"ଷଠି ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ସଂଶୋଧନ: ଷଠି ଓଷା ଓ ଷଠିଘର ସମ୍ପୂର୍ଣ୍ଣ ଅଲଗା
ଟିକେNo edit summary
୨୦ କ ଧାଡ଼ି:
|frequency= ବାର୍ଷିକ
}}
'''ଷଠି ଓଷା''' ('''ଷଠୀ ବ୍ରତ''' ଓ '''ଷଷ୍ଠୀ ଓଷା''' ନାମରେ ମଧ୍ୟ ଜଣା) [[ଓଡ଼ିଶା]]ରେ ପାଳିତ ଏକ ପାରମ୍ପାରିକ ଓଷା ।<ref>{{cite book|title=Cultural Heritage of Orissa: Justice Sri Harihar Mahapatra Felicitation Volume|url=http://books.google.com/books?id=W2ZuAAAAMAAJ|year=1993|publisher=Institute of Oriental and Orissan Studies}}</ref> ଷଠୀ ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ଷଠୀ ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି ।<ref name="Dāśa1991">{{cite book|author=Kuñjabihāri Dāśa|title=Folklore of Orissa|url=http://books.google.com/books?id=1VpiAAAAMAAJ|year=1991|publisher=Orissa Sahitya Akademi}}</ref><ref name="PatnaikMohanty1989">{{cite book|author1=N. Patnaik|author2=Sarat Chandra Mohanty|author3=Tribal and Harijan Research-cum-Training Institute (Bhubaneswar, India)|title=The Ganda, a scheduled caste weaver community of western Orissa|url=http://books.google.com/books?id=egs9AAAAMAAJ|date=1989|publisher=Tribal & Harijan Research-cum-Training Institute}}</ref>
ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ([[ଗଣେଶ ପୂଜା]]ର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠୀ ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।
 
== ବ୍ରତପାଳନ ବିଧି ===
ସକାଳେ [[ଶିବ]]ଙ୍କ ପାଇଁ [[ସୋମନାଥ ବ୍ରତ]] ହୁଏ । ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ । ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
 
===ଷଠି ବାଡ଼ିଆ===
ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ଧୀରେ ଧୀରେ ଆଘାତ କରନ୍ତି ଏହାକୁ ଷଠିବାଡ଼ିଆ କହନ୍ତି ଏତଦ୍ଵାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ଵାସ । ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି: ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ - ବଜ୍ର ହୋ ! ବଜ୍ର ହୋ !<ref>ପଣ୍ଡିତସର୍ବସ୍ଵ, ନୂତନ ଆଠମଲ୍ଲିକ ସଂସ୍କରଣ, 116 ପୃଷ୍ଠା</ref>
ଷଠି ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କହନ୍ତି ସ୍କନ୍ଦ ପୁରାଣରେ ଏ ଷଷ୍ଠୀର ନାମ ଚପେଟା ଷଷ୍ଠୀ ଓ ତିଥି ତତ୍ତ୍ଵରେ ଏ ଷଷ୍ଠୀର ନାମ ଅକ୍ଷୟାଷଷ୍ଠୀ । ଚପେଟୀର ଅର୍ଥ ଚାପୁଡ଼ା 'ଚପେଟୀଷଷ୍ଠୀ' ନାମରୁ ଅନୁମିତ ହୁଏ ଯେ, ବର୍ଷୀୟସୀମାନେ ପିଲାମାନଙ୍କ ପିଠିରେ ଯେଉଁ 'ଷଠି ବାଡ଼ିଆ' କରନ୍ତି ତହିଁ ସଙ୍ଗେ ଏ ନାମର କିଛି ସମ୍ପର୍କ ଅଛି ।<ref>{{cite web|url=http://dsalsrv02.uchicago.edu/cgi-bin/philologic/getobject.pl?c.39:54.praharaj|title=ଷଠି ଓଷା|publisher=|accessdate=24 March 2016}}</ref>
 
 
== ଆଧାର ==
"https://or.wikipedia.org/wiki/ଷଠି_ଓଷା"ରୁ ଅଣାଯାଇଅଛି