"ଲଭ୍ ଷ୍ଟେସନ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
'''ଲଭ୍ ଷ୍ଟେସନ''' ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଛି।ହୋଇଛି । ୧୨ ଘଣ୍ଟାର ଯାତ୍ରା ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ [[ବାବୁଶାନ୍]], [[ଏଲିନା ସାମନ୍ତରାୟ]] ଓ ହାସ୍ୟ ଅଭିନେତା [[ପପୁ ପମ ପମ]]ଙ୍କୁ ଦେଖିବାକୁ ମିଳିଛି । [[ଅଭିଜିତ ମଜୁମଦାର]]ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ଗୁଡିକ ନିର୍ମାଣ ହୋଇଛି ।<ref>{{cite news|title=ମୁକ୍ତିଲାଭ କଲା ତିନୋଟି ଓଡିଆ ସିନେମା, ଆରମ୍ଭ ହେଲା ତ୍ରିମୁଖୀ ଲଢେଇ|url=http://odishanews360.com/odisha/details?mallId=5&jobId=7581&type=ENTERTAINMENT|accessdate=21 August 2016|newspaper=Odisha News 360|date=12 June 2016}}</ref>
 
{{Infobox film
୧୪ କ ଧାଡ଼ି:
| based on =
| narrator =
| starring = [[ବାବୁଶାନ୍]], [[ଏଲିନା ସାମନ୍ତରାୟ]], [[ପପୁ ପମ ପମ]], [[ମିହିର ଦାସ]], [[ପୁଷ୍ପା ପଣ୍ଡା]]
| music = [[ଅଭିଜିତ ମଜୁମଦାର]]
| cinematography =
୨୯ କ ଧାଡ଼ି:
 
==ଅଭିନୟ==
#[[ବାବୁଶାନ୍]]- ସଞ୍ଜୁ
#[[ଏଲିନା ସାମନ୍ତରାୟ]]- ରାଣୀ
#[[ପପୁ ପମ ପମ]]- ପ‌ପୁ
#[[ମିହିର ଦାସ]]- ସଞ୍ଜୁର ବାପା
#[[ପୁଷ୍ପା ପଣ୍ଡା]]- ସଞ୍ଜୁର ମାଆ
#ସଲିଲ ମିତ୍ର- ଜଗନ୍ନାଥ
#ଜୀବନ ପଣ୍ଡା- ସଞ୍ଜୁର ଦାଦା
#[[ମୀନ‌କେତନ]]- ଅତିଥୀ କଳାକାର
==କାହାଣୀ==
ସଞ୍ଜୁ([[ବାବୁଶାନ୍]]) ଘରର ସାନ ପୁଅ । ତା' ବାପା([[ମିହିର ଦାସ]]) ଜଣେ ଅବସରପ୍ରାପ୍ତ ଶିକ୍ଷକ । ସେ ତାଙ୍କ ନିୟମରେ ସବୁବେଳେ ବନ୍ଧା । ତାଙ୍କୁ କେବେ କୌଣସି ଭୁଲ ପସନ୍ଦ ନୁହେଁ । ସେଥିପାଇଁ ସେ ତାଙ୍କ ଘର ଲୋକଙ୍କର ଭୁଲର ହିସାବ ରଖିଥାନ୍ତି । ଯାହାର ୧୦୦ଟି ଭୁଲ ହୋଇଯିବ ସେ ତାକୁ ଘରୁ ବାହାର କରିଦିଅନ୍ତି । ସେହି ନିୟମ ପାଇଁ ସେ ତାଙ୍କର ସାନ ଭାଇ(ଜୀବନ ପଣ୍ଡା)କୁ ତା'ର ପତ୍ନୀ ସ‌ହିତ ଘରୁ ବାହାର କରିଦେଇଥିଲେ । ତାଙ୍କ ଘରେ ତାଙ୍କର ଦୁଇ ପୁଅ । ବଡ଼ ପୁଅର ବୟସ ହୋଇଗଲାଣି, ହେଲେ ବାହାଘର ହୋଇପାରୁନି । ଝିଅ ଏବଂ ଜ୍ୱାଇଁ ମଧ୍ୟ ତାଙ୍କ ଘରେ ରହୁଥିଲେ । ସେମାନଙ୍କର ଗୋଟିଏ ପୁଅ ।
 
