"ଚେତନ ଭଗତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୪ କ ଧାଡ଼ି:
ଚେତନଙ୍କ ପ୍ରାରମ୍ଭିକ ଶିକ୍ଷା [[ଦିଲ୍ଲୀ]] ଆର୍ମି ସ୍କୁଲ୍ ରେ ହୋଇଥିଲା । ଏହାପରେ ସେ ଆଇଆଇଟି ଦିଲ୍ଲୀରୁ ମେକାନିକାଲ ଇଂଜିନିୟରିଂ ପାସ କରିବା ପରେ ସେ ଆଇଆଇଏମ୍ [[ଅହମଦାବାଦ]]ରେ ମ୍ୟାନେଜମେଣ୍ଟରେ ଡିଗ୍ରି ହାସଲ କରିଥିଲେ । ଅହମ୍ମଦାବାଦରେ ପଢୁଥିବା ସମୟରେ ସେ ତାଙ୍କ ବ୍ୟାଚର ବେଷ୍ଟ ଆଉଟ୍ ଗୋଇଁ ଷ୍ଟୁଡେଣ୍ଟ ହେବାର ଗୌରବ ଅର୍ଜନ କରିଥିଲେ । ସେହି ସମୟରେ ଚେତନ ତାଙ୍କ ଦକ୍ଷିଣ ଭାରତୀୟ ସହପାଠିନୀ ଅନୁସା ସୁର୍ଯ୍ୟନାରାୟଣଙ୍କ ପ୍ରେମରେ ପଡ଼ିଥିଲେ। ୧୯୯୮ରେ ସେ ଅନୁସାଙ୍କୁ ବିବାହ କରିଥିଲେ । ଚେତନ ଏହାପରେ ତାଙ୍କ ପରିବାର ସହ [[ହଂକଂ]] ଯାଇ ଗୋଲମ୍ୟାନ ସାଚସ ରେ ଇନଭେଶ୍ଚମେଣ୍ଟ ବ୍ୟାଙ୍କର ଭାବେ କାମ କରିଥିଲେ ।୧୧ବର୍ଷ ହଂକଂ ରେ କାମ କରିବା ପରେ ଚେତନଙ୍କ କିନ୍ତୁ ବ୍ୟାଭ୍କ ଚାକିରି ରେ ମନ ଲାଗିନଥିଲା । ସେ ବ୍ୟାଙ୍କ ଚାକିରି ଛାଡି ଲେଖାଲେଖି କରିବା ପାଇଁ [[ମୁମ୍ବାଇ]] ଚାଲିଅସିଥିଲେ ।
==ଲେଖକ ଜୀବନ==
ଲେଖାଲେଖି କରିବାରେ ତାଙ୍କର ପ୍ରବଳ ନିଶା ଥିବାରୁ ସେ ବ୍ୟାଙ୍କ ଚାକିରି ଛାଡି ସିଧା ମୁମ୍ୱାଇ ଚାଲିଆସିଥିଲେ । ୨୦୦୪ରେ ଚେତନଙ୍କ ପ୍ରଥମ ପୁସ୍ତକ ''ଫାଇଭ ପଏଣ୍ଟ ସମୱାନ'' ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଥିଲା। ଏହି ପୁସ୍ତକଟି ତାଙ୍କ ଆଇଆଇଟି ଛାତ୍ର ଜୀବନ ଉପରେ ଆଧାରିତ ଥିଲା । ଏହି ପୁସ୍ତକଟି ଚେତନଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ଥିଲା । ଏହି ପୁସ୍ତକ ଉପରେ ଆଧାରିତ ଅମିର ଖାନଙ୍କ ଅଭିନୀତ ''ଥ୍ରି ଇଡିଅଟସ'' ଫିଲ୍ମ ଲୋକପ୍ରିୟତା ର ଶିର୍ଷରେ ଥିଲା। ୨୦୦୫ ରେ ଚେତନ ଙ୍କ ଦ୍ୱିତୀୟ ବହି ''ୱାନ ନାଇଟ୍ ଆଟ୍ ଦ କଲ୍ ସେଣ୍ଟର ''ବହି ଆସିଥିଲା । ସେହି ବହିକୁ ଆଧାର କରି ହିନ୍ଦୀ ଚଳଚ୍ଚିତ୍ର ''ହ୍ୟାଲୋ'' ନିର୍ମାଣ କରାଯାଇଥିଲା। ଏହାର ତିନି ବର୍ଷ ପରେ ''ଦ ଥ୍ରୀ ମିଷ୍ଚେକସ୍ ଅଫ୍ ମାଇଁ ଲାଇଫ୍ ''ବଜାରକୁ ଆସିଲା । ଏହି ବହି କ୍ରିକେଟ୍, ରାଜନୀତି ଓ ପ୍ରେମର ତ୍ରିକୋଣୀୟ ପ୍ରେମ ସମ୍ପର୍କ ଉପରେ ଆଧାରିତ । ଏହା ଉପରେ ହିନ୍ଦୀ ଚଳଚ୍ଚିତ୍ର କାଇ ପୋଚେ ନିର୍ମାଣ ହୋଇ ବେଶ ଚର୍ଚ୍ଚାରେ ରହିଥିଲା । ଚେତନଙ୍କ ପୁସ୍ତକ ଟୁ ଷ୍ଟେଟସ୍ ଉପରେ ମଧ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଛି । ଏହା ୨୦୧୪ ରେ ମୁକ୍ତିଲାଭ କରିବ । ଏଥିରେ ଆଲିଆ ଭଟ୍ଟ ଓ ଅର୍ଜୁନ କପୁର ଅଭିନୟ କରୁଛନ୍ତି । ଏହାପରେ ଟୁ ଷ୍ଟେଟସ୍ - ଦ ଷ୍ଟୋରି ଅଫ୍ ମାଇଁ ମ୍ୟାରେଜ୨୦୦୯, ରିଭଲ୍ୟୁସନ୍ ୨୦୨୦ ୨୦୧୧ ଓ ହ୍ୟାଟ୍ ୟଙ୍ଗ ଇଣ୍ଡିଆ ଓ୍ୱାଣ୍ଟସ୍ ୨୦୧୨ ଆସିଥିଲା । ଚେତନଜଣେ ମୋଟିଭେସନାଲ ସ୍ପିକର ମଧ୍ୟ । ସେ ଆଇଆଇଟି ଓ ମ୍ୟାନେଜମେଣ୍ଟର ଛାତ୍ର ମାନଙ୍କୁ ଅନେକ ସମୟରେ ଉଦବେଧନ ଦେଇଥାନ୍ତି। ଚଳଚ୍ଚିତ୍ରଜଗତରେ ମଧ୍ୟ ସେ କବଜା କରିସାରିଲେଣି । ହ୍ୟାଲୋ, ଥ୍ରି ଇଡିଅଟସ ଓ କାଇପୋଚେ ଫିଲ୍ମ ତାଙ୍କ ରଚିତ ପୁସ୍ତକ ଗୁଡିକ ଉପରେ ତିଆରି ହୋଇଛି । ଚେତନ ହ୍ୟାଲୋ ଫିଲ୍ମ ପରେ ଏବେ କିକ୍ ର କାହାଣୀ ଲେଖୁଛନ୍ତି। ଚେତନ କେବଳ ଉପନ୍ୟାସ ମଧ୍ୟରେ ନିଜକୁ ସିମିତ ରଖିନାହାନ୍ତି ଜଣେ ସମାଜ ସଚେତକ ଭାବେ ସେ ବିଭିନ୍ନ ସମ୍ୱାଦପତ୍ରରେ ସାମାଜିକ ପ୍ରସଙ୍ଗ ଉପରେ ଆଲୋକପାତ କରିଥାନ୍ତି । ତାଙ୍କର ଲେଖା ଉପରେ ଅନେକଥର ସଂସଦରେ ତର୍କ ବିତର୍କ ମଧ୍ୟ ହୋଇଛି । ଅତି ସାଧାରଣ ଭାବେ ପ୍ରତ୍ୟେକ ଜିନିଷକୁ ବର୍ଣ୍ଣନା କରିବାର ଶୈଳି ପାଇଁ ଭାରତୀୟ ଯୁବପିଢି ଚେତନଙ୍କ ବହି ଗୁଡିକ ପ୍ରତି ବହୁ ମାତ୍ରାରେ ଆକୃଷ୍ଟ ହେଉଛନ୍ତି । ତେବେ ଷ୍ଟାର ଆଙ୍କର ହଣ୍ଟ ନାମକ ଏକ ଟେଲିଭିଜନ କାର୍ଯ୍ୟକ୍ରମ ରେ ବିଚାରପତି ମଧ୍ୟ ହୋଇଥିଲେ ।କମେଡି ନାଇଟ୍ ଉଇଥ୍ କପିଲ୍ ରେ ମଧ୍ୟ ସେ ଅଂସଗ୍ରହଣ କରିଥିଲେ
==ଆଧାର==
{{ଆଧାର}}
"https://or.wikipedia.org/wiki/ଚେତନ_ଭଗତ"ରୁ ଅଣାଯାଇଅଛି