"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି
୨୬ କ ଧାଡ଼ି:
:* '''host :''' ଏହା ଏକ ରେଜିଷ୍ଟର୍ଡ଼୍ ହୋଇଥିବା [[ହୋଷ୍ଟ୍ ନେମ୍]] ବା [[ସର୍ଭର୍]]‌ର ନାମ କିମ୍ବା ଏକ [[IP ଆଡ୍ରେସ୍]]‌କୁ ନେଇ ଗଠିତ । ଏଠାରେ IP ଆଡ୍ରେସ୍‌ଟି [[IPv4]] ଆଡ୍ରେସ୍ ହୋଇଥିଲେ ଏହାକୁ [[ଡଟେଡ୍-ଡେସିମାଲ୍ ନୋଟେସନ୍]]‌ରେ ଲେଖାଯାଇଥାଏ ଏବଂ [[IPv6]] ଆଡ୍ରେସ୍ ହୋଇଥିଲେ ଏହାକୁ ବର୍ଗ ବନ୍ଧନୀ (<code>[ ]</code>) ଭିତରେ ରଖିବା ବାଧ୍ୟତାମୂଳକ ହୋଇଥାଏ । ଏହି ହୋଷ୍ଟ୍ ନେମ୍‌କୁ [[ଡୋମେନ୍ ନେମ୍]] ମଧ୍ୟ କୁହାଯାଏ । [[କ୍ଲାଇଣ୍ଟ୍]] କେଉଁ ୱେବ୍ ସର୍ଭର୍‌କୁ [[ରିକ୍ୱେଷ୍ଟ୍]] ପଠାଉଛି, ତାହା ଏହି ଡୋମେନ୍ ନେମ୍‌ରୁ ହିଁ ଜଣାପଡ଼ିଥାଏ । ଏଠାରେ ଡୋମେନ୍ ନେମ୍ ବଦଳରେ ସିଧାସଳଖ ସର୍ଭର୍‌ଟିର IP ଆଡ୍ରେସ୍ ମଧ୍ୟ ବ୍ୟବ‌ହାର କରାଯାଇପାରେ । କିନ୍ତୁ ଅନେକଗୁଡ଼ିଏ ୱେବ୍ ସର୍ଭର୍‌ର IP ଆଡ୍ରେସ୍‌କୁ ମନେ ରଖି, ସେଗୁଡ଼ିକୁ URLରେ ବାରମ୍ବାର ବ୍ୟବ‌ହାର କରିବା ଏକ କଷ୍ଟସାଧ୍ୟ କାମ ହୋଇଥିବାରୁ ସାଧାରଣତଃ ଡୋମେନ୍ ନେମ୍‌କୁ ହିଁ URLଗୁଡ଼ିକରେ ବ୍ୟବ‌ହାର କରାଯାଇଥାଏ ।<ref name=Anatomy_MDN>{{cite web|last=Developer Network|first=Mozilla|title=Anatomy of URL|url=https://developer.mozilla.org/en-US/Learn/Common_questions/What_is_a_URL|accessdate=9 June 2016}}</ref>
:* '''port ନମ୍ବର :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା ଏକ କଲୋନ୍ ଚିହ୍ନ (<code>''':'''</code>) ଦ୍ୱାରା ହୋଷ୍ଟ୍ ନେମ୍ ଠାରୁ ଅଲଗା ହୋଇଥାଏ । URLରେ ଦିଆଯାଇଥିବା ୱେବ୍ ସର୍ଭର୍‌ରୁ ଆବଶ୍ୟକୀୟ ସମ୍ବଳକୁ (ଫାଇଲ୍, ଡାଟା ଇତ୍ୟାଦି) ବ୍ୟବ‌ହାର କରିବା ପାଇଁ ବ୍ୟବ‌ହୃତ ଟେକ୍ନିକାଲ୍ [[ଗେଟ୍]]‌କୁ ଏହି port ନମ୍ବର ଦର୍ଶାଇଥାଏ । ଦିଆଯାଇଥିବା ସର୍ଭର୍‌ଟି ନିଜ ସମ୍ବଳ ରିକ୍ୱେଷ୍ଟ୍ କରିଥିବା କ୍ଲାଇଣ୍ଟ୍ ଦ୍ୱାରା ବ୍ୟବ‌ହୃତ ହୋଇପାରିବ ବୋଲି ସ୍ୱୀକୃତି ପ୍ରଦାନ କରିବା ପାଇଁ <code>http</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ (Standard port) ବ୍ୟବ‌ହାର କରୁଥିଲେ, URLର ଏହି ଭାଗଟି ଉହ୍ୟ ରହେ । ଅନ୍ୟ ଅମସ୍ତ କ୍ଷେତ୍ରରେ ଏହି ଭାଗଟି ବାଧ୍ୟତାମୂଳକ ଅଟେ । <code>http</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ ନମ୍ବର ୮୦ ହୋଇଥିବା ବେଳେ <code>https</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ ନମ୍ବର ୪୪୩ ଅଟେ ।<ref name=Anatomy_MDN />
[[File:URL Path.png|thumb|600px|550px450px|ଗୋଲ୍ ବୁଲାଯାଇଥିବା ଅଂଶଟି ଏହି ପୃଷ୍ଠାଟିର path ଅଟେ ।]]
* '''path :''' ଏହା ପଦାନୁକ୍ରମିକ (Hierarchical form) ଭାବେ ସଜାହୋଇଥିବା କେତେକ ତ‌ଥ୍ୟକୁ (Data) ନେଇ ଗଠିତ । ଏହି ତ‌ଥ୍ୟଗୁଡ଼ିକ ପରସ୍ପରଠାରୁ ସ୍ଲାଶ୍ ଚିହ୍ନ (<code>/</code>) ଦ୍ୱାରା ଅଲଗା ହୋଇଥାନ୍ତି । ଏହି ଭାଗଟି ସାଧାରଣତଃ ଏକ [[ଫାଇଲ୍ ସିଷ୍ଟମ୍ ପାଥ୍]]‌କୁ ଦର୍ଶାଇଥାଏ । pathଟି ଏକ ସ୍ଲାଶ୍ ଚିହ୍ନରୁ (<code>/</code>) ଆରମ୍ଭ ହୋଇଥାଏ । କିନ୍ତୁ ଏହା ୨ଟି ସ୍ଲାଶ୍ ଚିହ୍ନରୁ (<code>/</code>) ଆରମ୍ଭ ହୋଇପାରିବ ନାହିଁ । ଏହି [[ପାଥ୍ ନେମ୍]] ୱେବ୍ ସର୍ଭର୍‌ରେ ଥିବା ସମ୍ବଳର ପାଥ୍‌କୁ ଦର୍ଶାଇଥାଏ । ଆଗରୁ ଏହି ପାଥ୍ ନେମ୍ କେବଳ ୱେବ୍ ସର୍ଭର୍‌ରେ ଥିବା କୌଣସି ଫିଜିକାଲ୍ ଫାଇଲ୍‌ର ସ୍ଥିତିକୁ ହିଁ ଦର୍ଶାଉଥିଲା । ମାତ୍ର ଏବେ ଅଧିକାଂଶ କ୍ଷେତ୍ରରେ ଏହା କୌଣସି ଫିଜିକାଲ୍ ଅସ୍ତିତ୍ତ୍ୱ ନ ଥିବା [[ଆବ୍‌ଷ୍ଟ୍ରାକ୍ସନ୍]]‌କୁ ଦର୍ଶାଉଛି ।<ref name=Anatomy_MDN />
[[File:URL Query.png|thumb|600px|550px|URL କ୍ୱେରୀ]]