"ଫୁଲୁରି ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂଆ ପ୍ରସଙ୍ଗ
(କିଛି ବଦଳିନାହିଁ)

୧୮:୧୨, ୩୦ ସେପ୍ଟେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଆଶ୍ୱିନ ମାସର ଅମାବାସ୍ୟାକୁ ଫୁଲୁରି ଅମାବାସ୍ୟା, ଫୁଲେରି ଅମାବାସ୍ୟା, ପୋଲେରି ଅମାବାସ୍ୟା, ଫୁଲ୍ଲୋରି ଅମାବାସ୍ୟା, ଆର୍ଦ୍ରା ଅମାବାସ୍ୟା, ସର୍ବପିତୃ ଅମାବାସ୍ୟା ବା ମହାଳୟା କୁହାଯାଏ । ଏହି ଅମାବାସ୍ୟାରେ ଆର୍ଦ୍ରା ବା ଅରୁଆ ଚାଉଳ ଚୂନା, କ୍ଷୀର, ନଡିଆ, ଚିନି, ଗୁଜୁରାତି ଗୁଣ୍ଡରେ ପ୍ରସ୍ତୁତ ଅଟ୍ଟକାଳି କରାଯାଏ ।

ବଜ୍ର ମହାକାଳୀ ଓଷା

ଏହା ପାରମ୍ପରିକ ଓଡିଆ ଓଷା ମଧ୍ୟରୁ ଅନ୍ୟତମ । ଏହି ବ୍ରତରେ ବଜ୍ର ମହାକାଳୀଙ୍କୁ ଉପାସନା କରାଯାଏ । ଏଥିରେ ସାତ ପ୍ରକାରର ଫୁଲ, ସାତଟି ଦୁବ ଆଉ ଚାଉଳ, ସାତ ପ୍ରକାର ଶାଗ ବ୍ୟଞ୍ଜନ, ସାତ ପ୍ରକାର ପରିବାର ଘାଣ୍ଟ, ସାତ ଫଳ ସାତଟି କଖାରୁ ପତ୍ରରେ ପରଷାଯାଇ ଭୋଗ କରାଯାଏ । ସାତ ସୂତାରେ ସାତଟି ହଳଦୀ ଗଣ୍ଠି ବନ୍ଧାଯାଇ ସାତ ଡାଳ(ବଜ୍ରମୂଳୀ, ମହାକାଳ, ଆଖୁ, ଅଁଳା, ବେଲ, ଆମ୍ବ, ଧାନ) ଦେଇ ଶିଳ-ଶିଳିପାକୁ ପୂଜା କରାଯାଏ । ସାଧବ ପରିବାରରେ ସୁନାର ହଳଦୀଗଣ୍ଠିରେ ପୂଜା ହେଉଥିଲା । ଶେଷରେ ସାତ ଡାଳରେ ବନ୍ଧାଯାଇଥିବା ଛାଟରେ ସଭିଙ୍କୁ ଧୀରେ ପ୍ରହାର କଲେ ଠାକୁରାଣୀ ତାଙ୍କୁ ବଜ୍ର ଭଳି କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

ବ୍ରତରେ ଲିଖିତ ଅଛି ଯେ ସାଧବ ପରିବାରର ସାନ ବୋହୂ ବଜ୍ର ମହାକାଳୀଙ୍କ ଆର୍ଦ୍ରାକୁ ଅଇଁଠା କରିବାରୁ ଦେବୀ କୋପ ହୋଇ ତାହାର ସାତ ପୁଅକୁ ଜନ୍ମମାତ୍ରକେ ନେଇ ଯାଆନ୍ତି । ସପ୍ତମ ଗର୍ଭରେ ଶାଶୁ ଘରୁ ବାହାର କରିବାରୁ ଦେବୀ ଦୋଷ କ୍ଷମା କରି ତାକୁ ସାତ ପୁଅ ଫେରାଇଦେଇଥିଲେ । ସେଥିପାଇଁ ପୁତ୍ରକନ୍ୟା ପ୍ରାପ୍ତି ପାଇଁ କରାଯାଏ ।