"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: ମୋବାଇଲ ୱେବ ବଦଳ
ଟିକେ ଅଧିକ
୧ କ ଧାଡ଼ି:
{{ତିଆରି ଚାଲିଛି}}
            ଅସହଯୋଗ ଆନ୍ଦୋଳନ [[ମହାତ୍ମା ଗାନ୍ଧୀ]] ଙ୍କ ପରିଚାଳିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଥିଲା ପ୍ରଥମ ଜନ ଆନ୍ଦୋଳନ। ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଭିତ୍ତିକୁ ଦୋହଲାଇ ଦେଇଥିଲା। କେତେକ କାରଣ ଯୋଗୁଁ ଗାନ୍ଧିଜୀ ଇଂରେଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ କରିବା ପାଇଁ ସ୍ଥିର କରିଥିଲେ।
==ସୂତ୍ରପାତ==
Line ୪୭ ⟶ ୪୬:
 
==ଆନ୍ଦୋଳନ ସ୍ଥଗିତ==
            ଅସହଯୋଗ ଆନ୍ଦୋଳନ କ୍ରମେ ସଫଳତା ଆଡକୁ ଗତି କରୁଥିବା ସମୟରେ ହଠାତ୍ ଗାନ୍ଧିଜୀ ଏହାକୁ ସ୍ଥଗିତ ରଖିବା ପାଇଁ ଆଦେଶ ଦେଇଥିଲେ। କାରଣ କେତେକ ସ୍ଥାନରେ ତାଙ୍କର ଅହିଂସା ଓ ଅସହଯୋଗ ନୀତିକୁ ଆନ୍ଦୋଳନକାରୀମାନେ ଉଲଂଘନ କରିଥିଲେ। ବିଶେଷତଃ ୧୯୨୨ ମସିହା ଫେବୃୟାରୀ ୫ ତାରିଖ ଦିନ [[ଉତ୍ତର-ପ୍ରଦେଶ]]ସ୍ଥ [[ଗୋରଖପୁର]] ଜିଲ୍ଲାର [[ଚୌରିଚୌରା]]ଠାରେ ଉତ୍ତ୍ୟକ୍ତ ଜନତା ଗୋଟିଏ ଥାନାରେ ଅଗ୍ନି ସଂଯୋଗ କରିଦେବାରୁ ୨୧ ଜଣ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ଗାନ୍ଧିଜୀ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଏହି ଆନ୍ଦୋଳନକୁ ସ୍ଥଗିତ ରଖିବାପରେ ମଧ୍ୟ ୧୯୨୨ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ଗାନ୍ଧିଜୀଙ୍କୁ ବନ୍ଦୀ କରାଯାଇଥିଲା। ସେ ୬ ବର୍ଷ କାରାବରଣ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ମାତ୍ର ୧୯୨୪ ଫେବୃୟାରୀ ୫ ତାରିଖ ଦିନ ଅସୁସ୍ଥତା ପାଇଁ ତାଙ୍କୁ ମୁକ୍ତି ଦିଆଯାଇଥିଲା।
 
==ଅସହଯୋଗ ଆନ୍ଦୋଳନର ଫଳାଫଳ==
            ସ୍ବାଧୀନତା ଆନ୍ଦୋଳନର ଇତିହାସରେ ଅସହଯୋଗ ଆନ୍ଦୋଳନ ଥିଲା ଏକ ଜାଜ୍ବଲ୍ୟମାନ ଅଧ୍ୟାୟ। ଏହା ଆଶୁ ଫଳପ୍ରଦ ହୋଇନଥିଲେ ମଧ୍ୟ ଭବିଷ୍ୟତ ପାଇଁ ବହୁ ଆର୍ଶିବାଦ ଆଣିପାରିଥିଲା। ଭାରତୀୟଙ୍କ ହୃଦୟରେ ଏହା ଏକ ନୂତନ ଚେତନା ସୃଷ୍ଟି କରିଥିଲା। ସେମାନେ ଏହାପରେ ଅଧିକ ନିର୍ଭିକ ଓ କର୍ମତତ୍ପର ହୋଇ ଉଠିଥିଲେ। ସେମାନଙ୍କ ମଧ୍ୟରେ ମଧ୍ୟ ଅଧିକ ଆତ୍ମବିଶ୍ବାସ ଭାବ ଜାଗ୍ରତ ହୋଇଥିଲା। ପୁନଶ୍ଚ ଏହି ଅସହଯୋଗ ଆନ୍ଦୋଳନ ମଧ୍ୟ ଭାରତୀୟ ଜାତୀୟ [[କଂଗ୍ରେସ]] କାର୍ଯ୍ୟକଳାପରେ ଏକ ନୂତନ ଅଧ୍ୟୟ ସୃଷ୍ଟି କରିଥିଲା। ବିଶେଷତଃ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ ଓ ପନ୍ଥାରେ ଏକ ପରିବର୍ତ୍ତନ ଦେଖାଯାଇଥିଲା। ତା ପରଠାରୁ କେବଳ ସ୍ବରାଜ ହୋଇଥିଲା ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ। ସେହିପରି ଆବେଦନ ନୁହେଁ, ପ୍ରତ୍ୟକ୍ଷ କାର୍ଯ୍ୟ ଗ୍ରହଣ ହେଲା ଏହି ଲକ୍ଷ୍ୟ ହାସଲ କରିବାର ପନ୍ଥା। ତା ପରଠାରୁ ଭାରତୀୟ ଜାତୀୟ [[କଂଗ୍ରେସ]] ମଧ୍ୟ କେବଳ ଶିକ୍ଷିତମାନଙ୍କ ଅନୁଷ୍ଠାନ ହୋଇ ରହିନଥିଲା। ଆନ୍ଦୋଳନରେ ସର୍ବସାଧାରଣ ଜନତା ବହୁସଂଖ୍ୟାରେ ଯୋଗଦେବା ଫଳରେ ଏହା ଏକ ସାର୍ବଜନୀନ ଅନୁଷ୍ଠାନରେ ପରିଣତ ହୋଇଥିଲା। ପୁନଶ୍ଚ ଏହି ଆନ୍ଦୋଳନ ପରେ ହିଁ ସ୍ବଦେଶୀ ବସ୍ତ୍ର ଲୋକପ୍ରିୟ ହୋଇଥିଲା।ଫଳରେ ବହୁ ବୁଣାକାରଙ୍କୁ ଏହା କର୍ମସଂସ୍ଥାନ ଯୋଗାଇଥିଲା। ପରେ ପରେ ଖଦଡ ଲୋକମାନଙ୍କ ମଧ୍ୟରେ ଆଦୃତି ଲାଭ କରିବା ସଙ୍ଗେ ସଙ୍ଗେ ଭାରତୀୟ ଜାତୀୟ କଂଗ୍ରେସ ନେତାଙ୍କର ଏହା ସମ୍ମାନଜନକ ପୋଷାକ ହୋଇଥିଲା।
 
==ଆଧାର==