"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Rajmishra757 (ଆଲୋଚନା | ଅବଦାନ) |
Rajmishra757 (ଆଲୋଚନା | ଅବଦାନ) |
||
୧୫ କ ଧାଡ଼ି:
==ସିନ୍ଟାକ୍ସ୍==
URLର ସିନ୍ଟାକ୍ସ୍ ବା ଲିଖନ ଶୈଳୀ URIର ସିନ୍ଟାକ୍ସ୍ ସହିତ ପ୍ରାୟ ସମାନ । URIର ସିନ୍ଟାକ୍ସ୍ ନିମ୍ନରେ ଦିଆଗଲା—<br>
:'''<code>scheme:[//[user:password@]host[:port]][/]path[?query][#fragment]</code>'''
ଏଥିରେ ଥିବା ଅଂଶଗୁଡ଼ିକ ହେଲା :<br>
* '''scheme :''' ଏହା ଇଂରାଜୀ ଅକ୍ଷର, ଇଂରାଜୀ ସଂଖ୍ୟା ତଥା କିଛି ବିଶେଷ ସଙ୍କେତକୁ ନେଇ ଗଠିତ ଏକ ଧାଡ଼ି । ଏହା ଏକ ଇଂରାଜୀ ଅକ୍ଷରରୁ ଆରମ୍ଭ ହୋଇଥାଏ ଏବଂ ଏଥିରେ ଯେ କୌଣସି ସଂଖ୍ୟକ ଇଂରାଜୀ ସଂଖ୍ୟା, ଯୁକ୍ତ ଚିହ୍ନ (<code>'''+'''</code>), ପିରିୟଡ଼୍ (<code>'''.'''</code>) ଓ ହାଇଫେନ୍ (<code>'''-'''</code>) ରହିପାରେ । ଏହା କେସ୍ ସେନ୍ସିଟିଭ୍ ଅଟେ । ତେବେ ସାଧାରଣତଃ ଏଥିରେ ଲୋଅର୍ କେସ୍ ଅକ୍ଷର ହିଁ ବ୍ୟବହୃତ ହୋଇଥାଏ । ଏହାର ଶେଷରେ ଏକ କଲୋନ୍ ଚିହ୍ନ (<code>''':'''</code>) ଥାଏ । ମୁଖ୍ୟତଃ <code>http</code>, <code>https</code> (<code>http</code>ର ସୁରକ୍ଷିତ ଭର୍ସନ୍), <code>ftp</code>, <code>mailto</code>, <code>data</code> ଇତ୍ୟାଦି ପ୍ରୋଟୋକଲ୍ଗୁଡ଼ିକ scheme ଭାବରେ ବ୍ୟବହୃତ ହୋଇଥାଏ ।
* '''୨ଟି ସ୍ଲାଶ୍ (<code>//<code>) :''' ଏହା କେତେକ କ୍ଷେତ୍ରରେ ବାଧ୍ୟତାମୂଳକ ହୋଇଥିବା ବେଳେ ଏନ୍ୟ କେତେକ କ୍ଷେତ୍ରରେ ଏହାକୁ ଲେଖିବାର ଆବଶ୍ୟକତା ନ ଥାଏ । authority ଭାଗଟି (ନିମ୍ନରେ ବର୍ଣ୍ଣନା କରାଯାଇଥିବା) ଉହ୍ୟ ଥିଲେ path ଭାଗଟି <code>//</code> ଦ୍ୱାରା ଆରମ୍ଭ ହୋଇନଥାଏ ।
* '''authority :''' ଏହା ତିନିଟି ଅଂଶକୁ ନେଇ ଗଠିତ, ଯଥା—
