"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: ମୋବାଇଲ ୱେବ ବଦଳ
ଟ୍ୟାଗ: ମୋବାଇଲ ୱେବ ବଦଳ
୫୦ କ ଧାଡ଼ି:
 
==ଅସହଯୋଗ ଆନ୍ଦୋଳନର ଫଳାଫଳ==
ସ୍ବାଧୀନତା ଆନ୍ଦୋଳନର ଇତିହାସରେ ଅସହଯୋଗ ଆନ୍ଦୋଳନ ଥିଲା ଏକ ଜାଜ୍ବଲ୍ୟମାନ ଅଧ୍ୟାୟ। ଏହା ଆଶୁ ଫଳପ୍ରଦ ହୋଇନଥିଲେ ମଧ୍ୟ ଭବିଷ୍ୟତ ପାଇଁ ବହୁ ଆର୍ଶିବାଦ ଆଣିପାରିଥିଲା। ଭାରତୀୟଙ୍କ ହୃଦୟରେ ଏହା ଏକ ନୂତନ ଚେତନା ସୃଷ୍ଟି କରିଥିଲା। ସେମାନେ ଏହାପରେ ଅଧିକ ନିର୍ଭିକ ଓ କର୍ମତତ୍ପର ହୋଇ ଉଠିଥିଲେ। ସେମାନଙ୍କ ମଧ୍ୟରେ ମଧ୍ୟ ଅଧିକ ଆତ୍ମବିଶ୍ବାସ ଭାବ ଜାଗ୍ରତ ହୋଇଥିଲା। ପୁନଶ୍ଚ ଏହି ଅସହଯୋଗ ଆନ୍ଦୋଳନ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକଳାପରେ ଏକ ନୂତନ ଅଧ୍ୟୟ ସୃଷ୍ଟି କରିଥିଲା। ବିଶେଷତଃ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ ଓ ପନ୍ଥାରେ ଏକ ପରିବର୍ତ୍ତନ ଦେଖାଯାଇଥିଲା। ତା ପରଠାରୁ କେବଳ ସ୍ବରାଜ ହୋଇଥିଲା ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ। ସେହିପରି ଆବେଦନ ନୁହେଁ, ପ୍ରତ୍ୟକ୍ଷ କାର୍ଯ୍ୟ ଗ୍ରହଣ ହେଲା ଏହି ଲକ୍ଷ୍ୟ ହାସଲ କରିବାର ପନ୍ଥା। ତା ପରଠାରୁ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ କେବଳ ଶିକ୍ଷିତମାନଙ୍କ ଅନୁଷ୍ଠାନ ହୋଇ ରହିନଥିଲା। ଆନ୍ଦୋଳନରେ ସର୍ବସାଧାରଣ ଜନତା ବହୁସଂଖ୍ୟାରେ ଯୋଗଦେବା ଫଳରେ ଏହା ଏକ ସାର୍ବଜନୀନ ଅନୁଷ୍ଠାନରେ ପରିଣତ ହୋଇଥିଲା।
 
==ଆଧାର==