"ସ୍ନେହସାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର ଯୋଡ଼ାଗଲା
ଛବି
୧ କ ଧାଡ଼ି:
[[File:Common lipids lmaps.png|thumb|right|450px|କେତେକ ଜଣାଶୁଣା ସ୍ନେହସାରର ଆଣବିକ ସଂରଚନା: [[କୋଲେଷ୍ଟ୍ରଲ୍]] (ଉପରୁ ପ୍ରଥମ), [[ଓଲେଇକ୍ ଏସିଡ୍]] (ଉପରୁ ଦ୍ୱିତୀୟ), [[ଓଲିଏଟ୍]], [[ଷ୍ଟିଅରେଟ୍]] ଓ [[ପାଲ୍‌ମିଟେଟ୍]] ଚେନ୍ ଏକ [[ଗ୍ଲିସେରୋଲ୍]] ବ୍ୟାକ୍‌ବୋନ୍ ସ‌ହ ସଂଯୁକ୍ତ ହୋଇ ତିଆରି ହୋଇଥିବା ଏକ [[ଟ୍ରାଇଗ୍ଲିସେରାଇଡ୍]] (ଉପରୁ ତୃତୀୟ) ଏବଂ [[ଫସ୍‌ଫଟିଡାଇକୋଲିନ୍]] (ଉପରୁ ଚତୁର୍ଥ), ଯାହାକି ଏକ ଜଣାଶୁଣା [[ଫସ୍‌ଫୋଲିପିଡ୍]] ।]]
 
'''ସ୍ନେହସାର (Lipid)''' ଏକ ଚର୍ବି କିମ୍ବା ତୈଳଜାତୀୟ ପଦାର୍ଥ ଅଟେ । ଏହା ବିବିଧଶ୍ରେଣୀୟ [[ଯୌଗିକ]] ଜୈବ ଅଣୁ । ଏହା [[ଜଳ]]ରେ ଅଦ୍ରବଣୀୟ । କିନ୍ତୁ [[ଇଥର]] (Ether), [[ଇଥାନଲ]] (Ethanol) ଓ [[ବେଞ୍ଜିନ୍]] (Benzene) ଭଳି ଜୈବ ଦ୍ରାବକରେ ଏଗୁଡ଼ିକ ସ‌ହଜରେ ଦ୍ରବୀଭୂତ ହୋଇଥାନ୍ତି । [[ଶ୍ୱେତସାର]] ପରି ସ୍ନେହସାର ମଧ୍ୟ [[ଅଙ୍ଗାରକ]], [[ଉଦ୍‌ଜାନ]] ଓ [[ଅମ୍ଳଜାନ]] [[ଅଣୁ]] ଦ୍ୱାରା ଗଠିତ । କେତେକ ସ୍ନେହସାରରେ [[ଯବକ୍ଷାରଜାନ]], [[ଗନ୍ଧକ]] ତ‌ଥା [[ଫସ୍‌ଫରସ|ଫସଫରସ୍]] ଅଣୁ ସଂଯୋଜିତ ହୋଇ ରହିଥାଏ । ସ୍ନେହସାର ଉଭୟ [[ଉଦ୍ଭିଦ]] ଓ [[ପ୍ରାଣୀ]] ଶରୀରରେ ଗଚ୍ଛିତ ହୋଇ ରହିଥାଏ । ଏହା [[କୋଷିକା|କୋଷ]] ଆବରଣର ଗାଠନିକ ଉପାଦାନ ଅଟେ । ଏହା ବ୍ୟତୀତ [[ରାଶି]], [[ଚିନାବାଦାମ]] ଓ ବିଭିନ୍ନ ପ୍ରକାରର ଫଳରେ ଏବଂ ପ୍ରାଣୀମାନ‌ଙ୍କର ମେଦତନ୍ତୁ, [[ଅସ୍ଥିମଜ୍ଜା]] ଓ ସ୍ନାୟୁତନ୍ତୁରେ ମଧ୍ୟ ସ୍ନେହସାର ଗଚ୍ଛିତ ହୋଇରହିଥାଏ ।<ref>{{cite book|last=ଦଶମ ଶ୍ରେଣୀ|first=ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ଇଚ୍ଛାଧୀନ)|title=ଅଣୁ ଜୀବବିଜ୍ଞାନ|publisher=ମାଧ୍ୟମିକ ଶିକ୍ଷା ପରିଷଦ|location=ଓଡ଼ିଶା|pages=157-158}}</ref>
 
"https://or.wikipedia.org/wiki/ସ୍ନେହସାର"ରୁ ଅଣାଯାଇଅଛି