"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+ 7 categories using HotCat
୧୮ କ ଧାଡ଼ି:
ଏଥିରେ ଥିବା ଅଂଶଗୁଡ଼ିକ ହେଲା :<br>
* '''scheme :''' ଏହା ଇଂରାଜୀ ଅକ୍ଷର, ଇଂରାଜୀ ସଂଖ୍ୟା ତ‌ଥା କିଛି ବିଶେଷ ସଙ୍କେତକୁ ନେଇ ଗଠିତ ଏକ ଧାଡ଼ି । ଏହା ଏକ ଇଂରାଜୀ ଅକ୍ଷରରୁ ଆରମ୍ଭ ହୋଇଥାଏ ଏବଂ ଏଥିରେ ଯେ କୌଣସି ସଂଖ୍ୟକ ଇଂରାଜୀ ସଂଖ୍ୟା, ଯୁକ୍ତ ଚିହ୍ନ (<code>'''+'''</code>), ପିରିୟଡ଼୍ (<code>'''.'''</code>) ଓ ହାଇଫେନ୍ (<code>'''-'''</code>) ରହିପାରେ । ଏହା କେସ୍ ସେନ୍ସିଟିଭ୍ ଅଟେ । ତେବେ ସାଧାରଣତଃ ଏଥିରେ ଲୋଅର୍ କେସ୍ ଅକ୍ଷର ହିଁ ବ୍ୟବ‌ହୃତ ହୋଇଥାଏ । ଏହାର ଶେଷରେ ଏକ କଲୋନ୍ ଚିହ୍ନ (<code>''':'''</code>) ଥାଏ । ମୁଖ୍ୟତଃ <code>http</code>, <code>https</code> (<code>http</code>ର ସୁରକ୍ଷିତ ଭର୍ସନ୍), <code>ftp</code>, <code>mailto</code>, <code>data</code> ଇତ୍ୟାଦି ପ୍ରୋଟୋକଲ୍‌ଗୁଡ଼ିକ scheme ଭାବରେ ବ୍ୟବ‌ହୃତ ହୋଇଥାଏ ।<ref name=URL_syntax_wiki />
* '''୨ଟି ସ୍ଲାଶ୍ (<code>//<code>) :''' ଏହା କେତେକ କ୍ଷେତ୍ରରେ ବାଧ୍ୟତାମୂଳକ ହୋଇଥିବା ବେଳେ ଏନ୍ୟ କେତେକ କ୍ଷେତ୍ରରେ ଏହାକୁ ଲେଖିବାର ଆବଶ୍ୟକତା ନ ଥାଏ । authority ଭାଗଟି (ନିମ୍ନରେ ବର୍ଣ୍ଣନା କରାଯାଇଥିବା) ଉହ୍ୟ ଥିଲେ path ଭାଗଟି <code>//</code> ଦ୍ୱାରା ଆରମ୍ଭ ହୋଇନଥାଏ ।
* '''authority :''' ଏହା ତିନିଟି ଅଂଶକୁ ନେଇ ଗଠିତ, ଯଥା—
:* '''authentication :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏଥିରେ ଗୋଟିଏ [[ୟୁଜର୍ ନେମ୍]] ('''user''') ଓ ତ‌ତ୍‌ସଂଲଗ୍ନ [[ପାସ୍‌ୱାର୍ଡ଼୍‌]]ଟି ('''password''') ଥାଏ । ଏହି ୟୁଜର୍ ନେମ୍ ଓ ପାସ୍‌ୱାର୍ଡ଼୍ ପରସ୍ପରଠାରୁ ଏକ କଲୋନ୍ ଚିହ୍ନ (<code>''':'''</code>) ଯୋଗେ ଅଲଗା ହୋଇଥାନ୍ତି । ଏହି authentication ଅଂଶର ଶେଷରେ ଏକ ଆଟ୍ ଚିହ୍ନ (<code>'''@'''</code>) ଥାଏ ।<ref name=URL_syntax_wiki />