:* '''authentication :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏଥିରେ ଗୋଟିଏ [[ୟୁଜର୍ ନେମ୍]] ('''user''') ଓ ତତ୍ସଂଲଗ୍ନ [[ପାସ୍ୱାର୍ଡ଼୍]]ଟି ('''password''') ଥାଏ । ଏହି ୟୁଜର୍ ନେମ୍ ଓ ପାସ୍ୱାର୍ଡ଼୍ ପରସ୍ପରଠାରୁ ଏକ କଲୋନ୍ ଚିହ୍ନ (<code>''':'''</code>) ଯୋଗେ ଅଲଗା ହୋଇଥାନ୍ତି । ଏହି authentication ଅଂଶର ଶେଷରେ ଏକ ଆଟ୍ ଚିହ୍ନ (<code>'''@'''</code>) ଥାଏ ।
:* '''host :''' ଏହା ଏକ ରେଜିଷ୍ଟର୍ଡ଼୍ ହୋଇଥିବା [[ହୋଷ୍ଟ୍ ନେମ୍]] ବା [[ସର୍ଭର୍]]ର ନାମ କିମ୍ବା ଏକ [[IP ଆଡ୍ରେସ୍]]କୁ ନେଇ ଗଠିତ । ଏଠାରେ IP ଆଡ୍ରେସ୍ଟି [[IPv4]] ଆଡ୍ରେସ୍ ହୋଇଥିଲେ ଏହାକୁ [[ଡଟେଡ୍-ଡେସିମାଲ୍ ନୋଟେସନ୍]]ରେ ଲେଖାଯାଇଥାଏ ଏବଂ [[IPv6]] ଆଡ୍ରେସ୍ ହୋଇଥିଲେ ଏହାକୁ ବର୍ଗ ବନ୍ଧନୀ (<code>[ ]</code>) ଭିତରେ ରଖିବା ବାଧ୍ୟତାମୂଳକ ହୋଇଥାଏ ।
:* '''port ନମ୍ବର :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା ଏକ କଲୋନ୍ ଚିହ୍ନ (<code>''':'''</code>) ଦ୍ୱାରା ହୋଷ୍ଟ୍ ନେମ୍ ଠାରୁ ଅଲଗା ହୋଇଥାଏ ।
* '''path :''' ଏହା ପଦାନୁକ୍ରମିକ (Hierarchical form) ଭାବେ ସଜାହୋଇଥିବା କେତେକ ତଥ୍ୟକୁ (Data) ନେଇ ଗଠିତ । ଏହି ତଥ୍ୟଗୁଡ଼ିକ ପରସ୍ପରଠାରୁ ସ୍ଲାଶ୍ ଚିହ୍ନ (<code>/</code>) ଦ୍ୱାରା ଅଲଗା ହୋଇଥାନ୍ତି । ଏହି ଭାଗଟି ସାଧାରଣତଃ ଏକ [[ଫାଇଲ୍ ସିଷ୍ଟମ୍ ପାଥ୍]]କୁ ଦର୍ଶାଇଥାଏ । pathଟି ଏକ ସ୍ଲାଶ୍ ଚିହ୍ନରୁ (<code>/</code>) ଆରମ୍ଭ ହୋଇଥାଏ । କିନ୍ତୁ ଏହା ୨ଟି ସ୍ଲାଶ୍ ଚିହ୍ନରୁ (<code>/</code>) ଆରମ୍ଭ ହୋଇପାରିବ ନାହିଁ । ଏହି [[ପାଥ୍ ନେମ୍]] ୱେବ୍ ସର୍ଭର୍ରେ ଥିବା ସମ୍ବଳର ପାଥ୍କୁ ଦର୍ଶାଇଥାଏ । ଆଗରୁ ଏହି ପାଥ୍ ନେମ୍ କେବଳ ୱେବ୍ ସର୍ଭର୍ରେ ଥିବା କୌଣସି ଫିଜିକାଲ୍ ଫାଇଲ୍ର ସ୍ଥିତିକୁ ହିଁ ଦର୍ଶାଉଥିଲା । ମାତ୍ର ଏବେ ଅଧିକାଂଶ କ୍ଷେତ୍ରରେ ଏହା କୌଣସି ଫିଜିକାଲ୍ ଅସ୍ତିତ୍ତ୍ୱ ନ ଥିବା [[ଆବ୍ଷ୍ଟ୍ରାକ୍ସନ୍]]କୁ ଦର୍ଶାଉଛି ।<ref name=Anatomy_MDN />
[[File:URL Query.png|thumb|500px|300px|URL କ୍ୱେରୀ]]
|