"ଲବଣ ସତ୍ୟାଗ୍ରହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୭ କ ଧାଡ଼ି:
==ଓଡ଼ିଶାରେ ଲବଣ ସତ୍ୟାଗ୍ରହ ==
===କୁହୁଡ଼ି ଲବଣ ସତ୍ୟାଗ୍ରହ===
[[ଓଡ଼ିଶା]]ର [[ଅସ୍ତରଙ୍ଗ]] ନିକଟସ୍ଥ କୁହୁଡ଼ିରେ ୧୯୩୦ ମେ ୨୧ରେ 'ଲୁଣ ମରା ଆଇନ' ପଣ୍ଡିତ [[ନୀଳକଣ୍ଠ ଦାସ]]ଙ୍କ ଦ୍ବାରା ଭଙ୍ଗାଯାଇଥିଲା ।ସେ ପ୍ରଥମେ [[କାକଟପୁର]] ଆସି ପାଟଳଦା ଗ୍ରାମର ସତ୍ୟଗ୍ରାହୀ [[ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ]]ଙ୍କୁ ସାକ୍ଷାତ କରି କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିଲେ । ତାପରେ ଓଳଙ୍ଗର ଗ୍ରାମର ଭୂବନାନନ୍ଦ ସ୍ଵାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ରହିବା ଖାଇବା ବ୍ୟବସ୍ଥା କରିଥିଲେ । ମେ ୨୧ ରେ ଲବଣ ସତ୍ୟାଗ୍ରହ ଅନୁଷ୍ଠିତ ହେବାର ଖବର ଚାରିଆଡ଼େ ଖେଳିଯାଇଥିଲା । [[ନୀଳକଣ୍ଠ ଦାସ]]ଙ୍କ ସହ ଯୋଗଦେବା ପାଇଁ ପହଞ୍ଚିଥିଲେ [[ଜଗନ୍ନାଥ ରଥ]][[, [[ରଘୁନାଥ ମିଶ୍ର]], [[ସତ୍ୟବାଦୀ ତ୍ରିପାଠୀ]], [[ବୈକୁଣ୍ଠନାଥ ପ୍ରତିହାରୀ]] ମାଆ [[ଇନ୍ଦୁମତୀ]] ଆଦି ଘଟଣା ଦିନ ପ୍ରଥମେ ଲୁଣ ମାରିଥିଲେ ଉତ୍କଳମଣିଙ୍କ ପ୍ରିୟ ଛାତ୍ର [[ମଧୁସୂଦନ ମିଶ୍ର]] । ଘଟଣା ସ୍ଥଳୀରେ ପୋଲିସ ପହଞ୍ଚି ଲୁଣ ମରାକୁ ବେଆଇନ ଘୋଷଣା କରିବା ସହ ଅବିଶ୍ରାନ୍ତ ଲାଠି ଚାଳନା କରିଥିଲା । ଫାଙ୍କା ଗୁଳି ବର୍ଷଣ ମଧ୍ୟ ହୋଇଥିଲା । ପ୍ରଥମେ ମଧୁ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଲାଠିମାଡ଼ରେ [[ଜଗନ୍ନାଥ ମିଶ୍ର]]ଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଥିଲା । [[ବୋଲଗଡ଼]]ର ସତ୍ୟଗ୍ରହୀ [[ବନାମ୍ବର ପରିଡ଼ା]]ଙ୍କ ମୁଣ୍ଡଫାଟି ପ୍ରବଳ ରକ୍ତପାତ ହୋଇଥିଲା ଏବଂ ସେ ଘଟଣା ସ୍ଥଳରେ ସହିଦ ହୋଇଥିଲେ । ସତ୍ୟଗ୍ରାହୀଙ୍କ ଉପରେ ଆକ୍ରମଣ ଓ ଗିରଫଦାରୀ ସତ୍ତ୍ଵେ ଲୋକେ ଭୟଭୀତ ନହୋଇ ଲୁଣ ମରା ଜାରୀ ରଖିଥିଲେ ଏବଂ ସମଗ୍ର [[ପୁରୀ]]ଜିଲ୍ଲାରେ ଲବଣ ସତ୍ୟାଗ୍ରହ ସଫଳ ହୋଇଥିଲା ।<ref>{{cite news|last=ମିଶ୍ର|first=ତ୍ରିଲୋଚନ|title=କୁହୁଡ଼ି ଲବଣ ସତ୍ୟାଗ୍ରହ|url=http://www.sambadepaper.com/Details.aspx?id=165665&boxid=23030896|accessdate=23 May 2015|newspaper=ସମ୍ବାଦ|date=୨୧ ମେ ୨୦୧୫}}</ref>
 
==ଆଧାର==