"ଫକୀର ମୋହନ ସେନାପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 171.161.160.10 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Shraddhanandaଙ୍କ ଦେଇ କରାଯାଇଥି...
୨୧ କ ଧାଡ଼ି:
୧୪ ଜାନୁଆରୀ ୧୮୪୩ ରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗ୍ରାମର ଏକ ଖଣ୍ଡାୟତ ପରିବାରରେ ଫକୀରମୋହନଙ୍କ ଜନ୍ମ । ତାଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ମୃତ୍ୟୁ ଘଟିଲା । ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ସେନାପତି ମଧ୍ୟ ଈହଧାମ ତ୍ୟାଗ କରିଥିଲେ । ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ତାଙ୍କର ଜେଜେମା’ ସମ୍ଭାଳିଥିଲେ ।
 
ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେମାଜେଜେ ତାଙ୍କୁ ବାଲେସୋରଫକୀରମାନଙ୍କ ପାଖକୁ ଭୁଜାଖିଆନେଇଯାଉଥିଲେ ପିରଙ୍କ ପାଖରେସେହି ମାନସିକଫକୀରମାନଙ୍କ ରଖିଥିଲେ।ସମ୍ମାନାର୍ଥେ ମାନସିକତାଙ୍କ ଜୋଗୁ ବ୍ରଜମୋହନ ଫକିର ହୋଈ ଭିକ ମାଗିଥିଲେ ଆଉ ପିର ବାବାଙ୍କ ଆସବାଦ ରୁଜେଜେମା’ ତାଙ୍କ ଦେହ ଭଲ ହବାରୁ ବ୍ରଜମୋହନନାଁ ପାଲଟୀବଦଳାଇ ଥିଲେକରିଦେଲେ ଫକୀରମୋହନ ।
 
ମା‍ଇନର୍ ପାଶ୍ କଲା ପରେ ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟାଧ୍ୟୟନ ଜାରି ରଖିଥିଲେ । ତେବେ ଆର୍ଥିକ ଦୁରବସ୍ଥା ଯୋଗୁଁ ପାଠପଢ଼ା ତ୍ୟାଗ କରି ସେହି ବାରବାଟୀ ସ୍କୁଲରେ ତାଙ୍କୁ ମାସିକ ୨.୫୦ ଟଙ୍କା ଦରମାରେ ଶିକ୍ଷକ ଚାକିରୀ କରିବାକୁ ହୋ‍ଇଥିଲା । ବାଲେଶ୍ୱର କଲେକ୍ଟରେଟ୍‌ରେ କିଛି କାଳ ପାଇଁ ସେ କିରାଣୀ ଚାକିରି କରିଥିଲେ । ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ ୧୮୭୧ ଯାଏଁ ଶିକ୍ଷକତା କରିଥିଲେ ।