"ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: → , ମାନେ → ମାନେ using AWB
୬ କ ଧାଡ଼ି:
 
== ବିଶ୍ଵାସ ==
ଭଗବାନ ସଦାସର୍ବଦା ମନୁଷ୍ୟରେ ଭିତରେ ହିଁ ଥାଆନ୍ତି । ମୁସଲମାନ ହେଉ କିମ୍ବା ହିନ୍ଦୁ, ନିଜ ଭିତରେ ଥିବା ଭଗବାନଙ୍କୁ ଦେଖିବା ହିଁ ପ୍ରକୃତ ଯୋଗ । ଜଣେ ପ୍ରକୃତ ମଣିଷ ସଦାସର୍ବଦା ପରୋପକାର, ସହନଶୀଳ, ଅନ୍ୟ ର ମନରେ ଦୁଃଖ ନଦେବା, ନିୟମ ମାନି ଚଳିବା ଆଦି ହେଉଛି ପ୍ରକୃତ ଧର୍ମ । ଗୀତା, ବାଇବେଲ,କୋରାନ ଇତ୍ୟାଦି ହେଉଚି ସମାନ । ଏଥିରେ ଥିବା ତଥ୍ୟ ଗୁଡିକୁ ପଢିବା ଉଚିତ୍ । ଏହାର ପ୍ରକୃତ ଅର୍ଥ ନ ବୁଝି ଅଲଗା ଅର୍ଥ ବାହାର କରି ନିଜ ଭିତରେ ମତଭେଦ ଲାଗିରହୁଛି । ଓଡିଆ ଜାତି ସାଧାରଣତଃ ଟିକେ ବେଶି ଧର୍ମଭିରୁ । ଅନ୍ଧବିଶ୍ବାସ ଏଇଠି ବେଶି । କିଏ ଫୁଲମାଳ ପକାଇ ସୁଗନ୍ଧ ଲଗାଇ ଚିତା ଚଇତନ ହୋଇଗଲେ ଆମେ ତାକୁ ସାକ୍ଷାତ ଭଗବାନ ବୋଲି ମାନିନେଉ । ଢାଳି ଦେଉ ତାଙ୍କ ପାଦତଳେ ନିଜର କଷ୍ଟଅର୍ଜିତ ସମ୍ପତ୍ତି । ସେ କାଳେ ପ୍ରୀତ ହେଲେ ଭରିଦେବେ ଜୀବନରେ ଅନେକ ସୁଖ .. ନାଁ ସେମିତି ହୁଏନି । ମଣିଷ କେବଳ ସୁଖ ଖୋଜେ .. ଜାଣେନି ଦୁଃଖ ଭିତରେ ହିଁ ସୁଖ ଅନ୍ତର୍ନିହିତ ଥାଏ । ଦୁଃଖର ଗଦା ଭିତରୁ ସୁଖ ଖୋଜିବା ଉଚିତ । ଦୁଃଖରେ ଭାଙ୍ଗି ନ ପଡି ଓ ସୁଖରେ ବିହ୍ବଳ ନ ହୋଇ ଶାନ୍ତଚିତ୍ତରେ ଚିନ୍ତା କଲେ ହିଁ ଶାନ୍ତି ମିଳେ ଓ ସମାଧାନର ବାଟ ମିଳେ ।
 
==ଉଦ୍ଦେଶ୍ୟ==
ବାସ୍ତବରେ ଯେଉଁ ଉଦ୍ଦ୍ୟେଶ୍ୟରେ ଧର୍ମର ଉଦ୍ଭବ ହୋଇଥିଲା, ତାହାଥିଲା ଅତୀବ ପ୍ରଶଂସନୀୟ । ମଣିଷ ଯେତେବେଳେ ସମାଜ ଗଢିଲା, ସମାଜର ଅନ୍ୟ ସମସ୍ତଙ୍କ ସହ ଅନୁକୂଳ ସଂମ୍ପର୍କ ରକ୍ଷା କରିବା ନିମନ୍ତେ ଚାହିଁଥିଲା ସେ । କାରଣ ତାହା ଥିଲା ନିଜ ପାଇଁ , ସମାଜପାଇଁ ଏବଂ ଅନ୍ୟମାନଙ୍କୁ ପାଇଁ ହିତକର । ପରସ୍ପର ପ୍ରତି କିପରି ଆଚାର ଆଚରଣ କରାଯିବ , ତାହାର ନୀୟମ ମାନ ସ୍ଥିରୀକୃତ ହେଲା । ସ୍ଥିରୀକୃତ ହେଲା କେତେକ ନୈତିକ ସିଦ୍ଧାନ୍ତ । ଏଗୁଡିକ ମଣିଷ ସମାଜ ପାଇଁ ଲାଭପ୍ରଦ ତଥା କଲ୍ୟାଣକର କରିବା ହିଁ ଥିଲା ମୂଖ୍ୟ ଲକ୍ଷ୍ୟ । ଏହା ଫଳରେ ମଣିଷର ଅଧିକତର ହିତ ସାଧିତ ହେଲା । ପରବର୍ତ୍ତୀ ସମୟରେ କେତେକ ବ୍ୟକ୍ତି ସେହିସବୁ ନିୟମ ଓ ସିଦ୍ଧାନ୍ତକୁ ସଂହିତାବଦ୍ଧ କରିଦେଲେ । କିନ୍ତୁ କାଳକ୍ରମେ ସେହି ନିୟମଗୁଡିକର ଜୀବନ୍ତତା ଲୋପପାଇଗଲା ଓ ତାହା ହେଇଗଲା ଜଡ଼ ପଦାର୍ଥ ସଦୃଶ । ତଥାପି କେତେକ ଧାର୍ମିକ ପ୍ରଥା , ପରମ୍ପରା ଓ ରୀତିନୀତିରେ ସମଗ୍ର ସାମାଜିକ ଆଚାର ଆଚରଣ ସେହି ପୁରାତନ ପନ୍ଥାଗୁଡିକ ଏବେ ବି ଜାରି ରହିଛି ।
"https://or.wikipedia.org/wiki/ଧର୍ମ"ରୁ ଅଣାଯାଇଅଛି