"ବେଁହଟା, ଜଗନ୍ନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
ଏହି ଜଗନ୍ନାଥ ମନ୍ଦିର [[ଉତ୍ତର ପ୍ରଦେଶ]]ର [[କାନପୁର]]ସହର ଜନପଦରୁ ଆହୁରି ଭିତରକୁ ବିକାଶଖଣ୍ଡ ମୁଖ୍ୟାଳୟରୁ ତିନି କିଲୋମିଟର ଦୂର ବେହେଁଟା ଗ୍ରାମରେ ଅବସ୍ଥିତ । ସ୍ଥାନୀୟ ଅଧିବାସୀ ଏହାକୁ ଠାକୁରଜୀ ବାବା ବୋଲି ମାନିଥାନ୍ତି । ଏହା Rain Temple ନାମରେ ବେଶ ଜଣାଶୁଣା ।<ref>http://m.timesofindia.com/city/kanpur/This-temple-is-said-to-predict-how-good-the-monsoon-will-be/articleshow/52440080.cms</ref>
 
 
==ରହସ୍ୟ ଘେରରେ ମନ୍ଦିର==
==ଚର୍ଚ୍ଚିତ==
ବର୍ଷା ହେବା ପୂର୍ବରୁ ଏହି ମନ୍ଦିର ଛାତରୁ ପାଣି ଗଳେ । ଲୋକମାନେ ଏହାକୁ ଭଗବାନ [[ଜଗନ୍ନାଥ]]ଙ୍କ ଆଶୀର୍ବାଦ ମାନିଥାନ୍ତି । ସେମାନଙ୍କ କହିବା ମୁତାବିକ ଭଗବାନ ଜଗନ୍ନାଥ ଅତି କୃପାଳୁ ଅଟନ୍ତି । ସେ ନିଜ ଭକ୍ତମାନଙ୍କୁ ଏହି ସୂଚନା ଦେଇ ସଚେତ କରିଥାଆନ୍ତି ଯାହା ଫଳରେ କୃଷକମାନେ ଚାଷବାସ ସମ୍ବନ୍ଧୀୟ ସଜବାଜ କରିବାରେ ସୁବିଧା ହୁଏ । କିନ୍ତୁ ଏପରି ଚମତ୍କାର କିପରି ହୁଏ ଏହା ସମସ୍ତଙ୍କୁ ଅଗୋଚର ।
 
୯ କ ଧାଡ଼ି:
ବିଶ୍ଵାସ କରାଯାଏ ଯେ ମନ୍ଦିରର ଗର୍ଭଗୃହର ଛାତରେ ଚମତ୍କାରୀ ଋତୁଚକ୍ରୀ ପଥର ଖଚିତ ହୋଇଛି ଯାହା ଫଳରେ ବର୍ଷା ଆଗମନର ଏକ ସପ୍ତାହ ପୂର୍ବରୁ ଏଥିରୁ ପାଣି ବୁନ୍ଦା ଝରିଥାଏ । ଆଉ ସବୁଠୁ ବଡ଼ ଆଶ୍ଚର୍ୟ କଥା ହେଉଛି ଏଥିରୁ ଝରୁଥିବା ପାଣି ଠିକ ବର୍ଷା ବୁନ୍ଦା ଭଳି । କେବଳ ଏତିକି ନୁହେଁ ଯେଉଁଦିନ ବର୍ଷା ହୁଏ ସେଇଦିନ ଏହି ପାଣି ଝରିବା ବନ୍ଦ ହୋଇଯାଏ । ଏହା ଜାଣି ଏଠାରେ ପୂଜା କରୁଥିବା ପୂଜାରୀ [[ବର୍ଷା]] ଆଗମନର ସୂଚନା ଗ୍ରାମବାସୀଙ୍କୁ ଦେଇଥାନ୍ତି ।<ref>http://www.bhubaneswarbuzz.com/updates/odia-articles/odiapost-kanpur-jagannath-temple-predicts-rain</ref>
 
ସ୍ବତଃ ପାଣି ଗଳିବା ରହସ୍ୟ ସର୍ବେକ୍ଷଣ ପରେ ମଧ୍ୟ ସନ୍ଧାନ ମିଳିନାହିଁ । ମନ୍ଦିର ପୂଜାରୀ ଦିନେଶ ଶୁକ୍ଲାଙ୍କ ମତରେ ଅନେକ ଥର ପ୍ରତ୍ନତତ୍ତ୍ଵ ବିଭାଗ ଅଧିକାରୀ, [[ଆଇଆଇଟି]] ବୈଜ୍ଞାନିକ ଏବଂ ବହୁ ପୁରୁଣା ବୈଜ୍ଞାନିକ ଏହାର ରହସ୍ୟ ଭେଦ କରିବାକୁ ଅସମର୍ଥ ହୋଇଛନ୍ତି ।
== ଇତିହାସ ଓ କିମ୍ବଦନ୍ତୀ==
କିଛି ସର୍ବେକ୍ଷଣରୁ ଦାବୀ ହୋଇଛି ଯେ ଏହି ମନ୍ଦିର ୧୧ ଶ ଶତାବ୍ଦୀରେ ନିର୍ମାଣ ହୋଇଛି । ଏହାର କେତେଥର ପୁନରୁଦ୍ଧାର ହୋଇଛି ତାହାର କୌଣସି ହିସାବ ବା ତଥ୍ୟ ନାହିଁ । ଏହି ମନ୍ଦିର ବାବଦରେ ଅନେକ ମତ ପ୍ରକାଶ ପାଏ । କେହି କୁହନ୍ତି ଏହି ମନ୍ଦିର ଏକ ବୌଦ୍ଧ ମଠ ସଦୃଶ ଅଟେ ଯାହାକୁ [[ଅଶୋକ]] ନିର୍ମାଣ କରିଥାଇ ପାରନ୍ତି । କାନ୍ଥରେ ଚିତ୍ରିତ [[ମୟୁର]] ଏବଂ [[ଚକ୍ର]] ଚିହ୍ନ ଦେଖି ଅନେକ କୁହନ୍ତି ଏହି ମନ୍ଦିର ଚକ୍ରବର୍ତ୍ତୀ ସମ୍ରାଟ [[ହର୍ଷବର୍ଦ୍ଧନ]]ଙ୍କ ସମୟରେ ସ୍ଥାପିତ ହୋଇଥାଇ ପାରେ । ଏହି ଗ୍ରାମରେ ରହୁଥିବା ବୃଦ୍ଧ କୁହନ୍ତି ସେମାନଙ୍କ ପୂର୍ବ ପୁରୁଷ ସେମାନଙ୍କୁ ଅନେକ ପୁରାଣିକ କଥା କହି ଯାଇଛନ୍ତି । ସେମାନଙ୍କ ଅନୁସାରେ ଯେବେ ଭଗବନ ହନୁମାନ ସୂର୍ଯ୍ୟକୁ ଗିଳି ବାହାର କରିଥିଲେ ଏହି ମନ୍ଦିର ସ୍ବତଃ ତିଆରି ହୋଇଥିଲା । ଆହୁରି ମଧ୍ୟ ବିଶ୍ଵାସ ଅଛି ଭଗବାନ [[ରାମ]] ଏହି ମନ୍ଦିରକୁ ପରିଦର୍ଶନ କରିଥିଲେ ।<ref>http://topyaps.com/jagannath-temple-predicts-rain</ref>