"ଫୁଲୁରି ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨ କ ଧାଡ଼ି:
 
== ବଜ୍ର ମହାକାଳୀ ଓଷା ==
ଏହା ପାରମ୍ପରିକ ଓଡିଆଓଡ଼ିଆ ଓଷା ମଧ୍ୟରୁ ଅନ୍ୟତମ । ଏହି ବ୍ରତରେ '''ବଜ୍ର ମହାକାଳୀ'''ଙ୍କୁ ଉପାସନା କରାଯାଏ । ଏଥିରେ ସାତ ପ୍ରକାରର ଫୁଲ, ସାତଟି ଦୁବ ଆଉ ଚାଉଳ, ସାତ ପ୍ରକାର ଶାଗ ବ୍ୟଞ୍ଜନ, ସାତ ପ୍ରକାର ପରିବାର ଘାଣ୍ଟ, ସାତ ଫଳ ସାତଟି କଖାରୁ ପତ୍ରରେ ପରଷାଯାଇ ଭୋଗ କରାଯାଏ । ସାତ ସୂତାରେ ସାତଟି ହଳଦୀ ଗଣ୍ଠି ବନ୍ଧାଯାଇ ସାତ ଡାଳ(ବଜ୍ରମୂଳୀ, ମହାକାଳ, ଆଖୁ, ଅଁଳା, ବେଲ, ଆମ୍ବ, ଧାନ) ଦେଇ ଶିଳ-ଶିଳିପାକୁ ପୂଜା କରାଯାଏ । ସାଧବ ପରିବାରରେ ସୁନାର ହଳଦୀଗଣ୍ଠିରେ ପୂଜା ହେଉଥିଲା । ଶେଷରେ ସାତ ଡାଳରେ ବନ୍ଧାଯାଇଥିବା ଛାଟରେ ସଭିଙ୍କୁ ଧୀରେ ପ୍ରହାର କଲେ ଠାକୁରାଣୀ ତାଙ୍କୁ ବଜ୍ର ଭଳି ବଳବାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।
 
ବ୍ରତରେ ଲିଖିତ ଅଛି ଯେ ସାଧବ ପରିବାରର ସାନ ବୋହୂ ବଜ୍ର ମହାକାଳୀଙ୍କ ଆର୍ଦ୍ରାକୁ ଅଇଁଠା କରିବାରୁ ଦେବୀ କୋପ ହୋଇ ତାହାର ସାତ ପୁଅକୁ ଜନ୍ମମାତ୍ରକେ ନେଇ ଯାଆନ୍ତି । ସପ୍ତମ ଗର୍ଭରେ ଶାଶୁ ଘରୁ ବାହାର କରିବାରୁ ଦେବୀ ଦୋଷ କ୍ଷମା କରି ତାକୁ ସାତ ପୁଅ ଫେରାଇଦେଇଥିଲେ । ସେଥିପାଇଁ ପୁତ୍ରକନ୍ୟା ପ୍ରାପ୍ତି ପାଇଁ ଏହି ବ୍ରତ କରାଯାଏ ।