"ଫାଷ୍ଟ ଏଡ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଅଧିକ ତ‌ଥ୍ୟ ଦିଆଗଲା
୩୦ କ ଧାଡ଼ି:
* '''ଆରୋଗ୍ୟ ସ‌ହାୟତା''' ('''Promote recovery'''): କ୍ଷତ ସ୍ଥାନରେ ଡ୍ରେସିଙ୍ଗ ଦେଇ ବା ହାଡ଼ ଭାଙ୍ଗିଥିଲେ ଏକ ସାହାଯ୍ୟକାରୀ ପ୍ଲାଷ୍ଟର ଦେଇ ଆରୋଗ୍ୟ କରିବାରେ ସାହାଯ୍ୟ କରିବା ଏହାର ଲକ୍ଷ ।
 
== ପ୍ରଶିକ୍ଷଣ ==
[[File:Suicide-prague.jpg|thumb|ଫାଷ୍ଟ ଏଡ୍ ପ୍ରଶିକ୍ଷଣର ଅଗ୍ରଗତି]]
ଜୀବନରେ ଆଡ‌ହେସିଭ୍ ବ୍ୟାଣ୍ଡେଜ ବ୍ୟବ‌ହାର ବା ରକ୍ତସ୍ରାବ ସ୍ଥାନରେ ଚାପ ପ୍ରୟୋଗ ଭଳି କେତେକ ମୌଳିକ କର୍ମ ବୟସ ଅନୁସାରେ ମନୁଷ୍ୟର ଶିକ୍ଷା ହୋଇଯାଏ । ପ୍ରଭାବଶାଳୀ ଜୀବନ ରକ୍ଷାକାରୀ ଫାଷ୍ଟ ଏଡ୍ ଦେବା ନିମନ୍ତେ ଉପ‌ଯୁକ୍ତ ଶିକ୍ଷା ଓ ବ୍ୟବ‌ହାରିକ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ଆବଶ୍ୟକ । ସାଂଘାତିକ ରୋଗ ଓ ଆଘାତ ନିମନ୍ତେ ଏହି ପ୍ରଶିକ୍ଷଣ ଏକାନ୍ତ ଆବଶ୍ୟକ । ଆପତ୍ କାଳୀନ ଅବସ୍ଥା ଉପୁଜିବା ପୂର୍ବରୁ ପ୍ରଶିକ୍ଷଣ ଅଧିକ ଉପକାରୀ ହୁଏ ଓ ଅନେକ ଦେଶମାନଙ୍କରେ ଫୋନରେ ଆମ୍ବୁଲାନ୍ସ ଆସିବା ନିମନ୍ତେ ଫୋନ କରିବା ସମୟରେ ଏହାର ଦାୟିତ୍ୱରେ ଥିବା ଲୋକ ଗାଡ଼ି ପଠେଇବା ପୂର୍ବରୁ ଫୋନ ମାଧ୍ୟମରେ ମୌଳିକ ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ।
 
ପାଠ୍ୟକ୍ରମ ପ୍ରଶିକ୍ଷଣ ପରେ ସାର୍ଟିଫିକେଟ ଦିଆଯାଏ । ଫାଷ୍ଟ ଏଡ୍ ପଦ୍ଧତିରେ ନୁଆ ନୁଆ ତ‌ଥ୍ୟ ଆବିଷ୍କାର ଯୋଗୁ ପ୍ରଶିକ୍ଷିତ ଲୋକଙ୍କୁ ପୁନଃ ପ୍ରଶିକ୍ଷଣ ଆବଶ୍ୟକ ହୁଏ ଓ ନୂଆ ସାର୍ଟିଫିକେଟ ଦିଆଯାଏ । ରେଡ କ୍ରସ ଓ ସେଣ୍ଟ ଜନ୍ ଆମ୍ବୁଲାନ୍ସ ସଂସ୍ଥା ବ୍ୟତୀତ କେତେକ ବ୍ୟବସାୟିକ ସଂସ୍ଥା ଏହି ଫାଷ୍ଟ ଏଡ୍ ପ୍ରଶିକ୍ଷଣ କିଛି ମୂଲ୍ୟ ବିନିମୟରେ ଦିଅନ୍ତି । କର୍ମସ୍ଥଳୀରେ କର୍ମଚାରୀମାନଙ୍କୁ ଫାଷ୍ଟ ଏଡ୍ ଶିକ୍ଷା ଦେବା ଅତି ସାଧାରଣ କଥା ।