"ଓଳାଶୁଣି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"==ଗମନା ଗମନ ସୁବିଧା== କେନ୍ଦ୍ରାପଡା, କଟକ, ଯାଜପୁର ଜିଲ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୫ କ ଧାଡ଼ି:
ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା. ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା ପଦ୍ମନାଭଦେବ ପାଠ ପରିକ୍ଷା କରିବା ସମୟ ରେ ସେ ପିତାଙ୍କୁ କହିଲେ ହେ ପିତା ! ମୁଁ ତ ପରମ ପାଠ ପଡୁଛି , ଅନ୍ୟପଠ ପଡିବାର ପ୍ରୟଜନ କ'ଣ , " ବିଦ୍ୟାଟି ବେଦ ଯେ ବୋଲଇ | ତହିରେ ମୋରକାଯ୍ୟ ନାହିଁ || ଭାବେ ଅବିଦ୍ୟା ପରମକୁ | ଭାବେ ଭରଷା ମୋର ତାଙ୍କୁ ||
ଏହିପରି ଚିନ୍ତାରୁ ନିବ୍ରୁତ କରିବାପାଇଁ ତାଙ୍କପିତା ରାଜକନ୍ୟା କୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ବ୍ ବୁଝାଇ କହିଲେ " ହେ ପିତା ! ଯେ ମାତା ରୁପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତଙ୍କରି ପୁତ୍ରିମାକୁ ବିହା ହେଲେ ଧର୍ମ ଟି ସହିବକି ଭଲେ କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ , ସେଠାରେ ରହୁଥିବା ସାଧୁସନ୍ଥ ମାନଙ୍କ ସେବାରେ ନିଜକୁ ନିବ୍ରୁତ କରିଥିଲେ | ଠିକ୍ ତାର ରାତ୍ରିରେ ନିକଟବର୍ତି ଜଣେ ବିଧବା ବ୍ରାହ୍ମଣ ର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ , ବ୍ରହ୍ମଣୀ ପତ୍ର କଟା ହେବ ଶୁଣି " କିଏ ଗୋଟେ ଅରକ୍ଷିତ ମୋ ବାଡି ରୁ ପତ୍ର କାଟୁଛି କହି ଧାଇଁ ଆସିଲା, ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ , ଏଥିରେ ରାଜପୁତ୍ର ବ୍ରହ୍ମଣୀ ଙ୍କୁ ସାନ୍ତନା ଦେଇ କହିଲେ ମା' ଆଜି ପର୍ଯନ୍ତ ମୋ ନା' ପାଉନଥିଲି କିନ୍ତୁ ଆଜି ତୁମ ଦଯାରୁ ମୁଁ ଅରକ୍ଷିତ ନାମଟି ପାଇଗଲି |
 
== ଓଳାଶୁଣୀ ମେଳା==
ଓଳାଶୁଣୀ ମେଳା ମାଘ କୃଷ୍ଣପକ୍ଷ ଏକାଦଶୀରେ ହୋଇଥାଏ । ଏହା ସନ୍ଥ ଅରକ୍ଷିତ ଦାସ ଙ୍କ ଶ୍ରାଦ୍ଧ ଦିବସ । ସନ୍ଥ ଅରକ୍ଷିତ ଦାସ ଙ୍କ ଶ୍ରାଦ୍ଧ ଦିବସ ଦୁଇ ଦିନ ଧରି ପଳନ କରଯାଇଥାଏ । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳେ । ପ୍ରଥମ ଶ୍ରାଦ୍ଧ ଦିବସ ରୁ ଏହା ବାର ଦିନ ପର୍ଯନ୍ତ ଲୋକଙ୍କର ସମାବେଶ ଦେଖିବାକୁ ମିଳେ ।
==ପ୍ରସିଦ୍ଧ ଭୋଗ ==
ସନ୍ଥ ଅରକ୍ଷିତ ଦାସ ଙ୍କର ପୋଡପିଠା ହେଉଛି ଅତି ପ୍ରିୟ, ଏହାଛଡା ସୁକୁଆ (ମଲାମାଛ) ଏଠାରେ ଭୋଗ କରାଯାଏ, ସେ ତାଙ୍କ ପୁସ୍ତକ ରେ ସମଗ୍ର ଜଗତ କୁ ଆମିଷ ବୋଲି କହିଛନ୍ତି , ଆମିଷ କୁ ଛାଡି ଜଗତ ତିଷ୍ଟି ପାରିବ ନାହିଁ ସେ ଲେଖିଛନ୍ତି
"ହେ ମନ କହୁଅଛି ମୁହିଁ ଶରୀର‌ ଆମିଷ ଅଟଇ
ରଜବିର୍ଯ ଆମିଷ ଜାଣ ତହିଁରୁ ସକଳ ଭିଆଣ‌
ଛପନ କୋଟି ଜୀବ ଯେତେ ଆମିଷ ରୁ ଜାତ ସମସ୍ତେ
ଆମିଷ କୁ ଆମିଷ ଖାଇ ଆମିଷ ଆମିଷେ ସାରଇ "