"ଭାରତୀୟ ସମ୍ବିଧାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪ କ ଧାଡ଼ି:
-->
 
ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ଵ ସମ୍ବିଧାନ । ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ। ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା । ଏହି ସଭାରେ [[ଜବାହରଲାଲ ନେହେରୁ]], [[ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ]], [[ଡ. ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ]] , [[ବଳବନ୍ତ ରାଏ ମେହେଟା]] , [[କେ. ଏମ. ମୁନ୍ସୀ]] , [[ସରୋଜିନୀ ନାଇଡୁ]] ଓ [[ରାଜକୁମାରୀ ଅମୃତ କାଉର]] ଙ୍କ ଭଳି ତୁଙ୍ଗ ନେତାମାନେ ସାମିଲ ଥିଲେ । ୧୯୪୭ ଅଗଷ୍ଟ ୨୯ରେ ଏକ ସ୍ଥାୟୀ ସମ୍ବିଧାନ ପ୍ରସ୍ତୁତ କରିବା ଲାଗି ଏକ ଚିଠା କମିଟି ଗଠନ କରାଗଲା । ଡ. ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ସାତଜଣିଆ କମିଟି ୧୯୪୭ ନଭେମ୍ବର ୪ ତାରିଖ ଦିନ ସମ୍ବିଧାନ ଚିଠା (ପ୍ରାରୂପ) ପ୍ରସ୍ତୁତ କରି ସମ୍ବିଧାନ ସଭାକୁ ପ୍ରଦାନ କରିଥିଲେ । ସମ୍ବିଧାନ ସଭାର ବୈଠକ ୧୬୬ଥର ବସିଥିଲା ଏବଂ ୩୦୮ ସଦସ୍ୟ ଏହା ଉପରେ ବ୍ୟାପକ ଚିଚାର ଆଲୋଚନା କରିଥିଲେ । ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ଚିଠା ଗୃହିତ ହୋଇଥିଲା । ଭାରତର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ୨ବର୍ଷ ୧୧ମାସ ୧୮ଦିନ ବ୍ୟାପୀ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହୋଇ ଶେଷରେ ସମ୍ବିଧାନ ସଭାର ୩୦୮ଜଣ ସଦସ୍ୟ ଏହାର ହିନ୍ଦୀ ଓ ଇଂରାଜୀ ସଂସ୍କରଣରେ ୧୯୫୦ ଜାନୁଆରୀ ୨୪ ତାରିଖ ସ୍ଵାକ୍ଷର କଲେ । ଦସ୍ତଖତର ଦୁଇ ଦିନ ପରେ ଜାନୁଆରୀ ୨୬ ତାରିଖରୁ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା । ଜାନୁଆରୀ ୨୬ ଏଇଥିପାଇଁ ଚୟନ କରାଯାଇଥିଲା ଯେ, ୧୯୩୦ ମସିହାର ଏହି ଦିନରେ ଭାରତର ସ୍ବାଧୀନତା ଘୋଷଣାନାମା ଗୃହିତ ହୋଇଥିଲା। ୧୯୩୦ ମସିହା ଜାନୁଆରୀ ୨୬ ତାରିଖରୁ [[ଭାରତୀୟ ଜାତୀୟ କଂଗ୍ରେସ]] ଏହି ଦିବସକୁ ପୂର୍ଣ୍ଣ ସ୍ଵରାଜ ଦିବସ ବା ସ୍ଵାଧୀନତା ଦିବସ ଭାବେ ପାଳି ଆସୁଥିବାରୁ ଏହି ଦିନକୁ ସମ୍ବିଧାନର କାର୍ଯ୍ୟକାରୀ ଦିବସ ବା ଗଣତନ୍ତ୍ର ଦିବସ ରୂପେ ଘୋଷଣା ପାଇଁ ସ୍ଥିରୀକୃତ ହୋଇଥିଲା । ମୂଳ ଗ୍ରନ୍ଥ ଦୁଇଟିର ପ୍ରତିଟି ପୃଷ୍ଠା ଚିତ୍ରିତ ହାତଲେଖାରେ ତିଆରି ହୋଇଛି । ଏଥିରେ [[ଶାନ୍ତିନିକେତନ]] ର କଳାକାର [[ବେହର ରାମମନୋହର ସିହ୍ନା]] ଙ୍କ ଙ୍କ ଅନ୍ୟମାନଙ୍କ ହସ୍ତଲିପିର ଚାତୁର୍ଯ୍ୟ ରହିଛି । ଭାରତର ସମ୍ବିଧାନର ପ୍ରାରମ୍ଭରେ ପ୍ରାକ୍‌କଥନ (The Preamble) ରହିଛି। ମୂଳ ସମ୍ବିଧାନରେ ସର୍ବମୋଟ ୨୨ଗୋଟି ଭାଗ ବା ଅଧ୍ୟାୟ (Part) ମଧ୍ୟରେ ୩୯୫ଟି ଧାରା (Articles) ଓ ୮ଗୋଟି ପରିଶିଷ୍ଟ (Schedule) ରହିଥିଲା । ୨୦୧୧ ମସିହା ମାର୍ଚ୍ଚ ମାସ ସୁଦ୍ଧା ୧୧୪ଥର ସମ୍ବିଧାନ ସଂଶୋଧନ ହୋଇ ସାରିଲାଣି । ବର୍ତ୍ତମାନ ରୂପରେ ଭାରତୀୟ ସମ୍ବିଧାନରେ ପ୍ରାକ୍‌କଥନ ସହ ସର୍ବମୋଟ ୨୨ଗୋଟି୨୫ଗୋଟି ଭାଗ ବା ଅଧ୍ୟାୟ (Part) ମଧ୍ୟରେ ୪୫୦ଟି ଧାରା (Articles) ଓ ୧୨ଗୋଟି ପରିଶିଷ୍ଟ (Schedule) ଅଛି ।
 
== ପ୍ରାକକଥନ ==