"ଉତ୍କଳ ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Removing "Utkal-university.png", it has been deleted from Commons by Érico because: Copyright violation, found elsewhere on the web and unlikely to be own work.
No edit summary
୧୮ କ ଧାଡ଼ି:
}}
'''ଉତ୍କଳ ବିଶ୍ୱବିଦ୍ୟାଳୟ''' ଓଡ଼ିଶା ର ସର୍ବ ପୁରାତନ ତଥା [[ଭାରତ]]ର ସତରତମ ପୁରାତନ ବିଶ୍ୱବିଦ୍ୟାଳୟ ଅଟେ। ବାଣୀ ବିହାର ଭାବେ ପରିଚିତ ଏହାର ୩୯୯.୯ ଏକର ପରିମିତ ଏହାର ପରିସରଟି [[ଭୁବନେଶ୍ୱର]]ର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ଵ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟରେ ୨୭ଟି ସ୍ନାତକୋତ୍ତର ବିଭାଗ [[ବିଜ୍ଞାନ]], [[କଳା]] ଓ [[ବାଣିଜ୍ୟ]] କ୍ଷେତ୍ରରେ ଶିକ୍ଷାଦାନ କରୁଛନ୍ତି । ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷା ନିର୍ଦେଶାଳୟ, ଆଇନଶିକ୍ଷା ମହାବିଦ୍ୟାଳୟ ଓ ବହୁ ସେଲ୍ଫ ଫାଇନାନ୍ସ ବିଭାଗ ମଧ୍ୟ ଅଛି । ସମ୍ପ୍ରତି ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ପ୍ରାୟ ୩୦୦୦ରୁ ଅଧିକ ଛାତ୍ର ପଢୁଛନ୍ତି। ଗତ ଅଡ଼ଷଠି ବର୍ଷଧରି ବାଣୀବିହାର ଶିକ୍ଷା କ୍ଷେତ୍ରରେ ଯୋଗଦାନ କରିଆସୁଛି ।
[[ଫାFile:Utkal University Main Gate.jpg|300x300px|thumbnailthumb|ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟଦ୍ଵାର]]
 
[[ଫା|300x300px|thumbnail|ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟଦ୍ଵାର]]
== ଇତିହାସ ==
୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ସମୟରେ, [[ଓଡ଼ିଶା]]ରେ ବିଶ୍ୱବିଦ୍ୟାଳୟ ନଥିଲା । ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟବାସୀଙ୍କ ଆଶା ଓ ଆକାଙ୍କ୍ଷାକୁ ପୁରଣ କରିବା ନିମନ୍ତେ ୧୯୩୮ମସିହା ମାର୍ଚ୍ଚମାସ ୨ତାରିଖରେ [[ଓଡ଼ିଶା]]ର ତତ୍କାଳିନ ପ୍ରଧାନମନ୍ତ୍ରୀ [[ବିଶ୍ୱନାଥ ଦାସ]] ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଫଳସ୍ଵରୂପ ପଣ୍ଡିତ [[ନୀଳକଣ୍ଠ ଦାସ]]ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା । ଏହି କମିଟିର ସୁପାରିସକୁ ତତ୍କାଳିନ ଓଡ଼ିଶାର ପ୍ରଧାନମନ୍ତ୍ରୀ ମହାରାଜା [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ]] ଓ ଶିକ୍ଷାମନ୍ତ୍ରୀ ପଣ୍ଡିତ [[ଗୋଦାବରୀଶ ମିଶ୍ର]]ଙ୍କ ଉଦ୍ୟମରେ ଚୁଡ଼ାନ୍ତ ରୂପଦେଇ ୩୦ଜୁନ ୧୯୪୩ ମସିହା ରେ ବିଧାନ ସଭାରେ ସର୍ବସମ୍ମତି କ୍ରମେ ଗୃହିତ କରାଯାଇଥିଲା । ୧୯୪୩ ମସିହା ଅଗଷ୍ଟ ୨ ତାରିଖରେ ବିଶ୍ୱବିଦ୍ୟାଳୟର ଶୁଭଉଦଘାଟନ କରାଯାଇ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ଭାବେ ନାମିତ କରାଯାଇଥିଲା । [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]]ର ପ୍ରାଣୀବିଜ୍ଞାନ ବିଭାଗରେ ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର କାର୍ଯ୍ୟରମ୍ଭ ହୋଇଥିଲା । ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜା ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ଆସନ, ୱାଇ. ଏନ. ସୁକନ୍ଥକର କୁଳାଧିପତି ଓ ଭି.ଭି. ଜନ କୁଳସଚିବ ଆସନ ଅଳଙ୍କୃତ କରିଥିଲେ । ବିଶ୍ୱବିଦ୍ୟାଳୟର ଉତ୍ତମ ପରିଚାଳନା ନିମନ୍ତେ ସିନେଟ (ସର୍ବୋଚ୍ଚ ପରିଚାଳନା କମିଟି), ସିଣ୍ଡିକେଟ ଓ ଏକାଡେମିକ କାଉନ୍ସିଲ ଗଠନ କରାଯାଇଥିଲା । ୧୯୪୮ ମସିହାରେ ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟକାର୍ଯ୍ୟାଳୟ [[କଟକ]]ଠାରେ ସ୍ଥାପିତ ହେବାପାଇଁ ସିନେଟ ନିଷ୍ପତି ଗ୍ରହଣ କରିଥିଲା । ୧୯୫୭ ମସିହାରେ ବିଶ୍ୱବିଦ୍ୟାଳୟ ନିମନ୍ତେ ସ୍ଥନାଭାବ ଓ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଆଖିଆଗରେ ରଖି ସିନେଟ ବିଶ୍ୱବିଦ୍ୟାଳୟକୁ [[ଭୁବନେଶ୍ୱର]]ରେ ସ୍ଥାୟୀ ଭାବେ ଅବସ୍ଥାପିତ କରିବାପାଇଁ ନିଷ୍ପତି ଗ୍ରହଣ କରିଥିଲେ । ତଦନୁଯାୟୀ [[ଭୁବନେଶ୍ୱର]] ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରିସର ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ତତ୍କାଳିନ ମୁଖ୍ୟମନ୍ତ୍ରୀ ଡ. [[ହରେକୃଷ୍ଣ ମହତାବ]]ଙ୍କ ଉଦ୍ୟମରେ [[ଭୁବନେଶ୍ୱର]]ଠାରେ ଜାତୀୟ ରାଜପଥ ନିକଟରେ ୩୯୯.୪୯୨ ଏକର ପରିମିତ ଜମିରେ ୧୯୫୮ ମସିହା ଜାନୁଆରୀ ପହିଲାରେ ତତ୍କାଳିନ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]] ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶିଳାନ୍ୟାସ କରିଥିଲେ । ଏହି ସ୍ଥାନର ନାମ ପ୍ରଥମେ ‘ବିଦ୍ୟାନଗର’ ଥିଲା ଓ ପରବର୍ତ୍ତୀ ସମୟରେ ‘ବାଣୀବିହାର’ ନାମରେ ପରିଚିତ ଲାଭ କରିଥିଲା । ୧୯୬୩ ମସିହରେ ତତ୍କାଳିନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ ପରିସର ଉଦଘାଟନ କରିଥିଲେ ।