"କେନ୍ଦରା ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୭ କ ଧାଡ଼ି:
==ବ୍ୟବ‌ହାର==
ଯୋଗୀମାନେ ମୁଖ୍ୟତଃ ଏହାର ବ୍ୟବ‌ହାର କରିଥାନ୍ତି । କେନ୍ଦରାଟିଏ ହାତରେ ଧରି ବଜାଇ ବଜାଇ ଯୋଗୀପିଲାମାନେ ଗାଁ ଦାଣ୍ଡକୁ ଆସୁଥିଲେ ଏବଂ ଘର ଘର ବୁଲି କେନ୍ଦରା ବଜାଇ ମାଗଣ କରୁଥିଲେ । କେନ୍ଦରାର କରୁଣ୍ୟ ସ୍ୱର ସାଙ୍ଗକୁ ସେମାନଙ୍କ କଣ୍ଠରୁ ଝରି ପଡ଼ୁଥିଲା ଟୀକା ଗୋବିନ୍ଦଚନ୍ଦ୍ର ସଂଗୀତ କିଛି ଧାଡ଼ି ।
[[File:କେନ୍ଦରା 03.jpg|thumb|କେନ୍ଦରା]]
 
<poem><center>
''"ଭଜୁକିନା ରାମ ନାମରେ କୁମର....
୨୧ କ ଧାଡ଼ି:
 
==ଓଡ଼ିଶାରେ କେନ୍ଦରାର ବ୍ୟବ‌ହାର==
[[File:ଯୋଗୀ କେନ୍ଦରା ବାଦକ.webm|thumb|କେନ୍ଦରା ବାଦକ ଯୋଗୀଙ୍କ ଦ୍ୱାରା କେନ୍ଦରା ଗୀତ ପରିବେଶଣ ।]]
[[ଓଡ଼ିଶା]]ରେ ଏହି ଭାବନାର ପ୍ରଚାର ପ୍ରସାର କରୁଥିଲେ ନାଥ ସଂପ୍ରଦାୟର ଯୋଗୀମାନେ । ଗୀତ ଗାଇ ଗାଇ ଲୋକଙ୍କୁ ଚେତାଇ ଦେଉଥିଲେ ଶେଷ ସମୟ ଆସିବା ପୂର୍ବରୁ କିଛି ଧର୍ମ କାମ କର । ଭଗବାନଙ୍କର ନାମ ସଂକୀର୍ତ୍ତନ କର । ନ ହେଲେ ଅବେଳରେ ବାନ୍ଧିନେବ କାଳଯମ । ସେମାନେ ଗାଁର ପାଦ ଦେଶରେ ପାଦ ଦେଉ ଦେଉ କେନ୍ଦରାର ସ୍ୱର ତ‌ଥା ସେମାଙ୍କର ମୁଖରୁ ନିସୃତ ବାଣୀ ଶୁଣି ଗାଆଁ ଲୋକମାନେ ସେମାନଙ୍କର ଆଗମନ ବିଷୟରେ ଜାଣିପାରୁଥିଲେ । ସେହି ଯୋଗୀମାନେ ପ୍ରାୟତଃ ଏକୁଟିଆ ଆସନ୍ତି କିମ୍ବା ସଂଘବଦ୍ଧ ହୋଇ ଗୀତ ଗାଇ ଗାଇ ଆସୁଥିଲେ । ଛୋଟ ଛୋଟ ଗାଆଁରେ ମଣ୍ଡପ ଉପରେ ବସୁଥିବା ବେଳେ ବଡ଼ ବଡ଼ ଗାଆଁମାନଙ୍କରେ ଘରକୁ ଘର ବୁଲି ଭିକ୍ଷାବୃତ୍ତି କରୁଥିଲେ । ସେମାନଙ୍କୁ ଯିଏ ଯାହା ଦେଲେ ସେମାନେ ତାକୁ ଖୁସିରେ ଗ୍ରହଣ କରନ୍ତି ଏବଂ ଅଧିକ କିଛି ଦାବି କରନ୍ତି ନାହିଁ । ସାଧରଣତଃ ଉପକୂଳ ଓଡ଼ିଶାରେ ଏମାନେ ଦେଖାଯାଉଥିଲେ ।
 
ଏମାନେ [[ପଶ୍ଚିମ‌ବଙ୍ଗପଶ୍ଚିମ ବଙ୍ଗ]]ରୁ ଶରଣାର୍ଥୀ ଭାବେ ଓଡ଼ିଶାକୁ ଆସି ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ବସତି ସ୍ଥାପନ କରିଥିଲେ । ଗାଁରୁ ଗାଁକୁ ବୁଲି ବୁଲି କେନ୍ଦରା ବଜାଇ ଗୀତ ଗାଇ ସେମାନେ ଚାଉଳ ଓ ଅର୍ଥ ସଂଗ୍ରହ କରୁଥିଲେ । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଖୁଲଣା ସୁନ୍ଦରୀ, ଟୀକା ଗୋବିନ୍ଦଚନ୍ଦ୍ର ସଂଗୀତ ଗାଇ ଭିକ୍ଷା ମାଗୁଥିଲେ । କେନ୍ଦ୍ରପଡ଼ାର ଡେରାବିଶ, ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ରାଜନ‌ଗର ଆଦି ବ୍ଲକର ୫୦ରୁ ଉର୍ଦ୍ଧ୍ୱ ଗ୍ରାମରେ ପ୍ରାୟ ଅଧିକାଂଶ ପରିବାର ଏହି ବୃତ୍ତିକୁ ଆପଣାଇଥିଲେ । ହେଲେ ଧିରେ ଧିରେ ଏଥିପ୍ରତି ଲୋକଙ୍କର ଆଦର କମିଗଲା । ନୂତନ ପିଢ଼ୀ ଏହାକୁ ଶିଖିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ଏହିରୁ କମ ଆୟ ହେଉଥିବାରୁ ସେମାନେ କାମ ଛାଡ଼ିଦେବାକୁ ବାଧ୍ୟ ହେଲେ ଏବଂ ଅନ୍ୟ ବୃତ୍ତି ଗ୍ରହଣ କଲେ । ଏବେ ଏହା ଲୁପ୍ତପ୍ରାୟ ଅବସ୍ଥାରେ । ଯାହା କେବଳ କେତେଜଣ ହାତଗଣତି ଲୋକ ଏହ ଉପରେ ନିର୍ଭର କରି ଚାଳୁଥିବା ବେଳେ ପରମ୍ପରା ବଞ୍ଚାଇ ରଖିଛନ୍ତି ।
 
ଏବେ ଏହି ଯୋଗୀମାନେ ପ୍ରାୟତଃ ମହାଶିବରାତ୍ରି ପୂର୍ବରୁ ଆସି ଭିକ୍ଷା କରି ନେଉଛନ୍ତି ଏବଂ ମହାଶିବରାତ୍ରିରେ [[କପିଳାସ]] ପିଠରେ ପୂଜାର୍ଚ୍ଚନାରେ ଏହି ଭିକ୍ଷାରାଶି ନିୟୋଜନ କରୁଛନ୍ତି ।
 
==ଆଧାର==
[[ଶ୍ରେଣୀ:ପାରମ୍ପରିକ ସଙ୍ଗୀତ ]]