ସଞ୍ଜୁ ଆଗରେ କୌଣସି ଭୁଲ ଦେଖାଗଲେ, ସେ ସେଠାରେ ଝଗଡ଼ା ମଧ୍ୟ କରିବାକୁ ପଛାଏ ନାହିଁ । ସେହି ଝଗଡ଼ାର ହିସାବ ତା' ବାପା ରଖୁଥିଲେ । ଇତି ମଧ୍ୟରେ ଏ ୯୯ଟି ଭୁଲ କରିସାରିଲାଣି । ଆଉ ମାତ୍ର ଗୋଟିଏ ଭୁଲ କଲେ, ତାକୁ ଘର ଛାଡ଼ିବାକୁ ପଡ଼ିବ । ସେଥିପାଇଁ ତା' ମାଆ([[ପୁଷ୍ପା ପଣ୍ଡା]]) ସବୁବେଳେ ଚିନ୍ତାରେ ରହୁଥିଲା । ସେହି ସମୟରେ ମନ୍ଦିରରେ ସଞ୍ଜୁ ଗୋଟିଏ ଝିଅକୁ ଦେଖିଲା, ଯାହାର ମୁହଁ ଦେଖି ନ ଥିଲା । କେବଳ ତା'ର ଗୋଡ଼ର ଟାଟୁ([[ଚିତା]]) ଦେଖିକି ତାକୁ ପସନ୍ଦ କରିଥିଲା ଏବଂ ମନେ ମନେ ଭଲ ପାଇ ବସିଥିଲା । ସେ ଝିଅଟି ହେଉଛି ରାଣୀ([[ଏଲିନା ସାମନ୍ତାରାୟ]]) । ସଞ୍ଜୁ ଗୋଟିଏ ଗୁଣ୍ଡାକୁ ମାରୁଥିବା ବେଳେ ରାଣୀ ମନ୍ଦିରକୁ ନେଇଯାଉଥିବା ନଡ଼ିଆକୁ ନେଇ ସେ ଗୁଣ୍ଡାକୁ ମାରିଥିଲା ଏବଂ ସେଠାରେ ସେ ସଞ୍ଜୁକୁ ଗୋଟିଏ ଗୁଣ୍ଡା ବୋଲି ଭାବିଲା ।
 
ଏହା ପରେ ସଞ୍ଜୁ ମନ୍ଦିରରେ ପ୍ରବଚନ ଦେଉଥିବାର ରାଣୀ ଶୁଣିଲା ଏବଂ ସେ ମଧ୍ୟ ତା'ର ମୁହଁ ନ ଦେଖି ତାକୁ ଭଲପାଇ ବସିଥିଲା । ଅନ୍ୟ ଏକ ଦିନରେ ସଞ୍ଜୁ ସେହି ଟାଟୁ ଥିବା ଝିଅକୁ ଦେଖିବା ପାଇଁ ମନ୍ଦିରକୁ ଯାଇଥିଲା କିନ୍ତୁ ତାକୁ ପାଇଲାନି । ସେହି ସମୟରେ ରାଣୀ ମଧ୍ୟ ମନ୍ଦିରକୁ ଯାଇଥିଲା ଏବଂ ସଞ୍ଜୁ ଗୋଟିଏ ଅନ୍ଧୁଣୀ ଭିକ୍ଷୁକ‌କୁ ୧୦୦ଟଙ୍କା ଦେଲା ଏବଂ ସେଠାରେ ଗୋଟିଏ କାର୍ଡ଼ବୋର୍ଡ଼ରେ କିଛି ଲେଖିଦେଇଆସିଲା । ଏହି ଲେଖାକୁ ଦେଖି ସଞ୍ଜୁ ପ୍ରତିର ରଣୀର ଭଲ ପାଇବା ଆହୁରି ବଢ଼ିଗଲା, ମାତ୍ର ସେ ତା'ର ମୁହଁ ଦେଖିପାରିନଥିଲା ।
 
ସଞ୍ଜୁର ବଡ଼ଭାଇର ବାହାଘର ପାଇଁ ତା' ପରିବାରର ସମସ୍ତଙ୍କୁ [[ପୁରୀ]] ଯିବାକୁ ପଡ଼ିଲା । ସଞ୍ଜୁକୁ ଛାଡ଼ି ଘରର ସମସ୍ତେ ଗୋଟିଏ ଟ୍ରେନର ଗୋଟିଏ ବଗିରେ ଥିଲେ ହେଲେ ସଞ୍ଜୁ ଗୋଟିଏ ଅଲଗା ବଗିର ଥିଲା । ଷ୍ଟେସନରେ ସଞ୍ଜୁ ଗୋଟିଏ ଝଗଡ଼ାକୁ ସମାଧାନ କରିବାକୁ ଯାଇ ସେ ଟ୍ରେନ ଛାଡ଼ିଦେଲା । ରାଣୀ ମଧ୍ୟ ସେହି ସେହି ଟ୍ରେନରେ ତା' ଘର ପୁରୀକୁ ଯାଉଥିଲା । ସେ ମଧ୍ୟ ଟ୍ରେନ ଛାଡ଼ିଦେଇଥିଲା । ଏହା ପରେ ସଞ୍ଜୁ ଏବଂ ରାଣୀ କେତେବେଳେ ଅଟୋରେ ତ କେତେବେଳେ ବସ କିମ୍ବା କାର୍‌ରେ ଯାଇ ବିଭିନ୍ନ ଷ୍ଟେସନରେ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ । ମାତ୍ର ସେମାନେ ପ‌ହଞ୍ଚିପାରୁନଥିଲେ । ସଞ୍ଜୁର ଭୟ ଥିଲା କି ଏହି ଭୁଲ ବିଷୟରେ ଜାଣିଲେ ତା ବାପା ତାକୁ ଘରୁ ବାହାର କରିଦେବେ ।
 
