"ରୀଲା ହୋତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଶୀ ନୃତ୍ୟ ଶିଳ୍ପୀ, ପ୍ରଶିକ୍ଷକ ଏବଂ ପ୍ରଯୋଜକ
Content deleted Content added
"{{Infobox person | honorific_prefix = | name = ରୀଲା ହୋତା | honorific_suffix..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୮:୪୦, ୧୯ ମାର୍ଚ୍ଚ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ରୀଲା ହୋତା ହେଉଛନ୍ତି ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ, ପ୍ରଶିକ୍ଷକ ଏବଂ ପ୍ରଯୋଜକ, ଯିଏ ତାଙ୍କର ଅନେକ ପ୍ରଦର୍ଶନ ପାଇଁ ପ୍ରଶଂସିତ।[୧][୨] ସେ ଯୋଗଗୁରୁ ବିଜୟଲକ୍ଷ୍ମୀ ହୋତାଙ୍କର କନ୍ୟା। ସେ ବାଲ୍ୟ କାଳରୁ ନୃତ୍ୟ, ଯୋଗ ଓ ଆଶ୍ରମ ଜୀବନ ସହିତ ସମ୍ପୃକ୍ତ ଥିଲେ। ଗୁରୁ ଗଙ୍ଗାଧର ପ୍ରଧାନ, ଶ୍ରୀମତୀ ମାଧବୀ ମୁଦ୍‌ଗଲ ଏବଂ ଗୁରୁ କେଳୁଚରଣ ପ୍ରଧାନଙ୍କ ପରି ତିନିଜଣ ପ୍ରମୁଖ ହସ୍ତୀଙ୍କଠାରୁ ଓଡ଼ିଶୀ ଶିକ୍ଷା ପାଇ ସେ ଏଥିରେ ଲୟ, ମାଧୁର୍ଯ୍ୟ, ଅତ୍ୟାଧୁନିକତା ଏବଂ ପ୍ରଦର୍ଶନ କୌଶଳକୁ ନିଖୁଣ ଭାବରେ ଆୟତ୍ତ କରି ପାରିଥିଲେ। ସେ ହେଉଛନ୍ତି ଓଡ଼ିଶୀ ନୃତ୍ୟର ଏକ ନୂତନ ଧାରାର ପ୍ରବର୍ତ୍ତକ। ଭାରତୀୟ ଦର୍ଶନ ଯଥା ଯୋଗ, କୁଣ୍ଡଳିନୀ ଏବଂ ସଂସ୍କୃତ ଭାଷାକୁ ତାଙ୍କ ପ୍ରଦର୍ଶନର ଆଧାର କରି ସେ ଓଡ଼ିଶୀ ନୃତ୍ୟକୁ ଏକ ଆଧ୍ୟାତ୍ମିକ ଦିଗ ଦେଇଛନ୍ତି।

ରୀଲା ହୋତା
ଜନ୍ମ
ଜାତୀୟତାଭାରତ
ବୃତ୍ତି(ସମୂହ)ଓଡ଼ିଶୀ ନୃତ୍ୟଶିଳ୍ପୀ, କଳା ପ୍ରବର୍ତ୍ତକ
ଶୈଳୀଓଡ଼ିଶୀ, ଫ୍ୟୁଜନ ଡ୍ୟାନ୍ସ
ପିତାମାତା(s)ପୂର୍ଣ୍ଣ ଚନ୍ଦ୍ର ହୋତା, ବିଜୟଲକ୍ଷ୍ମୀ ହୋତା
ପୁରସ୍କାରସନାତନ ନୃତ୍ୟ ପୁରସ୍କାର
ୱେବସାଇଟreela.inreela.org

ପରିବାର

ରୀଲା ପିତା ପୂର୍ଣ୍ଣ ଚନ୍ଦ୍ର ହୋତା, ଭାରତୀୟ ପ୍ରଶାସନିକ ସେବା ଏବଂ ମାତା ବିଜୟଲକ୍ଷ୍ମୀ ହୋତାଙ୍କର କନିଷ୍ଠା କନ୍ୟା। ମାତା ବିଜୟ ଲକ୍ଷ୍ମୀ[୩] ଜଣେ ଯୋଗ ଶିକ୍ଷକ ଏବଂ ସେ ଯୋଗ ଏବଂ ଖଦ୍ୟ ଉପରେ ଆଠଗୋଟି ପୁସ୍ତକ ରଚନା କରିଛନ୍ତି। [୪] ତାଙ୍କ ବଡ଼ ଭଉଣୀ ହେଉଛନ୍ତି ରୀମା ସିଂ, ଆଇ.ଆର୍.ଏସ୍. ଏବଂ ବଡ଼ ଭାଇ ପ୍ରସେନଜିତ ହୋତା।

