"ଦିଲ୍ଲୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନାମକରଣ
୭୮ କ ଧାଡ଼ି:
 
===ନାମକରଣ===
ରାଜଧାନୀ ଦିଲ୍ଲୀର ନାମକରଣ କିପରି ହୋଇଥିଲା, ତାହାର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉନ୍ମୋଚନ ହୋଇନାହିଁ । ଗବେଷକମାନେ ଏ ନେଇ ଭିନ୍ନ ଭିନ୍ନ ମତ ଦିଅନ୍ତି । ସ‌ହସ୍ରବର୍ଷ ପୂର୍ବେ ପ୍ରତିଷ୍ଠିତ ଏହି ସ‌ହରର ପୂରାନାମ ''ଇନ୍ଦ୍ରପ୍ରସ୍ଥ'' ଥିଲା । ଏହା ପଞ୍ଚୁପାଣ୍ଡବ ([[ଯୁଧିଷ୍ଠିର]], [[ଭୀମ]], [[ଅର୍ଜୁନ]], [[ନ‌କୁଳ]] ଓ [[ସ‌ହଦେବ]])ଙ୍କ ରାଜଧାନୀ ଥିଲା । ତେବେ ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୫୦ ବେଳକୁ ଜନୈକ ରାଜା '''ଧିଲୁ''' ଏଠାରେ ଶାସନ କରୁଥିଲେ । ତାଙ୍କ ନାମକୁ ଅପଭ୍ରଂଶ କରାଯାଇ ଏହି ସ୍ଥାନର ନାମ ''ଦିଲ୍ଲୀ'' ରଖାଯାଇଛି । ଅନ୍ୟ କେତେକ ଐତିହାସିକଙ୍କ ମତରେ, ତୋମର ବଂଶର ରାଜା '''ଧବ''' ତାଙ୍କ କିଲ୍ଲା ଭିତରର ଢିଲା ଲୁହା ଖମ୍ବ କାରଣରୁ ଏହି ସ୍ଥାନର ନାମ ''ଢିଲୀ'' ରଖିଦେଇଥିଲେ । ପରବର୍ତ୍ତୀ ସମୟରେ ତାହା ଅପଭ୍ରଂଶ ହୋଇ ''ଦିଲ୍ଲୀ'' ନାମକରଣ ହୋଇଛି । ମହାରାଜା '''[[ପୃଥ୍ୱୀରାଜ ଚୌହାନ]]'''ଙ୍କ ଶାସନ ସମୟରେ ଏହି ସ୍ଥାନର ନାମ ''ଦିଲ୍ଲୀ'' ରଖାଯାଇଥିଲା ବୋଲି [[ଉଜ୍ଜୟିନୀ]]ର ଜନୈକ ଗବେଷକ ପ୍ରକାଶ କରିଛନ୍ତି । ତାଙ୍କ କ‌ହିବା ଅନୁସାରେ, ପୃଥ୍ୱୀରାଜ ଚୌହାନ ଦିଲ୍ଲୀର ଶେଷ [[ହିନ୍ଦୁ]] ଶାସକ ଥିଲେ । ତାଙ୍କ ରାଜପରିଷଦର ଜଣେ ମୁଖ୍ୟ କର୍ମକର୍ତ୍ତା ''ଦିଲ୍ଲୀ'' ନାମ ରଖିଥିବା ଅନୁମେୟ ।<ref>{{cite news|last=ଦିଲ୍ଲୀ|first=ନାମକରଣ|title=ଦିଲ୍ଲୀ ନାମକରଣର ରହସ୍ୟ|accessdate=23 July 2016|newspaper=ସମାଜ|date=23 July 2016}}</ref>
 
== ଆଧାର ==
"https://or.wikipedia.org/wiki/ଦିଲ୍ଲୀ"ରୁ ଅଣାଯାଇଅଛି