"ମାଟିର ମଣିଷ (ଉପନ୍ୟାସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
{{ତିଆରି ଚାଲିଛି}}{{about|ଉପନ୍ୟାସ|କଥାଚିତ୍ର ପାଇଁ|ମାଟିର ମଣିଷ}}
{{Infobox Book
<!-- |italic title = (see above) -->
| followed_by =
}}
'''ମାଟିର ମଣିଷ''', [[କାଳିନ୍ଦୀ ଚରଣ ପାଣିଗ୍ରାହୀ]]ଙ୍କ ରଚିତ ଏକ ଉପନ୍ୟାସ ଅଟେ । ୧୯୩୧ ମସିହାରେ ଏହି ଉପନ୍ୟାସଟିର ପ୍ରଥମ ମୁଦ୍ରଣ କରଯାଇଥିଲା ଏବଂ ୧୯୭୬ ସୁଦ୍ଧା ଏହା ବତିଶ ଥର ମୁଦ୍ରିତ ହୋଇଥିଲା । ୧୯୭୬ ପରଠାରୁ ଦୀର୍ଘ ତିନି ଦଶନ୍ଧି ଧରି ଏହାର ପୁନଃମୁଦ୍ରଣ ହୋଇପାରିନଥିଲା । ପରେ ୨୦୦୪ ମସିହାରେ କାଳିନ୍ଦୀଚରଣଙ୍କ ପୁତ୍ର ତୁଷାରରଞ୍ଜନ ପାଣିଗ୍ରାହୀଙ୍କ ଅନୁମତି କ୍ରମେ ଏହାର ଏକ ସଚିତ୍ର ସଂସ୍କରଣ ପ୍ରକାଶିତ ହେଲା । ଏଥିରେ ସିଲହୋଏଟ୍ ଧରଣର ଚିତ୍ର ସ୍ଥାନ ପାଇଛି (ଏହି ଧରଣର ଛବିରେ ରଙ୍ଗ ବା ବସ୍ତୁର ବହୁଳତା ନଥାଏ) । ମାଟିର ମଣିଷ ଉପନ୍ୟାସ ପାଇଁ ଗୋପାଳ ଚରଣ କାନୁନ୍‌ଗୋ ଏହି ଚିତ୍ର ଗୁଡ଼ିକ ଆଙ୍କିଥିଲେ ।<ref>ମାଟିର ମଣିଷ, ୨୦୦୪ ସଂସ୍କରଣ, 'ବ୍ୟଥା ଓ ଆନନ୍ଦର ବାର୍ତ୍ତା', 'ଛବି କଥା'</ref>
 
== ବଂଶାବଳୀ ଓ ଚରିତ୍ର ==
== ସଂକ୍ଷିପ୍ତ କାହାଣୀ ==
ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ଓ ଛକଡ଼ି । ବରଜୁ ବିବାହିତ, ୪ଟି ସନ୍ତାନ-ସନ୍ତତିର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିର ବିବାହ ନେତ୍ରମଣି ସହିତ ହୋଇଥିଲା କିନ୍ତୁ ସେମାନଙ୍କର କିଛି ସନ୍ତାନ ସନ୍ତତି ନଥିଲେ । ପଧାନ ବୁଢା ଓ ବୁଢୀର ମୃତ୍ୟୁ ପରେ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କଲା । ମାମଲତକାର ହରି ମିଶ୍ର ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଇଥିଲେ, କାରଣ ବରଜୁର ଗାଁ ଭଲମନ୍ଦରେ ନିଷ୍ପତ୍ତି ଯୋଗୁଁ ତାଙ୍କର ମାମଲାତକାରୀ ବ୍ୟବସାୟ ବାଧାପ୍ରାପ୍ତ ହେଉଥିଲା । ନେତ୍ରମଣି ବି ଛକଡ଼ିକୁ ଭିନ୍ନେ ହାଣ୍ଡି କରିବାପାଇଁ ଖୁଣ୍ଟା ଦେଉଥିଲେ । ଛକଡ଼ି କିନ୍ତୁ ବରଜୁକୁ ଏକଥା କହିବା ପାଇଁ ଡରୁଥିଲା । ପଧାନ ବୁଢା ମଲା ବେଳେ ବରଜୁକୁ କହିଯାଇଥିଲା, ଭିନ୍ନେ ନହେବାପାଇଁ, ଘରେ ପାଚେରି ନଉଠେଇବା ପାଇଁ । ବରଜୁ ବହୁକଷ୍ଟରେ ହାରାବୋଉକୁ (ତା' ସ୍ତ୍ରୀ) କୁ ଝଗଡା ନକରିବାପାଇଁ ବୁଝେଇବାରେ ସକ୍ଷମ ହୋଇଥିଲେ ବି ନେତ୍ରମଣି ଅଲଗା ହେବାପାଇଁ ଜିଦ ଧରିଥିଲା । ଛକଡ଼ି, ହରି ମିଶ୍ରର ସାହାଯ୍ୟ ନେଇ ଭିନ୍ନେ ହେବା ପାଇଁ ବାହାରିଲା । ଶେଷରେ ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲିଗଲା । ଉପନ୍ୟାସ ଶେଷରେ ଛକଡ଼ି ପୁରୁଣା ଦିନ ସବୁକୁ ଝୁରିଛି ଓ ବରଜୁ ସହ ଯିବା ପାଇଁ ବାହାରିଛି ।
 
== ଆଧାର ==
{{ଆଧାର}}
 
[[ଶ୍ରେଣୀ:ଓଡ଼ିଆ ଉପନ୍ୟାସ]]