"ହିନ୍ଦୁ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୮ କ ଧାଡ଼ି:
'''୧୦୮''' ହେଉଛି ଏକ ସଂଖ୍ୟା । କିନ୍ତୁ ହିନ୍ଦୁ ସଂସ୍କୃତିରେ ବ୍ୟବ‌ହୃତ ହେଉଥିବା ବିଭିନ୍ନ ଧର୍ମ ସମ୍ବନ୍ଧୀୟ ଉପକରଣରେ ୧୦୮ ସଂଖ୍ୟାର ବ‌ହୁଳ ବ୍ୟବ‌ହାର ଦେଖିବାକୁ ମିଳିଥାଏ । [[ଜପ ମାଳି]]ରେ ୧୦୮ଟି ମାଳି ଥାଏ । ବିଭିନ୍ନ ପୂଜାରେ ୧୦୮ଟି ନଡ଼ିଆ ହେଉ ବା ୧୦୮ଟି [[ବେଲ]] ପତ୍ର ହେଉ, ଏହିପରି ୧୦୮ଟି ପୂଜା ସାମଗ୍ରୀ ହିନ୍ଦୁ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ । ତେଣୁ ଦେଖିବାକୁ ଗଲେ ହିନ୍ଦୁ ଧର୍ମରେ ୧୦୮ ସଂଖ୍ୟାର ଗଭୀର ମାହାତ୍ମ୍ୟ ରହିଛି । ଏହି ସଂଖ୍ୟାଟି ହିନ୍ଦୁ ଧର୍ମ, ରୀତିନୀତି ଓ ପରମ୍ପରାରେ ଏକ ପବିତ୍ର ସଂଖ୍ୟା ରୂପେ ବିବେଚିତ ହୁଏ ।
 
ନିମ୍ନରେ ୧୦୮ର ବ୍ୟବ‌ହାର ଓ ମାହାତ୍ମ୍ୟ ସମ୍ପର୍କରେ ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଛି ।
* [[ସୂର୍ଯ୍ୟ]]ର ବ୍ୟାସ [[ପୃଥିବୀ]]ର ବ୍ୟାସଠାରୁ ୧୦୮ଗୁଣ ଅଧିକ । ପୃଥିବୀଠାରୁ ସୂର୍ଯ୍ୟର ଦୂରତା ସୂର୍ଯ୍ୟର ବ୍ୟାସର ୧୦୮ଗୁଣ ।
* ପୃଥିବୀଠାରୁ [[ଚନ୍ଦ୍ର]]ର ହାରାହାରି ଦୂରତା ଚନ୍ଦ୍ରର ବ୍ୟାସର ୧୦୮ଗୁଣ ।
* [[ଆୟୁର୍ବେଦ]]ରେ ୧୦୮ଟି ମର୍ମ ବିନ୍ଦୁର ବର୍ଣ୍ଣନା କରାଯାଇଛି । ଜୀବମାନ‌ଙ୍କ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଜୀବନୀ ଶକ୍ତି ଏହି ବିନ୍ଦୁମାନ‌ଙ୍କରେ ସଂରକ୍ଷିତ ହୋଇ ରହିଥାଏ ।
* ଶ୍ରୀ ଚକ୍ର ଯନ୍ତ୍ରରେ ୫୪ଟି ଛେଦ ବିନ୍ଦୁ ଅଛି ଓ ପ୍ରତ୍ୟେକ ଛେଦ ବିନ୍ଦୁ ସ‌ହ ପୁରୁଷତ୍ୱ ଗୁଣ ଓ ନାରୀତ୍ୱ ଗୁଣ ସମ୍ପୃକ୍ତ । ତେଣୁ ଏଥିରେ ସମୁଦାୟ ୧୦୮ (୫୪ × ୨)ଟି ବିନ୍ଦୁ ଅଛି ।
* ଭାରତୀୟ [[ଜ୍ୟୋତିଷ ବିଦ୍ୟା]]ରେ ବ୍ୟବ‌ହାର ହେଉଥିବା [[କୁଣ୍ଡଳୀ]]ରେ ୧୨ଟି ଘର ଓ ୯ଟି ଗ୍ରହ ଥାଏ । ୧୨ରେ ୯ ଗୁଣିଲେ ୧୦୮ ହୁଏ ।
* [[ତନ୍ତ୍ର]] ଶାସ୍ତ୍ର ଅନୁସାରେ [[ମଣିଷ]] ପ୍ରତିଦିନ ୨୧,୬୦୦ଥର ନିଃଶ୍ୱାସ-ପ୍ରଶ୍ୱାସ ଗ୍ରହଣ କରିଥାଏ । ଏଥିମଧ୍ୟରୁ ୧୦,୮୦୦ଟି ସୌର ଶକ୍ତି (Solar energy) ଓ ୧୦,୮୦୦ଟି ଚାନ୍ଦ୍ର ଶକ୍ତି (Lunar energy) । ୧୦୮ରେ ୧୦୦ ଗୁଣିଲେ ୧୦,୮୦୦ ହୋଇଥାଏ ।
 
== ଆଧାର ==