ସେଦିନ ରାତିରେ ରାଣୀ ଏବଂ ସଞ୍ଜୁ ଟ୍ରେନ ଧରିବା ପାଇଁ ଚେଷ୍ଟା କରୁଥିବା ଭିତରେ ସେମାନେ ଉଭୟ ଉଭୟଙ୍କୁ ଜାଣିଲେ ଏବଂ ସେମାନେ ସେମାନଙ୍କର ପ୍ରେମ କଥା କ‌ହିଲେ । ଏହିଭଳି ଭାବରେ ସେମାନେ ଯାଇ ଷ୍ଟେସନରେ ବସିଥିଲେ ଟ୍ରେନ ଧରିବା ପାଇଁ । କିନ୍ତୁ ଟ୍ରେନ ଆସିବା ଆଗରୁ ସେଠାରେ ଦୁଇ ପ୍ରେମୀଯୁଗଳଙ୍କୁ କିଛି ଲୋକ ଗୋଡ଼ାଉଥିବାର ଦେଖି ସଞ୍ଜୁ ସେମାନଙ୍କୁ ରକ୍ଷା କରି ନେଇ ମନ୍ଦିରରେ ବିବାହ କରିଦେଲା । ଏହା ପରେ ସେମାନେ ସଞ୍ଜୁର ଦାଦାଙ୍କୁ ଭେଟିଲେ ଏବଂ ତା' ଦାଦା ତାଙ୍କୁ ନିଜ ଗାଡ଼ିରେ ନେଇ ସଞ୍ଜୁକୁ ଷ୍ଟେସନରେ ପ‌ହଞ୍ଚାଇଦେଲା ଏବଂ ରାଣୀକୁ ତାଙ୍କ ଘରେ ଛାଡ଼ିଲା ।
 
ଟ୍ରେନ ପ‌ହଞ୍ଚିଲାବେଳକୁ ସଞ୍ଜୁ ସେତେବେଳକୁ ଟ୍ରେନରେ ନିଜ ସ୍ଥାନରେ ଶୋଇ ପଡ଼ିଥିଲା ଏବଂ ତା'ର ଘର ଲୋକ କିଛି ଜାଣି ପାରିଲେ ନାହିଁ । ଏହା ପରେ ସେମାନେ ବରଯାତ୍ରୀ ଧରି ବାହାଘର ପାଇଁ ଝିଅ ଘର ଘରେ ପ‌ହଞ୍ଚିଲେ । ରାଣୀ ମଧ୍ୟ ସେହି ବାହାଘରକୁ ଆସିଥିଲା ଏବଂ ସଞ୍ଜୁର ପରିବାର ଲୋକମାନଙ୍କ ସ‌ହ ଦେଖାହେଲା । ସେଠାରେ ଜଣା ପଡ଼ିଲା କି ତାଙ୍କ ଝିଅ ତା'ର ପ୍ରେମି ସ‌ହ ପଳେଇଯାଇଛି । ସଞ୍ଜୁ ବାହାଘର କରେଇ ଦେଇଥିବା ଝିଅଟି ହେଉଛି ସେହି ଝିଅ । ଏହି କଥା ଜାଣିବା ପରେ ସଞ୍ଜୁକୁ ତା ବାପା ଘରୁ ବାହାର କରିଦେବା କଥା କ‌ହିଲେ ଏହା ଶୁଣି ତା'ର ସମସ୍ତ ଘର ଲୋକ ମଧ୍ୟ ସଞ୍ଜୁ ସ‌ହ ଘର ଛାଡ଼ି ପଳାଇଯିବାକୁ ବାହାରିଲେ । ସମସ୍ତ ପରିବାର ଲୋକ ଘର ଛାଡ଼ି ଯାଉଥିବାରୁ ସଞ୍ଜୁର ବାପା ମଧ୍ୟ ତାଙ୍କ ନିୟମର ପରିବର୍ତ୍ତନ କଲେ ଏବଂ ଭୁଲର ସଂଖ୍ୟା ୧୦୦ରୁ ୧୦୦୦କୁ ଘୁଞ୍ଜେଇଲେ । ଏହା ପରେ ରାଣୀ ସ‌ହ ସଞ୍ଜୁର ବିବାହ ହେଲା ।
 
==ଗୀତ ଏବଂ ସଙ୍ଗୀତ==