"ସ୍ନେହସାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି
୧୮ କ ଧାଡ଼ି:
 
===ଉତ୍ପାଦିତ ସ୍ନେହସାର (Derived Lipid)===
ଏହା ସ୍ନେହସାରର [[ଜଳ ଅପଘଟନ]] (Hydrolysis) ଦ୍ୱାରା ଉତ୍ପନ୍ନ ହୋଇଥାଏ । [[ଷ୍ଟିର‌ଏଡ୍]] (Steroid), [[କ୍ୟାରୋଟିନେଡ୍କ୍ୟାରୋଟିନଏଡ୍]] (Carotenoid) ଓ ଅତ୍ୟାବଶ୍ୟକୀୟ ତୈଳ (Essential oil) ପ୍ରଭୃତି ଏହି ବର୍ଗର ଅନ୍ତର୍ଭୁକ୍ତ ।
 
ଷ୍ଟିର‌ଏଡ୍ ଅଣୁରେ ଅଙ୍ଗାରକ ଅଣୁଗୁଡ଼ିକ ଚକ୍ରାକାର (Ring)ରେ ସଜ୍ଜିତ ହୋଇ ପରସ୍ପର ସ‌ହ ସଂଲଗ୍ନ ହୋଇ ରହିଥାନ୍ତି । ଏଥିରେ ଏହିପରି ୪ଟି ସଂରଚନା ଥାଏ । ଏଥିମଧ୍ୟରୁ ୩ଟି ୬-ଅଙ୍ଗାରକ ଅଣୁ ବିଶିଷ୍ଟ ଓ ଚତୁର୍ଥଟି ୫-ଅଙ୍ଗାରକ ଅଣୁ ବିଶିଷ୍ଟ ଅଣୁ ଅଟେ । ଏହି ଚକ୍ରମାନ‌ଙ୍କ ସ‌ହ ସଂଯୋଜିତ ଅନ୍ୟାନ୍ୟ ଅଣୁର ପ୍ରକାର ଭେଦରୁ ବିଭିନ୍ନ ପ୍ରକାରର ଷ୍ଟିର‌ଏଡ୍ ଉତ୍ପନ୍ନ ହୋଇଥାଏ । ଜୈବିକ ଷ୍ଟିର‌ଏଡ୍ ଅଣୁ ମଧ୍ୟରେ [[କୋଲେଷ୍ଟ୍ରଲ୍‌]] (Cholesterol) ଓ [[ପିତ୍ତଲବଣ]] (Bile salt) ପ୍ରଧାନ । ଏହି ଶ୍ରେଣୀ ଅନ୍ତର୍ଗତ ପୁରୁଷ ଓ ସ୍ତ୍ରୀମାନ‌ଙ୍କ ଶରୀରରୁ ନିର୍ଗତ ଲିଙ୍ଗୀୟ [[ହର୍‌ମୋନ୍]] ଓ ଅଧିବୃକ‌କ୍ (Adrenal) ଗ୍ରନ୍ଥିରୁ କ୍ଷରିତ ହର୍‌ମୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଲେଷ୍ଟ୍ରଲ୍‌ ପ୍ରାଣୀମାନ‌ଙ୍କ ଶରୀରରେ ଅଧିକ ପରିମାଣରେ ଥାଏ ଏବଂ ଏହାର ପରିମାଣ [[ରକ୍ତ]]ରେ ଅଧିକ ହେଲେ ଏହା [[ଧମନୀ]] ଓ [[ଶିରା]]ରେ ଜମାହୋଇ ସେମାନ‌ଙ୍କ ମଧ୍ୟରେ ଥିବା ପଥକୁ ସଙ୍କୁଚିତ କରିଦିଏ । ଫଳରେ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ କୋଲେଷ୍ଟ୍ରଲ୍‌‌ରୁ [[ପ୍ରୋଜେଷ୍ଟିରନ୍]], [[ଟେଷ୍ଟୋଷ୍ଟିରନ୍]], [[ଏଷ୍ଟ୍ରୋଡିୟଲ୍]] ଓ [[କର୍ଟିସଲ୍]] ଭଳି ଅନ୍ୟାନ୍ୟ ହର୍‌ମୋନ୍ ତିଆରି ହୋଇଥାଏ ।
"https://or.wikipedia.org/wiki/ସ୍ନେହସାର"ରୁ ଅଣାଯାଇଅଛି