:* '''host :''' ଏହା ଏକ ରେଜିଷ୍ଟର୍ଡ଼୍ ହୋଇଥିବା [[ହୋଷ୍ଟ୍ ନେମ୍]] ବା [[ସର୍ଭର୍]]‌ର ନାମ କିମ୍ବା ଏକ [[IP ଆଡ୍ରେସ୍]]‌କୁ ନେଇ ଗଠିତ । ଏଠାରେ IP ଆଡ୍ରେସ୍‌ଟି [[IPv4]] ଆଡ୍ରେସ୍ ହୋଇଥିଲେ ଏହାକୁ [[ଡଟେଡ୍-ଡେସିମାଲ୍ ନୋଟେସନ୍]]‌ରେ ଲେଖାଯାଇଥାଏ ଏବଂ [[IPv6]] ଆଡ୍ରେସ୍ ହୋଇଥିଲେ ଏହାକୁ ବର୍ଗ ବନ୍ଧନୀ (<code>[ ]</code>) ଭିତରେ ରଖିବା ବାଧ୍ୟତାମୂଳକ ହୋଇଥାଏ ।<ref name=URL_syntax_wiki /> ଏହି ହୋଷ୍ଟ୍ ନେମ୍‌କୁ [[ଡୋମେନ୍ ନେମ୍]] ମଧ୍ୟ କୁହାଯାଏ । [[କ୍ଲାଇଣ୍ଟ୍]] କେଉଁ ୱେବ୍ ସର୍ଭର୍‌କୁ [[ରିକ୍ୱେଷ୍ଟ୍]] ପଠାଉଛି, ତାହା ଏହି ଡୋମେନ୍ ନେମ୍‌ରୁ ହିଁ ଜଣାପଡ଼ିଥାଏ । ଏଠାରେ ଡୋମେନ୍ ନେମ୍ ବଦଳରେ ସିଧାସଳଖ ସର୍ଭର୍‌ଟିର IP ଆଡ୍ରେସ୍ ମଧ୍ୟ ବ୍ୟବ‌ହାର କରାଯାଇପାରେ । କିନ୍ତୁ ଅନେକଗୁଡ଼ିଏ ୱେବ୍ ସର୍ଭର୍‌ର IP ଆଡ୍ରେସ୍‌କୁ ମନେ ରଖି, ସେଗୁଡ଼ିକୁ URLରେ ବାରମ୍ବାର ବ୍ୟବ‌ହାର କରିବା ଏକ କଷ୍ଟସାଧ୍ୟ କାମ ହୋଇଥିବାରୁ ସାଧାରଣତଃ ଡୋମେନ୍ ନେମ୍‌କୁ ହିଁ URLଗୁଡ଼ିକରେ ବ୍ୟବ‌ହାର କରାଯାଇଥାଏ ।<ref name=Anatomy_MDN>{{cite web|last=Developer Network|first=Mozilla|title=Anatomy of URL|url=https://developer.mozilla.org/en-US/Learn/Common_questions/What_is_a_URL|accessdate=9 June 2016}}</ref>
:* '''port ନମ୍ବର :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା ଏକ କଲୋନ୍ ଚିହ୍ନ (<code>''':'''</code>) ଦ୍ୱାରା ହୋଷ୍ଟ୍ ନେମ୍ ଠାରୁ ଅଲଗା ହୋଇଥାଏ ।<ref name=URL_syntax_wiki /> URLରେ ଦିଆଯାଇଥିବା ୱେବ୍ ସର୍ଭର୍‌ରୁ ଆବଶ୍ୟକୀୟ ସମ୍ବଳକୁ (ଫାଇଲ୍, ଡାଟା ଇତ୍ୟାଦି) ବ୍ୟବ‌ହାର କରିବା ପାଇଁ ବ୍ୟବ‌ହୃତ ଟେକ୍ନିକାଲ୍ [[ଗେଟ୍]]‌କୁ ଏହି port ନମ୍ବର ଦର୍ଶାଇଥାଏ । ଦିଆଯାଇଥିବା ସର୍ଭର୍‌ଟି ନିଜ ସମ୍ବଳ ରିକ୍ୱେଷ୍ଟ୍ କରିଥିବା କ୍ଲାଇଣ୍ଟ୍ ଦ୍ୱାରା ବ୍ୟବ‌ହୃତ ହୋଇପାରିବ ବୋଲି ସ୍ୱୀକୃତି ପ୍ରଦାନ କରିବା ପାଇଁ <code>http</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ (Standard port) ବ୍ୟବ‌ହାର କରୁଥିଲେ, URLର ଏହି ଭାଗଟି ଉହ୍ୟ ରହେ । ଅନ୍ୟ ଅମସ୍ତ କ୍ଷେତ୍ରରେ ଏହି ଭାଗଟି ବାଧ୍ୟତାମୂଳକ ଅଟେ । <code>http</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ ନମ୍ବର ୮୦ ହୋଇଥିବା ବେଳେ <code>https</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ ନମ୍ବର ୪୪୩ ଅଟେ ।<ref name=Anatomy_MDN />
 
==ଆଧାର==