"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୧ କ ଧାଡ଼ି:
===ନିର୍ବାଚକ ମଣ୍ଡଳୀ===
ସମସ୍ତ ନିର୍ବାଚିତ [[ସାଂସଦ]] ([[ସାଂସଦ|M.P.]]) ଏବଂ [[ଦିଲ୍ଲୀ]] ଓ [[ପଣ୍ଡିଚେରୀ]] ସମେତ ସମସ୍ତ [[ରାଜ୍ୟ]] [[ବିଧାନସଭା]]ର ନିର୍ବାଚିତ [[ବିଧାୟକ]]ମାନେ ([[ବିଧାୟକ|M.L.A.]]) ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ଭାଗ ନିଅନ୍ତି । ରାଜ୍ୟ [[ବିଧାନସଭା]]ର ନିର୍ବାଚିତ [[ବିଧାୟକ]]ମାନ‌ଙ୍କ ମଧ୍ୟରେ ''ସମାନତା'' (''Uniformity'') ଏବଂ ନିର୍ବାଚିତ [[ସାଂସଦ]] ତ‌ଥା [[ବିଧାୟକ]]ମାନ‌ଙ୍କ ମଧ୍ୟରେ ''ସମତା'' (''Parity'') ରକ୍ଷା କରିବା ଉଦ୍ଦେଶ୍ୟରେ ଦୁଇଟି ଗାଣିତିକ ସୂତ୍ର ବା ଫର୍ମୁଲା [[ସମ୍ବିଧାନ]]ର ୫୫ ଧାରାରେ ସ୍ଥାନ ପାଇଛି । ଏହି ସୂତ୍ର ପ୍ରୟୋଗ କରାଯାଇ ପ୍ରତି ନିର୍ବାଚିତ [[ସାଂସଦ]] ଓ ନିର୍ବାଚିତ [[ବିଧାୟକ]]ଙ୍କ ପ୍ରତିଟି ''ଭୋଟ୍''ର ଗାଣିତିକ ମୂଲ୍ୟ ନିର୍ଦ୍ଧାରଣ କରାଯାଏ ।
 
ପ୍ରଥମ ସୂତ୍ରଟି ହେଲା :- ([[ରାଜ୍ୟ]]ର [[ଜନସଂଖ୍ୟା]] / ରାଜ୍ୟର ନିର୍ବାଚିତ [[ବିଧାୟକ]]ଙ୍କ ସଂଖ୍ୟା) / ୧୦୦୦
 
ଅର୍ଥାତ୍ ପ୍ରତି [[ରାଜ୍ୟ]]ର [[ଜନସଂଖ୍ୟା]]କୁ ସେହି [[ରାଜ୍ୟ]]ର ନିର୍ବାଚିତ [[ବିଧାୟକ]]ମାନ‌ଙ୍କ ସଂଖ୍ୟାରେ ଭାଗ କରି ଭାଗଫଳକୁ ୧୦୦୦ ଦ୍ୱାରା ଭାଗ କଲେ, ଭାଗଫଳ ଯାହା ହେବ, ତାହା ହେବ ସେହି ରାଜ୍ୟର ପ୍ରତି ନିର୍ବାଚିତ [[ବିଧାୟକ]]ଙ୍କର ପ୍ରତିଟି ଭୋଟ୍‌ର ଗାଣିତିକ ମୂଲ୍ୟ ।
 
=== ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ===