"ସ୍ପିଡୋମିଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{Unreferenced}}ମୋଟର ଗାଡ଼ିଟି ରାସ୍ତାରେ ଗତି କରୁଥିବା ବେଳେ ତାହାର ବେଗ ସମାନ ରହେ ନାହିଁ । ତାହାର ବେଗ ସୂଚାଇବା ପାଇଁ ସେଥିରେ ଗୋଟିଏ ଯନ୍ତ୍ର ଲାଗିଥାଏ । ଯାନଟି ଗତି କରୁଥିବାବେଳେ ଯନ୍ତ୍ରର କାଟି ଘୂରିବୁଲି ବେଗକୁ ଦର୍ଶାଇଥାଏ । ଏହି ଯନ୍ତ୍ରଟିର ନାମ ହେଲା ସ୍ବିଡ଼ୋମିଟର ବା ବେଗମାପକ ଯନ୍ତ୍ର । ପ୍ରତିଟି ମୋଟର ଗାଡ଼ିରେ ଏହା ହେଉଛି ଏକ ମୁଖ୍ୟ [[ଯନ୍ତ୍ର]] । ଦି ଚକିଆ ମୋଟର ସାଇକେଲ, ମୋପେଡ଼ ଗାଡ଼ିଠାରୁ ଆରମ୍ଭ କରି ବସ୍,ଟ୍ରକ୍, ବୋଟ, ଉଡ଼ାଜାହାଜ, ସବୁ ପ୍ରକାରର ଯାନରେ ଏହା ବ୍ୟବହୃତ ହୋଇଥାଏ । ବୋଟରେ ଏହା ପିଟ୍ଲଗ୍ ନାମରେ ପରିଚିତ ହୋଇଥାଏ । ମାତ୍ର ଉଡ଼ାଜାହାଜରେ ଏହାର ନାମ ହେଉଛି ବାୟୁ ବେଗ ସୂଚକ ।
ପ୍ରଥମେ ୧୮୮୮ ମସିହାରେ ଗୋଟିଏ ସ୍ବିଡ଼ୋମିଟର ତିଆରି ହୋଇଥିଲା । ଏହାକୁ କ୍ରୋଏସିଆର ଯୋସିପ୍ ବେଲୁସିକ୍ ତିଆରି କରିଥିଲେ । ଏହାର ନାମ ସେତେବେଳେ ଭେଲୋସିମିଟର ରହିଥିଲା । ୧୯୧୦ ମସିହା ବେଳକୁ ଏହାକୁ ଯାନବାହାନରେ ଲଗାଇ ବେଗ ମାପ କରାଗଲା । ୧୯୦୨ ମସିହା ଅକ୍ଟୋବର ୭ ତାରିଖ ଦିନ ଜର୍ମାନୀର ଓଟୋ ସ୍କୁଲ୍ଜ ଗୋଟିଏ ସ୍ବିଡ଼ୋମିଟରକୁ ନିଜ ନାମରେ ପ୍ୟାଟେ କରାଇଥିଲେ । ୧୯୮୦ ମସିହା ପରେ ଇଲେକ୍ଟ୍ରୋନିକ ସ୍ପିଡ଼ୋମିଟର ବାହାରିଲା ।
ସ୍ବିଡ଼ୋମିଟରଟିକୁ ଗୋଟିଏ ନମନୀୟ ତାର ଯୋଗେ ଗିଅର ପେଡ଼ି ମଧ୍ୟରେ ଥିବା ଧାତବ ଦଣ୍ଡ ସହ ଯୋଡ଼ା ଯାଇଥାଏ । ଏହି ଧାତବ ଦଣ୍ଡଟି ଗୋଟିଏ ଆଲୁମିନିୟମ କପ ମଧ୍ୟରେ ଥିବା ତାର କୁଣ୍ଡଳି ମଧ୍ୟରେ ଯୋଡ଼ି ହୋଇଥାଏ । ଏହି ଆଲୁମିନିୟମଟି ଗୋଟିଏ ସ୍ଥାୟୀ ଚୁମ୍ବକ ମଧ୍ୟରେ ରହିଥାଏ, ଯାନଟି ଗତି କରିବା ଆରମ୍ଭ କଲେ ଧାତବ ଦଣ୍ଡଟି ସହ ତାର କୁଣ୍ଡଳଟି ମଧ୍ୟ ଘୂରେ । ତାର କୁଣ୍ଡଳିଟି ଚୁମ୍ବକ ମଧ୍ୟରେ ଘୂରୁଥିବାରୁ ସେଥିରେ ବିଦୁ୍ୟତ ସ୍ରୋତ ସୃଷ୍ଟି ହୋଇଥାଏ । ଏହି ବିଦୁ୍ୟତ୍ ସ୍ରୋତ ହିଁ ସ୍ବିଡ଼ୋମିଟରର କାକୁ ଘୂରାଇଥାଏ । ଯାନଟି ଅଧିକ ବେଗରେ ଗତି କଲେ ସେ ତାର କୁଣ୍ଡଳିରୁ ଅଧିକ ବିଦୁ୍ୟତ୍ ବାହାରେ । ତାହା ସ୍ବିଡ଼ୋମିଟରର କାକୁ ଅଧିକ ଘୂରାଏ । ଇଲେକ୍ଟ୍ରୋନିକ୍ ସ୍ବିଡ଼ୋମିଟରଟିରେ ଯାନର ବେଗ ଏକ ପରଦାରେ ଲେଖି ହୋଇ ଯାଉଥାଏ ।