"ବ୍ୟାଟେରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:Electronic component using HotCat
୨୦ କ ଧାଡ଼ି:
 
==ଇତିହାସ==
କୌଣସି ବୈଦ୍ୟୁତିକ ଉପକରଣ ଲାଗି ବ୍ୟାଟେରୀ ନାମର ବ୍ୟବହାର ୧୭୪୮ରେ ପ୍ରଥମ କରି ବେଞ୍ଜାମିନ ଫ୍ରାଙ୍କଲିନ କରିଥିଲେ । ସେ ବ୍ୟାଟେରୀ ଶବ୍ଦଟି ସାମରିକ ବ୍ୟାଟେରୀରୁ ଉଦ୍ଧୃତ କରିଥିଲେ । ସାମରିକ ଭାଷାରେ ବ୍ୟାଟେରୀର ଅର୍ଥ ଗୁଡ଼ିଏ ଅସ୍ତ୍ର-ଶସ୍ତ୍ର ଏକାଥରକେ କାମ କରିବା । ସେଲ୍ ଭାବେ କେତେଗୁଡିଏ ଲେଡ଼େନ୍ ଜାର କୁ ଯୋଡ଼ିଥିବା ବେଳେ ତୁଳନାତ୍ମକ ଭାବେ ସେ ଏହି ନାମଟି ବାଛିଥିଲେ ।<ref>[http://www.dfj.com/cgi-bin/artman/publish/article_141.shtml Power Shift: DFJ on the lookout for more power source investments].''Draper Fisher Jurvetson''. Retrieved 20 November 2005.</ref> with 6% annual growth.
 
ଆଲେସାନ୍ଦ୍ରୋ ଭୋଲ୍ଟା, ୧୮୦୦ ମସିହାରେ ପ୍ରଥମ ବିଦ୍ୟୁତ୍-ରସାୟନିକ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ, ଯାହାର ନାମ ଥିଲା ଭୋଲ୍ଟାଇକ ପାଇଲ୍ । ଏହା ତମ୍ବା ଓ ଦସ୍ତା ଫଳକ ଗୁଡ଼ିକୁ ଗଦାଇ ତିଆରି ହୋ‍ଇଥିଲା । ଫଳକ ଗୁଡିକ ଲୁଣିପାଣିରେ ଭିଜିଥିବା କାଗଜପଟା ଦ୍ୱାରା ପୃଥକ୍ ହୋ‍ଇ ରହିଥିଲା ।ଏଥିରୁ ସ୍ଥିର ଭାବେ ଅଳ୍ପ କରେଣ୍ଟ ଦୀର୍ଘ ସମୟ ଧରି ଉତ୍ପନ୍ନ ହେ‍ଉଥିଲା । ଭୋଲ୍ଟା ଜାଣିପାରି ନଥିଲେ ଯେ କରେଣ୍ଟ, ରାସାୟନିକ ପ୍ରକ୍ରିୟା ଯୋଗୁଁ ଉତ୍ପନ୍ନ ହେଉଛି । ସେ ଧରିନେଇଥିଲେ ଯେ ତାଙ୍କ ସେଲ୍ ବିଦ୍ୟୁତ୍ ର ଅକ୍ଷୟ ଭଣ୍ଡାର । ରାସାୟନିକ ପ୍ରକ୍ରିୟାରେ ଇଲେକ୍ଟ୍ରୋଡ ଗୁଡ଼ିକର ଅବକ୍ଷୟ ଯେ ସେଲ୍ ର କାର୍ଯ୍ୟପ୍ରଣାଳୀର ଅଂଶ ଓ କୌଣସି ପାର୍ଶ୍ୱ ପ୍ରଭାବ ନୁହଁ ତାହା ସେ ହୃଦୟଙ୍ଗମ କରିପାରିନଥିଲେ, ଯାହାକି ପରେ ୧୮୩୪ ରେ ମାଇକେଲ ଫାରାଡ଼େ ପଦର୍ଶିତ କରିଥିଲେ ।
"https://or.wikipedia.org/wiki/ବ୍ୟାଟେରୀ"ରୁ ଅଣାଯାଇଅଛି