ପେଶା

ସେ ବହୁତ କମ୍ ବୟସରୁ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ। ନୃତ୍ୟବିଦ୍ୟାରେ ଉଚ୍ଚତର ଶିକ୍ଷା ଗୁରୁ ମାଧବୀ ମୁଦ୍‌ଗଲ ଏବଂ ପ୍ରସିଦ୍ଧ ଗୁରୁ କେଳୁଚରଣଙ୍କଠାରୁ ଗ୍ରହଣ କରିଥିଲେ। [୫] ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ପ୍ରେରଣାରେ ସେ ନିଜର ପ୍ରଦର୍ଶନର ଆଧାର କରିଥିଲେ ଭାରତୀୟ ଦର୍ଶନକୁ। ସେ ରେଜ୍ ଅଫ୍ ୱିଜଡମ୍ ସୋସାଇଟି ନାମରେ ଏକ ସଂସ୍ଥାର ସଂସ୍ଥାପକ। ନୃତ୍ୟ, ସଂଗୀତ ଏବଂ ପାରମ୍ପରିକ ଚିକିତ୍ସା ବିଜ୍ଞାନର ସଂଯୋଗ ମାଧ୍ୟମରେ କେମିତି ଆଜିର ଯୁଗରେ ମାନବ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସମ୍ପର୍କୀତ ବିପଦଗୁଡ଼ିକର ସାମ୍ନା କରି ପାରିବ ସେ ନେଇ ଏହି ସଂସ୍ଥା କାର୍ଯ୍ୟରତ। ଭାରତୀୟ କଳାକୁ ତାଙ୍କର ଅସାଧାରଣ ଅବଦାନ ପାଇଁ ସେ ସନାତନ ନୃତ୍ୟ ପୁରସ୍କାର ହାସଲ କରିଛନ୍ତି। [୬]

ନୃତ୍ୟ ମିଶ୍ରଣ

ସେ ଓଡ଼ିଶୀ ନୂତ୍ୟକୁ ଭାରତର ଅନ୍ୟ ପ୍ରମୁଖ ନୃତ୍ୟ ଶୈଳୀ ଯଥା, ମଣିପୁରୀ, କଥକ, ଭାରତନାଟ୍ୟମ୍ ଏବଂ ଛଉ ଆଦି ସହିତ ମିଶ୍ରଣ କରି ସେଥିରେ ଏକ ସ୍ୱାତନ୍ତ୍ର୍ୟ ଆଣି ପାରିଛନ୍ତି। ସେଥି ମଧ୍ୟରୁ ଏକ ଉତ୍କୃଷ୍ଟ କୃତି ହେଉଛି "ରବୀନ୍ଦ୍ର ଅଭିବ୍ୟକ୍ତି", ଏକ ଅଦ୍ୱିତୀୟ ଫ୍ୟୁଜନ ପ୍ରଡକ୍ସନ ଯାହା ନୋବେଲ ସାହିତ୍ୟିକ ରବୀନ୍ଦ୍ରନାଥଙ୍କ ରଚନା ଉପରେ ପର୍ଯ୍ୟବସିତ। [୭]

୨୦୧୩ ମସିହାରେ ସେ ପାଶ୍ଚାତ୍ୟ ନୃତ୍ୟ ଶୈଳୀ ଏବଂ ଓଡ଼ିଶୀର ଏକ ଅଦ୍ୱିତୀୟ ଏବଂ ସର୍ବପ୍ରଥମ ନୃତ୍ୟ ମିଶ୍ରଣ ରଚନା କରି ତାଙ୍କ ନୃତ୍ୟଶିଳ୍ପୀ ଜୀବନରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲେ। ଏଥିରେ ସେ ସଂସ୍କୃତର ଆରୋଗ୍ୟକାରୀ ଦିଗକୁ ସେ ବୁକାରେଷ୍ଟ ନ୍ୟାସନାଲ ଅପେରା ହାଉସର ବାଲେଟ ନୃତ୍ୟଶିଳ୍ପୀମାନଙ୍କ ସହଯୋଗରେ ମିଶ୍ରିତ କରିଥିଲେ। [୮] ଏହାକୁ ଠିକ୍ ଭାବେ ବୁଝିବା ଏବଂ ପ୍ରଶଂସା କରିବାପାଇଁ ବେଳେବେଳେ ଏହି କ୍ଷେତ୍ରର ଜଣେ ମୁଖ୍ୟ ବିଶେଷଜ୍ଞଙ୍କର ଭାଷଣ ପରେ ତାଙ୍କର ପ୍ରଦର୍ଶନ ଆରମ୍ଭ ହେଉଥିଲା। ଆନ୍ତର୍ଜାତୀୟ ପୁରାତନ କଳା ଉତ୍ସବ ୨୦୧୩ର ଦ୍ୱିତୀୟ ଦିନରେ ସାଇକୋଡ୍ରାମା ଇନଷ୍ଟିଚ୍ୟୁଟ୍ ମେଲବୋର୍ଣ୍ଣର ନିର୍ଦ୍ଦେଶକ ସୁଏ ଡାନିଏଲଙ୍କର ଭାଷଣ "ସାଇକୋଡ୍ରାମା ଏଜ୍ ଏ ଲିଭିଂ ପ୍ରସେସ୍" ପରେ ସେହି ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। [୯]

