"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: ମୋବାଇଲ ୱେବ ବଦଳ
ଟ୍ୟାଗ: ମୋବାଇଲ ୱେବ ବଦଳ
୪୨ କ ଧାଡ଼ି:
==ଅସହଯୋଗ ଆନ୍ଦୋଳନ ପ୍ରତି ଦମନନୀତି ପ୍ରୟୋଗ ଓ ତାର ପ୍ରତିକ୍ରିୟା==
            ଅସହଯୋଗ ଆନ୍ଦୋଳନ ଅପ୍ରତ୍ୟାଶିତ ସଫଳତା ହାସଲ କରୁଥିବାର ଦେଖି ଇଂରେଜ ସରକାର ଏହାର ଦମନ ପାଇଁ କେତୋଟି ପଦକ୍ଷେପମାନ ଗ୍ରହଣ କରିଥିଲେ। ଆନ୍ଦୋଳନର ସୂତ୍ରପାତ ହେବାର ଠିକ୍ ପରେ ପରେ ନେତାମାନଙ୍କୁ ଜେଲଖାନାରେ ରଖାଯାଇଥିଲା। ମାତ୍ର ସରକାରଙ୍କ ଏତାଦୃଶ କାର୍ଯ ଆନ୍ଦୋଳନର ନିର୍ବିପାତ କରିବା ପରିବର୍ତ୍ତେ ଏହାକୁ ଇନ୍ଧନ ଯୋଗାଇଥିଲା। ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ସରକାରଙ୍କର ଏହି କାର୍ଯ୍ୟକଳାପକୁ ନିନ୍ଦା କରିବା ସଙ୍ଗେ ସଙ୍ଗେ ଓ୍ବେଲସର ଯୁବରାଜଙ୍କ [[ଭାରତ]] ପରିଦର୍ଶନକୁ ବର୍ଜନ କରିବା ପାଇଁ ଏକ ନିଷ୍ପତ୍ତି ଗ୍ରହଣ କରିଥିଲେ। ୧୯୨୧ ମସିହା ନଭେମ୍ବର ୧୭ ତାରିଖ ଦିନ ସେ ବମ୍ବେଠାରେ ପଦାର୍ପଣ କରିବା ମାତ୍ରେ ତାଙ୍କୁ ହରତାଳ ମାଧ୍ୟମରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା। ଏଥିରେ କ୍ରୋଧାନ୍ବିତ ହୋଇ ଇଂରେଜମାନେ ୫୦ ଜଣଙ୍କୁ ହତ୍ୟା କରିବା ସଙ୍ଗେ ସଙ୍ଗେ ୪୦୦ ଲୋକଙ୍କୁ ଆହାତ କରିଥିଲେ। ଫଳରେ ବମ୍ବେର ହରତାଳ କ୍ରମଶଃ ଅନ୍ୟ ଆଡକୁ ସଂକ୍ରାମିତ ହୋଇଥିଲା। ରାଜକୁମାର ପରିଦର୍ଶନ କରିଥିବା ସବୁ ଅଞ୍ଚଳରେ ଅନୁରୂପ ହରତାଳ ପାଳନ କରାଯାଇଥିଲା। ତେଣୁ ଇଂରେଜ ସରକାର ଆରମ୍ଭ କରିଥିଲେ ଦମନ ତାଣ୍ଡବଲୀଳା। ଗୁଳି ଓ ଲାଠି ଚାଳନା ନିତ୍ୟ ନୈମିତ୍ତିକ ଘଟଣା। ସର୍ବସାଧାରଣ ସଭା ଅସିଦ୍ଧ ବୋଲି ଘୋଷଣା କରାଯାଇଥିଲା। ବ୍ୟାପକ ଗିରଫ କରି ୩୦,୦୦୦ ପର୍ଯ୍ୟନ୍ତ ଭାରତୀୟଙ୍କୁ କାରାଗାର ମଧ୍ୟରେ ନିକ୍ଷପ କରାଯାଇଥିଲା। [[ଗାନ୍ଧିଜୀ]]ଙ୍କ ବ୍ୟତୀତ [[ମୋତିଲାଲ୍ ନେହେରୁ]], [[ଲାଜପତ ରାୟ]], [[ଆବୁଲ କାଲାମ ଆଜାଦ]] ଏବଂ ଅନ୍ୟ କେତେକ ତୃଙ୍ଗ ନେତ୍ରୁବର୍ଗଙ୍କୁ ବନ୍ଦୀଶାଳାରେ ରଖାଯାଇଥିଲା। ମାତ୍ର ଏସବୁ ପ୍ରତିଷେଧମୂଳକ ଦମନଲୀଳା ସତ୍ତ୍ବେ ଏହି ଆନ୍ଦୋଳନ ବନାଗ୍ନି ସଦୃଶ ପ୍ରସାରଲାଭ କରିଥିଲା।
 
==ଆନ୍ଦୋଳନ ସ୍ଥଗିତ==
ଅସହଯୋଗ ଆନ୍ଦୋଳନ କ୍ରମେ ସଫଳତା ଆଡକୁ ଗତି କରୁଥିବା ସମୟରେ ହଠାତ୍ ଗାନ୍ଧିଜୀ ଏହାକୁ ସ୍ଥଗିତ ରଖିବା ପାଇଁ ଆଦେଶ ଦେଇଥିଲେ। କାରଣ କେତେକ ସ୍ଥାନରେ ତାଙ୍କର ଅହିଂସା ଓ ଅସହଯୋଗ ନୀତିକୁ ଆନ୍ଦୋଳନକାରୀମାନେ ଉଲଂଘନ କରିଥିଲେ। ବିଶେଷତଃ ୧୯୨୨ ମସିହା ଫେବୃୟାରୀ ୫ ତାରିଖ ଦିନ ଉତ୍ତର-ପ୍ରଦେଶସ୍ଥ ଗୋରଖପୁର ଜିଲ୍ଲାର ଚୌରିଚୌରାଠାରେ ଉତ୍ତ୍ୟକ୍ତ ଜନତା ଗୋଟିଏ ଥାନାରେ ଅଗ୍ନି ସଂଯୋଗ କରିଦେବାରୁ ୨୧ ଜଣ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ଗାନ୍ଧିଜୀ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ।
 
==ଅସହଯୋଗ ଆନ୍ଦୋଳନର ଫଳାଫଳ==