"ଲଭ୍ ଷ୍ଟେସନ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୦ କ ଧାଡ଼ି:
ସଞ୍ଜୁ([[ବାବୁଶାନ୍]]) ଘରର ସାନ ପୁଅ । ତା' ବାପା([[ମିହିର ଦାସ]]) ଜଣେ ଅବସରପ୍ରାପ୍ତ ଶିକ୍ଷକ । ସେ ତାଙ୍କ ନିୟମରେ ସବୁବେଳେ ବନ୍ଧା । ତାଙ୍କୁ କେବେ କୌଣସି ଭୁଲ ପସନ୍ଦ ନୁହେଁ । ସେଥିପାଇଁ ସେ ତାଙ୍କ ଘର ଲୋକଙ୍କର ଭୁଲର ହିସାବ ରଖିଥାନ୍ତି । ଯାହାର ୧୦୦ଟି ଭୁଲ ହୋଇଯିବ ସେ ତାକୁ ଘରୁ ବାହାର କରିଦିଅନ୍ତି । ସେହି ନିୟମ ପାଇଁ ସେ ତାଙ୍କର ସାନ ଭାଇ(ଜୀବନ ପଣ୍ଡା)କୁ ତା'ର ପତ୍ନୀ ସ‌ହିତ ଘରୁ ବାହାର କରିଦେଇଥିଲେ । ତାଙ୍କ ଘରେ ତାଙ୍କର ଦୁଇ ପୁଅ । ବଡ଼ ପୁଅର ବୟସ ହୋଇଗଲାଣି, ହେଲେ ବାହାଘର ହୋଇପାରୁନି । ଝିଅ ଏବଂ ଜ୍ୱାଇଁ ମଧ୍ୟ ତାଙ୍କ ଘରେ ରହୁଥିଲେ । ସେମାନଙ୍କର ଗୋଟିଏ ପୁଅ ।
 
ସଞ୍ଜୁ ଆଗରେ କୌଣସି ଭୁଲ ଦେଖାଗଲେ, ସେ ସେଠାରେ ଝଗଡ଼ା ମଧ୍ୟ କରିବାକୁ ପଛାଏ ନାହିଁ । ସେହି ଝଗଡ଼ାର ହିସାବ ତା' ବାପା ରଖୁଥିଲେ । ଇତି ମଧ୍ୟରେ ଏ ୯୯ଟି ଭୁଲ କରିସାରିଲାଣି । ଆଉ ମାତ୍ର ଗୋଟିଏ ଭୁଲ କଲେ, ତାକୁ ଘର ଛାଡ଼ିବାକୁ ପଡ଼ିବ । ସେଥିପାଇଁ ତା' ମାଆ([[ପୁଷ୍ପା ପଣ୍ଡା]]) ସବୁବେଳେ ଚିନ୍ତାରେ ରହୁଥିଲା । ସେହି ସମୟରେ ମନ୍ଦିରରେ ସଞ୍ଜୁ ଗୋଟିଏ ଝିଅକୁ ଦେଖିଲା, ଯାହାର ମୁହଁ ଦେଖି ନ ଥିଲା । କେବଳ ତା'ର ଗୋଡ଼ର ଟାଟୁ([[ଚିତା]]) ଦେଖିକି ତାକୁ ପସନ୍ଦ କରିଥିଲା ଏବଂ ମନେ ମନେ ଭଲ ପାଇ ବସିଥିଲା । ସେ ଝିଅଟି ହେଉଛି ରାଣୀ([[ଏଲିନା ସାମନ୍ତାରାୟସାମନ୍ତରାୟ]]) । ସଞ୍ଜୁ ଗୋଟିଏ ଗୁଣ୍ଡାକୁ ମାରୁଥିବା ବେଳେ ରାଣୀ ମନ୍ଦିରକୁ ନେଇଯାଉଥିବା ନଡ଼ିଆକୁ ନେଇ ସେ ଗୁଣ୍ଡାକୁ ମାରିଥିଲା ଏବଂ ସେଠାରେ ସେ ସଞ୍ଜୁକୁ ଗୋଟିଏ ଗୁଣ୍ଡା ବୋଲି ଭାବିଲା ।
 
ଏହା ପରେ ସଞ୍ଜୁ ମନ୍ଦିରରେ ପ୍ରବଚନ ଦେଉଥିବାର ରାଣୀ ଶୁଣିଲା ଏବଂ ସେ ମଧ୍ୟ ତା'ର ମୁହଁ ନ ଦେଖି ତାକୁ ଭଲପାଇ ବସିଥିଲା । ଅନ୍ୟ ଏକ ଦିନରେ ସଞ୍ଜୁ ସେହି ଟାଟୁ ଥିବା ଝିଅକୁ ଦେଖିବା ପାଇଁ ମନ୍ଦିରକୁ ଯାଇଥିଲା କିନ୍ତୁ ତାକୁ ପାଇଲାନି । ସେହି ସମୟରେ ରାଣୀ ମଧ୍ୟ ମନ୍ଦିରକୁ ଯାଇଥିଲା ଏବଂ ସଞ୍ଜୁ ଗୋଟିଏ ଅନ୍ଧୁଣୀ ଭିକ୍ଷୁକ‌କୁ ୧୦୦ଟଙ୍କା ଦେଲା ଏବଂ ସେଠାରେ ଗୋଟିଏ କାର୍ଡ଼ବୋର୍ଡ଼ରେ କିଛି ଲେଖିଦେଇଆସିଲା । ଏହି ଲେଖାକୁ ଦେଖି ସଞ୍ଜୁ ପ୍ରତିର ରଣୀର ଭଲ ପାଇବା ଆହୁରି ବଢ଼ିଗଲା, ମାତ୍ର ସେ ତା'ର ମୁହଁ ଦେଖିପାରିନଥିଲା ।