"ହସ୍ତମୈଥୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
 
No edit summary
୧ କ ଧାଡ଼ି:
ପ୍ରାୟ ପ୍ରତ୍ୟେକ ପୁରୁଷ ଓ ତିନି ଚତୁର୍ଥାଂଶ ସ୍ତ୍ରୀ ନିଜ ଜୀବନରେ କେବେ ନା କେବେ ହସ୍ତମୈଥୁନ କରିଥାନ୍ତି ପୁରୁଷଟିଏ ସ୍ତ୍ରୀଠାରୁ କମ୍‌ ବୟସରେ ଏଭଳି କରିବା ଶିଖିଥାଏ ସ୍ତ୍ରୀଠାରୁ ପୁରୁଷମାନେ ଏଭଳି ବ୍ୟବହାର ଅଧିକ କରିଥାନ୍ତି
ନିଜର ଯୌନ ପ୍ରକ୍ରିୟାକୁ ନିଜେ ଉତ୍ତେଜନା କରିବା ପ୍ରାୟ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ ଶିଶୁଟିଏ ନିଜର ପାଟି, ଆଙ୍ଗୁଠି ଓ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶକରି ନୂଆ ନୂଆ ଉଦ୍ଦୀପନାକୁ ଆବିଷ୍କାର କରିବାକୁ ଚାହେଁ ସେହିଭଳି ନିଜର ଯୌନାଙ୍ଗକୁ ସ୍ପର୍ଶକରି ନୂଆ କିଛି ଶିଖିବାକୁ ଇଚ୍ଛା କରେ ପ୍ରାୟ ୧୫ରୁ ୨୦ମାସ ବୟସର ଶିଶୁଟି ନିଜର ଯୌନାଙ୍ଗକୁ ନିଜେ ଉତ୍ତେଜନା କରିବା ଆରମ୍ଭ କରେ ଏଭଳି କଲେ ନିଜକୁ ଆନନ୍ଦ ଲାଗେ ଏପରି ଉଦ୍ଦୀପନା ଓ ନିଜର ଶରୀରକୁ ଆବିଷ୍କାର କରିବାର ଆଗ୍ରହ ହସ୍ତମୈଧୁନ କରିବାର ଇଚ୍ଛାକୁ ବଢ଼ାଇ ଦିଏ
ଏହି ବୟସରେ କେତେକ ଶିଶୁ ଅନ୍ୟମାନଙ୍କର, ଏପରିକି ପଶୁମାନଙ୍କର ଯୌନାଙ୍ଗ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ଯେତେବେଳେ ଶିଶୁଟିଏ ବନ୍ଧୁତା ସ୍ଥାପନ କରେ, ସେତେବେଳେ ଅନ୍ୟମାନଙ୍କର ଯୌନାଙ୍ଗ ଦେଖି ଓ ନିଜର ଯୌନାଙ୍ଗ ପ୍ରଦର୍ଶନ କରି ଆନନ୍ଦ ପାଏ ବଡ଼ ହେବା ପରେ ଏଭଳି ବ୍ୟବହାର ପାଇଁ କେତେଜଣ ଲାଜ କରନ୍ତି ଓ ନିଜକୁ ଦୋଷୀ ମନେ କରନ୍ତି ସେମାନଙ୍କର ଏଭଳି ବ୍ୟବହାର କମିଯାଏ ମାତ୍ର ଅନ୍ୟମାନଙ୍କର ବଢ଼ିଥାଏ
ଶିଶୁଟିଏ କିଶୋର ବୟସରେ ପାଦଦେବା ସମୟରୁ, ଶରୀରରୁ ଯୌନ ଉଦ୍ଦୀପକ ଜୀବରସ(Sex Hormone) ନିର୍ଗତ ହୁଏ ହସ୍ତମୈଥୁନ କରିବାର ଇଚ୍ଛା ବଢ଼ିଯାଏ କିଶୋରଟିଏ ରତିକ୍ରିୟା(Coitus) ଓ ଯୌନକ୍ରିୟାର ପରିତୃପ୍ତି(Orgasm) ପାଇବାକୁ ସମର୍ଥ ମାତ୍ର ସାମାଜିକ ବାଧା ଯୋଗୁଁ କରେ ନାହିଁ ସେ ନିଜର ଯୌନାଙ୍ଗକୁ ଉତ୍ତେଜିତ କରି ଯୌନତୃପ୍ତି ଆଣିବାକୁ ଇଚ୍ଛା କରେ ତେବେ ଶିଶୁ ଓ କିଶୋର ମଧ୍ୟରେ ପ୍ରଭେଦ ଜାଣିବା ଦରକାର କିଶୋରଟିଏ ହସ୍ତମୈଧୁନ କରିବା ସମୟରେ ଯୌନକ୍ରିୟାର କଳ୍ପନା କରେ ଶିଶୁମାନେ କଳ୍ପନା କରନ୍ତି ନାହିଁ ଏଭଳି କଳ୍ପନା କିଶୋରଟିକୁ ଯୁବକ ହେବାପରେ ଯୌନପ୍ରକ୍ରିୟା ପାଇଁ ସାହାଯ୍ୟ କରେ ପୁରୁଷଟିଏ ନିଜର ଲିଙ୍ଗକୁ(Penis), ସ୍ତ୍ରୀଟିଏ ନିଜର ଯୋନି ଗହ୍ୱରର ସାମାନ୍ୟ ଉର୍ଦ୍ଧ୍ୱରେ ଥିବା ଯୌନ ଉଦ୍ଦୀପକ ପେଶି(Clitoris)କୁ ଉତ୍ତେଜନା ଦେଇ ଆନନ୍ଦ ପାଏ
ବିବାହିତ ପୁରୁଷ ଓ ସ୍ତ୍ରୀମାନେ ବି ବେଳେବେଳେ ହସ୍ତମୈଥୁନ କରନ୍ତି ଯୌନକ୍ରିୟାରେ ପରିତୃପ୍ତି ନ ମିଳିଲେ, ସ୍ୱାମୀ ବା ସ୍ତ୍ରୀ ପାଖରେ ନ ଥିଲେ ସେମାନେ ଏଭଳି ବ୍ୟବହାର କରିଥାନ୍ତି ଏହା ଯୌନ ପ୍ରକ୍ରିୟାରେ ଆନନ୍ଦ ଦେଇଥାଏ ମାନସିକ ଚାପ ମଧ୍ୟ କମ୍‌ ରହିଥାଏ
କେତେଜଣ ଧାରଣା କରନ୍ତି ଯେ, ଅତ୍ୟଧିକ ହସ୍ତମୈଥୁନ ଯୋଗୁଁ ମାନସିକ ରୋଗ ହୋଇଥାଏ ନପୁଂସକ ମଧ୍ୟ ହୋଇଯାନ୍ତି ମାତ୍ର ଏଭଳି ଧାରଣାକୁ କୌଣସି ବୈଜ୍ଞାନିକ ମତାମତ ସମର୍ଥ କରୁନାହିଁ ମାତ୍ର କେତେଜଣ ମାନସିକ ସମସ୍ୟା ଯୋଗୁଁ, ନିଜର ଆବେଗକୁ ନିୟନ୍ତ୍ରଣ କରି ନ ପାରି ହସ୍ତମୈଥୁନ କରିଥାନ୍ତି ସେମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ <ref>ଡାକ୍ଟର{{cite book|last=କର|first=ସମ୍ରାଟ କର, |title=ମନରେ କଅଣକଣ ଅଛି ?,ପୃଷ୍ଠା-୨୭|page=27-୨୯29}}</ref>
 
== ଆଧାର ==
{{ଆଧାର}}