"ଆଳୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଏକ ମୁଖ୍ୟ ଖାଦ୍ୟ
Content deleted Content added
"ଆଳୁ ଏକ ପରିବା ବିଶେଷ ଯାହା ମାଟି ତଳେ ବଢି଼ଥାଏ। ସାଧ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୯:୧୮, ୧୬ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଆଳୁ ଏକ ପରିବା ବିଶେଷ ଯାହା ମାଟି ତଳେ ବଢି଼ଥାଏ। ସାଧାରଣ ଓଡି଼ଆ ଖାଦ୍ୟରେ ଆଳୁର ଭୂମିକା ଉଲ୍ଲେଖଯୋଗ୍ୟ। ଏହା ଶ୍ଵେତସାରର ଏକ ମୁଖ୍ୟ ଉତ୍ସ। ଆଳୁରେ ଶ୍ଵେତସାର ଅଧିକ ଥିବାରୁ ମାତ୍ରାଧିକ ଖାଇବା ଦ୍ଵାରା ଏହା ମଧୁମେହ ହେବାର ସମ୍ଭାବନା ବଢା଼ଇଥାଏ।

ପ୍ରକାରଭେଦ

ଆଳୁ କହିଲେ ଅନେକେ ବିଲାତି ଆଳୁକୁ ବୁଝି ଥାଆନ୍ତି। ଏହି ପରିବା ରାଜ୍ୟରେ ପ୍ରଚଳନ କରିବାରେ ଇଂରେଜମାନଙ୍କର ଶ୍ରେୟ ଥିବାରୁ ଏହାର ନାମକରଣ ଏପରି ହୋଇଛି। ବିଲାତି ଆଳୁର ପ୍ରଚଳନ ପୂର୍ବରୁ ଆମ ଦେଶରେ ପ୍ରଚଳିତ ଆଳୁକୁ ଦେଶୀ ଆଳୁ, ମାଟି ଆଳୁ ବା ଖମ୍ବ ଆଳୁ କୁହାଯାଏ। ଦେଶୀ ଆଳୁ ସାଧାରଣତଃ ବିଲାତି ଆଳୁଠାରୁ ଆକାରରେ ବଡ଼ ଥାଏ। ଆଳୁ ସହିତ ସାମଞ୍ଜସ୍ୟ ଥିବା ଅନ୍ୟାନ୍ୟ ଖାଦ୍ୟ ମାନଙ୍କ ମଧ୍ୟରେ କନ୍ଦମୂଳ ଅନ୍ୟତମ।

ଉତ୍ପାଦନ

ସର୍ବାଧିକ ଆଳୁ ଉତ୍ପାଦନ କରୁଥିବା ଭାରତୀୟ ରାଜ୍ୟଗୁଡି଼କର ତାଲିକା ନିମ୍ନରେ ଦିଆଗଲା।[୧]

  • ଉତ୍ତର ପ୍ରଦେଶ
  • ପଶ୍ଚିମବଙ୍ଗ
  • ବିହାର
  • ଗୁଜୁରାଟ
  • ମଧ୍ୟ ପ୍ରଦେଶ
  • ପଞ୍ଜାବ
  • ଆସାମ
  • କର୍ଣାଟକ
  • ହରିଆଣା
  • ଝାଡ଼ଖଣ୍ଡ

ଆଧାର

  1. http://www.mapsofindia.com/top-ten/india-crops/potato.html. {{cite web}}: Missing or empty |title= (help)