୨୦୧୪ରେ ସେ ବ୍ରୋଡୱେ କରେଣ୍ଟ ସେନସେସନ, ଜାସନ ମାକଡୋନାଲ୍‌ଡଙ୍କ ସହିତ କାମ କରିଥିଲେ। [୧୦] ଏଥିରେ ସାତୋଟି ଚକ୍ରର ପ୍ରତୀକ ଉପରେ ନୃତ୍ୟ, ସଙ୍ଗୀତ ଏବଂ ନାଟକର ଏକ ଅସାମାନ୍ୟ ଏବଂ ଆକର୍ଷକ ସିନର୍ଜି ପ୍ରଦର୍ଶିତ କରିଥିଲେ। [୧୧]

ଅପେରା ସହିତ ରାମଲୀଳାର ମିଶ୍ରଣ

ସେ ପ୍ରଥମଥର ପାଇଁ ଅପେରା ସହିତ ରାମଲୀଳାକୁ ମିଶ୍ରୀତ କରିଥିଲେ। [୧୨] ଏଥିରେ ଇଟାଲୀ, ଫ୍ରାନ୍ସ, ହଙ୍ଗେରୀ, ଆମେରିକା ଓ ଭାରତ, ୫ଟି ଦେଶରୁ ୧୦୦ ଜଣ କଳାକାର କଠିନ ପରିଶ୍ରମ କରି ସଂସ୍କୃତି ଏବଂ ବିଚାରର ସଂଗମ ଉପରେ ଆଲୋକ ପାତ କରିଥିଲେ। ରୀଲାଙ୍କ ମା, ଯୋଗଗୁରୁ ବିଜୟଲକ୍ଷ୍ମୀ ହୋତାଙ୍କ ରଚିତ [୧୩] ଅପେରାରେ ରାମଲୀଳା ରାମଙ୍କର ସୀତାଙ୍କ ସହିତ ବିବାହରୁ ଆରମ୍ଭ ହୋଇଥିଲା, ପରେ ପରେ ରାମ, ଲକ୍ଷ୍ମଣ ସୀତାଙ୍କର ବନଗମନ, ସୀତା ହରଣ ଆଦି ପ୍ରଦର୍ଶିତ ହୋଇଥିଲା। ଅପେରାରେ ପରେ ପରେ ହନୁମାନଙ୍କର ଲଙ୍କାଗମନ ଏବଂ ପରିଶେଷରେ ସେହି ତିନି ଜଣଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଏବଂ ଉତ୍ସବ ଆଦିରେ ଏହି ଅପେରା ସମାପ୍ତ ହୋଇଥିଲା।[୧୪]

ମହାନ ସଙ୍ଗୀତକାର ପୁଚି କଟେନାଙ୍କ ନିର୍ଦେଶିତ ଅପେରାରେ ରାମଲୀଳାରେ ୪୫ ଜଣ ଭାରତୀୟ ଏବଂ ପାଶ୍ଚାତ୍ୟ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଭୌଗୋଳିକ ଏବଂ ସାଂସ୍କୃତିକ ଭାବରେ ପୃଥକ ଦୁଇଟି ପ୍ରାନ୍ତର ରାମାୟଣ ମାଧ୍ୟମରେ ଏହି ସମ୍ମେଳନ ଏକ ସୁନ୍ଦର ଚିନ୍ତାଧାରା। [୧୫]


ଆଧାର

  1. "Homage to a Lost Language". Mail Today – via HighBeam Research (subscription required) . 17 May 2013. Retrieved 26 March 2014.
  2. "Feel India' Showcases Shades of Culture". Hindustan Times – via HighBeam Research (subscription required) . 27 February 2014. Retrieved 26 March 2014.
  3. http://bijoylaxmihotayoga.com
  4. http://bijoylaxmihota.com/books.html
  5. http://www.reelahotaodissi.com/
  6. [୧]
  7. Kavita (May 13, 2012). "The spiritual aspect of Tagore". The Daily Star.
  8. Madhur Tankha (May 22, 2012). "Odissi, Romanian ballet to enthral Delhi". The Hindu.
  9. Meenakshi Sinha (May 21, 2013). "Romanian ballet and Indian Odissi fusion in Delhi". The Times of India.
  10. http://www.popsugar.com/love/Jason-Macdonald-Hot-Pictures-38002320#photo-38002320
  11. <http://www.dnaindia.com/lifestyle/report-international-ancient-arts-festival-dance-drama-retells-delhi-gangrape-case-2041194
  12. http://timesofindia.indiatimes.com/city/delhi/First-ever-operatic-Ramleela-in-Delhi/articleshow/45367266.cms
  13. <http://www.dayafterindia.com/detail.php?headline=content&catid=6996
  14. http://www.hindustantimes.com/art/potpourri-of-culture-when-ramleela-meets-opera/article1-1294723.aspx
  15. http://www.hindustantimes.com/art/potpourri-of-culture-when-ramleela-meets-opera/article1-1294723.aspx