/୨୦୧୬
 
== ସାକ୍ଷୀଗୋପାଳଙ୍କ ଲକ୍ଷ୍ମୀନାରାୟଣ ବେଶ ==
କାର୍ତ୍ତିକ ଶୁକ୍ଳପକ୍ଷ ବଡ଼ ଏକାଦଶୀ ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଗୋପାଳଜୀଉ ଓ ଠାକୁରାଣୀ ଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷସାରା ଶ୍ରୀଜୀଉଙ୍କୁ ଗହମଜାତ ଦ୍ରବ୍ୟରୁ ପ୍ରସ୍ତୁତ ନୈବେଦ୍ୟ ଲାଗି କରାଯାଏ । କେବଳ ଏହି ଦିନ ସ୍ଥାନୀୟ ମୁଖ୍ୟ ଫସଲ ଧାନରୁ ପ୍ରସ୍ତୁତ ଚୁଡ଼ାରେ [[ଚୁଡ଼ାଘଷା]] ପ୍ରସ୍ତୁତ କରାଯାଇ ଭୋଗ ଦିଆଯାଏ । <ref>[[ସମାଜ (ଖବରକାଗଜ)]], ୭ନଭେମ୍ବର ୨୦୧୧, ପୃଷ୍ଠା-୩</ref>