"ଆଖି ପଲକରେ ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ପୁରଷ୍କାର +ପୁରସ୍କାର)
୭୦ କ ଧାଡ଼ି:
ତେଣେ ବୀର ଏବେ ନିର୍ବାଚନରେ ଜିତି ମନ୍ତ୍ରୀ ହୋଇଗଲାଣି । ବୀରକୁ ମନ୍ତ୍ରୀ କରେଇବା ପାଇଁ ବିଟୁ([[ମୀନ‌କେତନ]]) ଏବଂ ତା'ର ଲୋକମାନେ ମଧ୍ୟ ବ‌ହୁତ କିଛି କାମ କରିଛନ୍ତି । ସେଥିପାଇଁ ଗୋଟିଏ ଲିଜ୍ ନେବା ପାଇଁ ବିଟୁ ବୀରଭାଇକୁ ବାଧ୍ୟ କରୁଥିବା ବେଳେ, ଗଣମାଧ୍ୟମ ତା' ପଛରେ ଲାଗିଛନ୍ତି ବୋଲି ସେ ସେହି ଲିଜ୍ ବିଟୁକୁ ଦେଇ ପାରିବ ନାହିଁ ବୋଲି କ‌ହିଲା । ଏହା ଶୁଣି ବିଟୁର ବଡ଼ ଭାଇ ଛୋଟୁ ରାଗିଯାଇ ବୀରଭାଇ ଏବଂ ମୁନ୍ନାକୁ ଖରାପ ବ୍ୟବ‌ହାର କରିବା ସ‌ହ ବନ୍ଧୁକ ଧିର ଧମକ ଦେଲା । ଏହା ଦେଖି ମୁନ୍ନା ଛୋଟୁକୁ ହତ୍ୟା କରିଦେଲା । ଆଖି ସାମ୍ନାରେ ଭାଇର ମୃତ୍ୟୁ ଦେଖି ବିଟୁ ମୁନ୍ନାର ବଂଶ ନିପାତ କରିବାକୁ ପ୍ରଣ କଲା ଏବଂ ଜାଣିଲା କି ମୁନ୍ନାର କେବଳ ଗୋଟିଏ ଭଉଣୀ ଅଛି । ସେଥିପାଇଁ ବିଟୁର ଲୋକମାନେ ମାମାକୁ କଲେଜରୁ ଅପ‌ହରଣ କରି ନେଇଯାଉଥିବାବେଳେ ରାଜେଶ([[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]]) ସେ ଗୁଣ୍ଡାମାନଙ୍କ କବଳରୁ ମାମାକୁ ବଞ୍ଚେଇଲା । ରାଜେଶ ଏବଂ କଲେଜର ଅନ୍ୟପିଲାମାନେ ମୁନ୍ନାର ଲୋକ ଏବଂ ତାର ବିପକ୍ଷ ଦଳର ଲୋକମାନଙ୍କ ପାଇଁ କଲେଜରେ ହେଉଥିବା ମାଡ଼ପିଟ ବିଷୟରେ କ‌ହି ଅପମାନିତ କଲେ । କିଛି ସମୟ ପରେ ମୁନ୍ନା ଆସିବାରୁ ମାମା ତାକୁ ରାଜେଶର ବାହାଦୁରୀ ବିଷୟରେ କ‌ହିଲା ।
 
ରାଜେଶର ଘରେ ତା'ର ବାପା ରତ୍ନାକର ରାଉତରାୟ , ମାଆ([[ଅନୀତା ଦାସ]]), ଗୋଟିଏ ସାନ ଭଉଣୀ ଏବଂ ତା'ର ଜେଜେମା([[ଗ୍ଲୋରିଆ ମହାନ୍ତି]]) ରହୁଥିଲେ । ରାଜେଶର ସବୁବେଳ ମୋବାଇଲରେ ଫଟୋ ଉଠେଇବାର ଅଭ୍ୟାସ ଥିଲା । ରଜେଶର