"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୮ କ ଧାଡ଼ି:
:ଏହି query ହେଉଛି ୱେବ୍ ସର୍ଭର୍‌କୁ ଦିଆଯାଉଥିବା ଅତିରିକ୍ତ [[ପାରାମିଟର୍]] । ଏହାକୁ ବ୍ୟବ‌ହାର କରି ୱେବ୍ ସର୍ଭର୍ ରିକ୍ୱେଷ୍ଟ୍ କରାଯାଇଥିବା ଫାଇଲ୍‌ଟି ଦେବା ପୂର୍ବରୁ କିଛି ଅତିରିକ୍ତ କାର୍ଯ୍ୟ କରିଥାଏ । ପାରାମିଟର୍‌ଗୁଡ଼ିକୁ ନେଇ ପ୍ରତ୍ୟେକ ୱେବ୍ ସର୍ଭର୍‌ର ନିଜସ୍ୱ କିଛି ନିୟମ ଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ୱେବ୍ ସର୍ଭର୍ ପାରାମିଟର୍‌ଗୁଡ଼ିକୁ କିପରି ହ୍ୟାଣ୍ଡେଲ୍ କରୁଛି ତାହା ଜାଣିବା ପାଇଁ ସେହି ୱେବ୍ ସର୍ଭର୍‌ର ମାଲିକଙ୍କୁ (Owner) ପଚାରିବାକୁ ପଡ଼ିଥାଏ ।<ref name=Anatomy_MDN />
* '''fragment :''' ଏହି ଭାଗଟି URLର ପୂର୍ବବର୍ତ୍ତୀ ଭାଗଠାରୁ ଏକ ହାଶ୍ ଚିହ୍ନ (<code>'''#'''</code>) ଦ୍ୱାରା ଅଲଗା ହୋଇଥାଏ । ଏହି fragmentରେ ଏକ [[ଫ୍ରାଗ୍‌ମେଣ୍ଟ୍ ଆଇଡେଣ୍ଟିଫାୟର୍]] ଥାଏ । ଏହା ୱେବ୍ ସର୍ଭର୍‌ରେ ଥିବା ଏକ ସେକେଣ୍ଡାରୀ ସମ୍ବଳକୁ (Secondary resource), ଯଥା- URL ଦ୍ୱାରା ଚିହ୍ନଟ କରାଯାଇଥିବା କୌଣସି ପ୍ରସଙ୍ଗ ବା ଲେଖାର କୌଣସି ବିଭାଗର ଶୀର୍ଷକ (Heading), ଦର୍ଶାଇଥାଏ । ପ୍ରାଇମେରୀ ସମ୍ବଳଟି (Primary Resource) ଏକ [[HTML]] ଡକୁମେଣ୍ଟ୍ ହୋଇଥିଲେ, ଫ୍ରାଗ୍‌ମେଣ୍ଟ୍ କୌଣସି ନିର୍ଦ୍ଦିଷ୍ଟ ଏଲିମେଣ୍ଟ୍‌ର <code>id</code> ଆଟ୍ରିବ୍ୟୁଟ୍‌କୁ ଦର୍ଶାଇଥାଏ ଏବଂ [[ୱେବ୍ ବ୍ରାଉଜର୍]] ଏହି ଆଟ୍ରିବ୍ୟୁଟ୍‌କୁ ଦେଖାଇଥାଏ । ଅନ୍ୟ ଅର୍ଥରେ କ‌ହିଲେ ଫ୍ରାଗ୍‌ମେଣ୍ଟ୍ ଏକ ଉପସ୍ଥାପକ ଭଳି କାମକରିଥାଏ । ଏହା ରିକ୍ୱେଷ୍ଟ୍ କରାଯାଇଥିବା ସମ୍ବଳର ଏକ ବିଭାଗକୁ ଉପସ୍ଥାପନ କରିଥାଏ । ଏହି ଉପସ୍ଥାପକ ମୁଖ୍ୟ ସମ୍ବଳଟି ମଧ୍ୟରେ ଏକ [[ବୁକ୍‌ମାର୍କ୍]] ତିଆରି କରିଥାଏ, ଯାହା ୱେବ୍ ବ୍ରାଉଜର୍‌କୁ ସେହି ବୁକ୍‌ମାର୍କ୍ କରାଯାଇଥିବା ବିଭାଗକୁ ଯିବା ପାଇଁ ଦିଗ ସୂଚାଇଥାଏ । ତେଣୁ ଫ୍ରାଗ୍‌ମେଣ୍ଟ୍‌କୁ anchor ମଧ୍ୟ କୁହାଯାଏ । ତେବେ ଏହି ଫ୍ରାଗ୍‌ମେଣ୍ଟ୍‌କୁ କ୍ଲାଇଣ୍ଟ୍ ରିକ୍ୱେଷ୍ଟ୍‌ର ଏକ ଅଂଶ ଭାବରେ ସର୍ଭର୍‌କୁ ପଠାଯାଏ ନାହିଁ ।<ref name=Anatomy_MDN />
 
URLକୁ ଏକ ଡାକ ଠିକଣା ଭାବରେ ନିଆଯାଇପାରେ । ଏଠାରେ ''ପ୍ରୋଟୋକଲ୍'' ହେଉଛି ବ୍ୟବ‌ହାର କରିବାକୁ ଚାହୁଁଥିବା ଡାକ ସେବା, ''ଡୋମେନ୍ ନେମ୍'' ହେଉଛି ସ‌ହରର ନାମ ଏବଂ ''ପୋର୍ଟ୍'' ହେଉଛି ଜିପ୍ କୋଡ୍ ବା ପିନ୍ କୋଡ୍ । ଏଠାରେ ''ପାଥ୍'' ଚିଠି ପ‌ହଞ୍ଚିବାକୁ ଥିବା ବିଲ୍‌ଡିଙ୍ଗ୍‌କୁ ଦର୍ଶାଏ । ''କ୍ୱେରୀ'' କିଛି ଅତିରିକ୍ତ ତ‌ଥ୍ୟ, ଯଥା- ଆପାର୍ଟ୍‌ମେଣ୍ଟ୍ ନମ୍ବରକୁ ଦର୍ଶାଏ ଏବଂ ଶେଷରେ ''ଫ୍ରାଗ୍‌ମେଣ୍ଟ୍'' ଚିଠିର ପ୍ରକୃତ ଗ୍ରାହକ‌କୁ ଦର୍ଶାଇଥାଏ ।<ref name=Anatomy_MDN />
 
==ଆଧାର==