"ରମାଦେବୀ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୫ କ ଧାଡ଼ି:
୧୯୫୮ ମସିହା ଏପ୍ରିଲ ୨୯ ସ୍ୱାମୀ ଗୋପବନ୍ଧୁଙ୍କ ମୃତ୍ୟୁ ରମାଦେବୀଙ୍କୁ ନିଃସଙ୍ଗ କରିଦେଲା । ୧୯୬୨ ଚୀନ୍ ଭାରତ ଯୁଦ୍ଧ ସମୟରେ ନିଜେ ସେବାଦଳ ଧରି ଦୁର୍ଦ୍ଦିନରେ ପଡ଼ିଥିବା ଭାରତୀୟ ଜବାନମାନଙ୍କୁ ସେବା ସହ ସାହସ ପ୍ରଦାନ କରିଥିଲେ । [[ଇନ୍ଦିରା ଗାନ୍ଧୀ]]ଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଜରୁରିକାଳୀନ ପରିସ୍ଥିତିର ଦୃଢ଼ ମୁକାବିଲା କରିଥିଲେ ଜୟପ୍ରକାଶ ନାରାୟଣ । ରମାଦେବୀ ଭାରତୀୟ ଗଣତନ୍ତ୍ରର ମାନ ରକ୍ଷା ଲାଗି ଜୟପ୍ରକାଶଜୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ କରାଇଥିଲେ । ୧୪୪ଧାରା ଜାରି ସତ୍ତ୍ଵେ ସମାବେଶର ଅଗ୍ରଭାଗରେ ରମାଦେବୀଙ୍କୁ ଦେଖି ପ୍ରଶାସନ ପଛଘୁଞ୍ଚା ଦେଇଥିଲା । ବହୁ ଜନନାୟକ ଜେଲ୍ ଗଲେ, ମାତ୍ର ମା' ରମାଦେବୀଙ୍କୁ ଗିରଫ କରିବାକୁ କେହି ସାହସ କରି ନଥିଲେ ।
==ମୃତ୍ୟୁ==
ରମାଦେବୀ ୧୯୮୫ ମସିହା ଜୁଲାଇ ୨୨ଦିନ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ବିଶ୍ୱମ୍ଭରନାଥ ପାଣ୍ଡେ କାନ୍ଦ କାନ୍ଦ ହୋଇ କହିଥିଲେ- "ସେ kebala ଓଡ଼ିଆ ଜାତିର ମା' ନଥିଲେ, ମୋର ମଧ୍ୟ ମା' ଥିଲେ' । କୌଣସି ଉଚ୍ଚ ପଦବୀରେ ନଥାଇ ମଧ୍ୟ ତାଙ୍କ ପାଇଁ ରାଷ୍ଟ୍ରୀୟ ମର୍ଯ୍ୟାଦା ମିଳିଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୁଖାଗ୍ନି ଦେଇଥିଲେ ପୁତ୍ର ମନମୋହନ । ତାଙ୍କ ସ୍ମରଣରେ ଏକ ତଟରକ୍ଷୀ ଜାହାଜର ନାମ ମା' ରମାଦେବୀ ରଖାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଏକ ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ଦେଇଛି । ସମର୍ପିତ ସେବା ଲାଗି ମିଳିଛି ସମ୍ମାନଜନକ "ଯମୁନାଲାଲ ବାଜାଜ' ପୁରସ୍କାର । <ref>{{cite web |title=Jamnalal Bajaj Awards Archive |url=http://www.jamnalalbajajfoundation.org/awards/archives/2010 |date= |publisher=[[Jamnalal Bajaj Foundation]]}}</ref><ref name="CouncilSangh1982">{{cite book|author1=British Empire Leprosy Relief Association. Indian Council|author2=Hind Kusht Nivaran Sangh|title=Leprosy in India|url=http://books.google.com/books?id=UlU2AAAAIAAJ|accessdate=22 April 2011|date=1 January 1982|publisher=Hind Kusht Nivaran Sangh}}. ''JAMNALAL BAJAJ AWARDS, 1981 The Jamnalal Bajaj Awards are given every year for outstanding contributions in any one or more ... Award III was awarded to Smt. Ramadevi Gopabandhu Choudhuri ofCuttackfor her outstanding contribution to the ...''</ref>
 
== ଆଧାର ==