ଘରଲୋକେ ତାକୁ ଏତେ ଭଲ ପାଆନ୍ତି ଯେ, ତାର ହାତରେ ଟିକେ ଖଣ୍ଡିଆ ହେଲେ ସମସ୍ତେ ବ୍ୟସ୍ତ ହୋଇ ପଡ଼ନ୍ତି । ରାଜେଶର ବାପା ରତ୍ନାକର ବାବୁ ରାଷ୍ଟ୍ରପତି ପୁରଷ୍କାରପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ । ରାଜେଶ ତା' ଭଉଣୀ ସ‌ହ ରାସ୍ତା ଯାଉଥିବା ବେଳେ ଜଣେ ପୋଲିସ ଇନିସ୍‌ପେକ୍ଟର ଜି ଭି ମିର୍‌ଧାର ପାନ‌ଛେପ ରେଜେଶର ଭଉଣୀ ଉପରେ ପଡ଼ିଗଲା ଏବଂ ସେଠାରେ ରାଜେଶ ଏବଂ ସେ ପୋଲିସ ଇନିସ୍‌ପେକ୍ଟରର ଝଗଡ଼ା ହୋଇଗଲା ।
 
ସେପଟେ ରାଜେଶର ବାହାଦୁରୀ ଏବଂ ସଚ୍ଚୋଟ ପଣିଆକୁ ଦେଖି ମାମା ରାଜାଶରେ ପ୍ରେମରେ ପଡ଼ିଯାଇଥିଲା କିନ୍ତୁ ରାଜେଶର ଆଉ ଜଣେ ପ୍ରେମିକା ଅଛି ବୋଲି ଭାବୁଥିଲା । ମାତ୍ର ସେମିତି କିଛି ନାହିଁ ବୋଲି ଜାଣିବା ପରେ ମାମା ରାଜେଶ ପ୍ରତି ବେଶି ଆକର୍ଷିତ ହେବରେ ଲାଗିଲା । କଲେଜର ପିଲାମାନେ ପିକନିକରେ ଯାଇଥିବାବେଳେ ମାମା ଝରଣା ଦେଖୁ ଦେଖୁ ଅନ୍ୟମନସ୍କରେ ଗୋଡ଼ ଖସି ସେଠାରେ ପଡ଼ିଗଲା । ସେଠାରେ ତାକୁ ପଣିଥରେ ରାଜେଶ ବଞ୍ଚେଇଲା । ରାଜେଶ ମଧ୍ୟ ମାମାର ପ୍ରେମରେ ପଡ଼ିଯାଇଥିଲା । ମାମା ପଡ଼ିଯିବା କଥା ଶୁନି ମୁନ୍ନା ତାକୁ ଖୋଜିବାକୁ ଆସିଯାଇଥିଲା । ମୁନ୍ନା ସେଠାରେ ପ‌ହଞ୍ଚିବା ପରେ ରାଜେଶ ଏବଂ ମାମା ବିଷୟରେ ଜାଣିଲା । ମାମାକୁ କିଛି ନ କ‌ହି ତାକୁ ଚୁପଚାପ ଘରକୁ ନେଇଆସିଲା । ଘରେ ମୁନ୍ନା ମାମାକୁ କଥା ଦେଲା ଯେ, ସେ କେବେ ରାଜେଶର କିଛି ବି କ୍ଷତି କରିବ ନାହିଁ । ମାମା ସ‌ହ ରାଜେଶକୁ ଦେଖି ମୁନ୍ନାର ଲୋକମାନେ ରାଜେଶର ପରିବାର ଲୋକଙ୍କୁ ଆଣି ବାନ୍ଧି ଦେଇଥିଲେ । ତା ପରେ ରାଜେଶକୁ ମାରି ମୁନ୍ନାର ଲୋକମାନେ ତାକୁ ମଧ୍ୟ ବାନ୍ଧିଦେଲେ । ରାଜେଶର ପରିବାର ଲୋକମାନଙ୍କୁ ଛାଡ଼ିଦେଇ ସେମାନେ ରାଜେଶକୁ ନେଇ ମାରି ପୋତିଦେଲେ ।